Advertisment

MP Khagen Murmu Attacked: ମାତିଲେ ପଥର ଫିଙ୍ଗାଳୀ, ସାଂସଦଙ୍କୁ ମାରି ଫଟାଇ ଦେଲେ

ଜନତାଙ୍କୁ ରିଲିଫ ଦେବାକୁ ଯାଇ ଫସି ଯାଇଛନ୍ତି ନେତା। ମାତିଲେ ପଥର ଫିଙ୍ଗାଳୀ। ଉତପାତ ମଚାଇଲେ, ସାଂସଦଙ୍କ ମୁହଁ ମାରି ଫଟାଇ ଦେଲେ। ଗାଡ଼ିକୁ ଗୋଡ଼ାଇ ଢ଼େଲା ଓ ଚପଲ ମାଡ଼ କଲେ।

author-image
Chinmayee Sahoo
WB-MP-Violence

WB-MP-Violence Photograph: (OTV)

ଦିଦିଙ୍କ ଶାସନରେ ପୁଣି ହେଲା ଗୁଣ୍ଡାରାଜ। ପଶ୍ଚିମବଙ୍ଗରେ ପୁଣି ଉତପାତ ମଚାଇଲେ ପଥର ଫିଙ୍ଗାଳୀ। ଏଥର ରିଲିଫ ବାଣ୍ଟିବାକୁ ଯାଇଥିବା ବିଧାୟକସାଂସଦଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି ଗୁଣ୍ଡାବାହିନୀ। ବନ୍ୟାରେ ପ୍ରଭାବିତ ହୋଇଥିବା ସାଧାରଣ ଜନତାଙ୍କୁ ରିଲିଫ ଦେବାକୁ ଯାଇ ଫସି ଯାଇଛନ୍ତି ନେତା। ମିଳିଥିବା ସୂଚନା ଅନୁଯାୟା, ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାର ନାଗରକାଟାରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଯାଇଥିଲେ ବିଜେପି ସାଂସଦ ଖଗେନ୍ ମୁର୍ମୁ ଓ ବିଧାୟକ ଡ଼ ଶଙ୍କର ଘୋଷ। 
ବନ୍ୟା ପୀଡିତଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରୁଥିବା ସମୟରେ ହଠାତ ବିଧାୟକ ଓ ସାଂସଦଙ୍କ ଉପରେ ଚାରିଆଡ଼ୁ ହେଇଥିଲା ଇଟା ପଥର ବର୍ଷା। ଏହି ହିଂସାରେ ବିଧାୟକ ଶଙ୍କର ସାମାନ୍ୟ ଆହତ ହୋଇଥିବା ବେଳେ ବିଜେପି ସାଂସଦ ଖଗେନ୍ ମୁର୍ମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଲହୁଲୁହାଣ ଅବସ୍ଥାରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ବାଟରେ ଭିଡ଼ ଭିତରେ ଅନେକ ଲୋକ ତାଙ୍କୁ ପଥର, ଚପଲ, ଏବଂ ବାଡ଼ି ସାହାଯ୍ୟରେ ତାଙ୍କ ଗାଡ଼ି ଭାଙ୍ଗିବାକୁ ଚେଷ୍ଟା କରିଥିଲେ। 
ହେଲେ ସ୍ଥାନରେ ପୋଲିସ ଉପସ୍ଥିତ ଥାଇ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ସେପଟେ ଟିଏମସି ପଥରଫିଙ୍ଗାଳୀଙ୍କୁ ମୋର୍ଚ୍ଚା ଭାବେ ବ୍ୟବହାର କରି ଏପରି କାଣ୍ଡ ଭିଆଇଛି ବୋଲି ଅଭିଯୋଗ କରିଛି ବିଜେପି ।
ପ୍ରବଳ ବର୍ଷା ଯୋଗୁଁ ପଶ୍ଚିମଙ୍ଗର ଅନେକ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଭ୍ରମ କରିବାକୁ ବିଜେପିର ପ୍ରତିନିଧି ଦଳ ଗଠନ କରାଯାଇଥିଲା। ସାଂସଦ ମୁର୍ମୁ ଏବଂ ଅନ୍ୟ ବିଜେପି ନେତା ମାନେ ନାଗରକାଟା ଗସ୍ତରେ ଯାଇଥିଲେ। ହେଲେ ସେମାନେ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରି ଫେରିବା ସମୟରେ ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ତେବେ ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହି ଘଟଣା ପୂରା ରାଜ୍ୟରେ ରାଜନୈତିକ ଉଷ୍ମତା ସୃଷ୍ଟି କରିଛି।

Advertisment

ଅଧିକ ଦେଖନ୍ତୁ:

West Bengal
Advertisment
Related Articles
Advertisment