Advertisment

Donald Trump: ଟ୍ରମ୍ପ ନୋବେଲ୍ ପାଇବେ ନା ନାହିଁ! ଭାଙ୍ଗିଯିବ କି ସ୍ବପ୍ନ? କ’ଣ କହୁଛନ୍ତି ବିଶେଷଜ୍ଞ

ଭାଙ୍ଗିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୋବେଲ୍ ପାଇବା ସ୍ବପ୍ନ ! ଶାନ୍ତି ପୁରସ୍କାର ଜିତିବା ନେଇ ଉଠିଲା ପ୍ରଶ୍ନ ? ଏବେ କ’ଣ କରିବେ ଆମେରିକା ରାଷ୍ଟ୍ରପତି ?

author-image
Chinmayee Sahoo
Trump-Will-Not-Get-Nobel

Trump-Will-Not-Get-Nobel Photograph: (OTV)

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ଯେଉଁ ମୁହୂର୍ତ୍ତ ପାଇଁ ଅପେକ୍ଷା କରିଥିଲେ ତାହା ଆସିଯ।ଇଛି। ସାତଟି ଯୁଦ୍ଧ ବନ୍ଦ କରିଥିବାରୁ ତାଙ୍କୁ ନୋବେଲ ମିଳିବା ଉଚିତ ବୋଲି କହିଥିଲେ ଟ୍ରମ୍ପ।। ନୋବେଲ ଶାନ୍ତି ପୁରସ୍କାର ଅକ୍ଟୋବର ୧୦ ରେ ଘୋଷଣା କରାଯିବ। ତେବେ ଏଠି ପ୍ରଶ୍ନ ଉଠିଛି କ'ଣ ଟ୍ରମ୍ପ ଏଥର ନୋବେଲ ଶାନ୍ତି ପୁରସ୍କାର ଜିତିପାରିବେ? ତେବେ ବିଶେଷଜ୍ଞମାନଙ୍କ ମତରେ ଟ୍ରମ୍ପ ନୋବେଲ ପୁରସ୍କାର ଜିତି ପାରିବେ ନାହିଁ। ତେବେ ଜାଣନ୍ତୁ ଏହା ପଛର କିଛି କାରଣ।
ନୋବେଲ ଶାନ୍ତି ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ ଥିଲା ଜାନୁଆରୀ ୩୧, ୨୦୨୫। ଟ୍ରମ୍ପ ଜାନୁଆରୀ ୨୦ ରେ ରାଷ୍ଟ୍ରପତି ହୋଇଥିଲେ। ନେତାନ୍ୟାହୁ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବହୁ ପରେ ଟ୍ରମ୍ପଙ୍କୁ ମନୋନୀତ କରିଥିଲେ। ତେଣୁ ପ୍ରକୃତରେ ଟ୍ରମ୍ପଙ୍କ ନାମ ମନୋନୀତ କରାଯାଇଛି କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି। ସେହିଭଳି ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟସ୍ଥତା କରିଥିବା କଥା ଦାବି କରିଥିଲେ। କିନ୍ତୁ ଭାରତ ଏହାକୁ ଅସ୍ୱୀକାର କରିଥିଲା। ସେହିପରି ସେ ସର୍ବିଆ-କୋସୋଭୋ, ରୱାଣ୍ଡା ଏବଂ କଙ୍ଗୋ ମଧ୍ୟରେ ସ୍ଥାୟୀ ଶାନ୍ତି କେବେ କରାଇ ପାରି ନାହାନ୍ତି। ଟ୍ରମ୍ପଙ୍କ ଅନେକ ପ୍ରୟାସ ସତ୍ତ୍ୱେ, ୟୁକ୍ରେନ-ରୁଷ ଯୁଦ୍ଧ ଜାରି ମଧ୍ୟ ଜାରି ରହିଛି। ଟ୍ରମ୍ପଙ୍କ ଉପରେ ଇସ୍ରାଏଲକୁ ସମର୍ଥନ କରିବାର ଅଭିଯୋଗ ଥିବାରୁ ଟ୍ରମ୍ପଙ୍କ ଗାଜା ଶାନ୍ତି ଯୋଜନା ମଧ୍ୟ ବିପଦରେ ପଡ଼ିଛି। ଯାହା ତାଙ୍କୁ ନୋବେଲ ଶାନ୍ତି ପାଇବାରୁ ଦୂରାଇ ନେଉଛି।
ସେହିଭଳି ଟ୍ରମ୍ପଙ୍କ ଅନେକ କାର୍ଯ୍ୟ ଅଗଣତାନ୍ତ୍ରିକ ମନେ ହୁଏ, ଯେପରିକି ହାର୍ଭାର୍ଡ ଭଳି ପ୍ରତିଷ୍ଠାନକୁ ପାଣ୍ଠି ବନ୍ଦ କରିବା ଏବଂ ବେଆଇନ ପ୍ରବାସୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା। ଶେଷରେ ଆକ୍ରମଣାତ୍ମକ ଏବଂ ଧମକପୂର୍ଣ୍ଣ ବକ୍ତବ୍ୟ ପାଇଁ ବିବାଦରେ ରହିଛନ୍ତି ଟ୍ରମ୍ପ। ଇରାନକୁ "ଧ୍ୱଂସ" କରିଦେବାର ଚେତାବନୀ ଦେବା କିମ୍ବା ମିତ୍ରମାନଙ୍କୁ ବଳ ପ୍ରୟୋଗ କରି ଧମକ ଦେବା ଭଳି ବିବୃତ୍ତିକୁ ଜାତିସଂଘ ଚାର୍ଟରର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱର ଉଲ୍ଲଂଘନ ଭାବରେ ଦେଖାଯାଏ। ତେଣୁ ତାଙ୍କୁ ନୋବେଲ ପୁରସ୍କାର ନମିଳିପାରେ। ତେବେ ଆସନ୍ତା ୧୦ ତାରିଖ ଦିନ ସବୁକିଛି ସ୍ପଷ୍ଟ ହୋଇଯିବ।

Advertisment

ଅଧିକ ଦେଖନ୍ତୁ:

Donald Trump
Advertisment
Related Articles
Advertisment