Advertisment

Delhi Blast Case Update: ବଡ଼ ଖୁଲାସା: ବୋମା ତିଆରି କରିବାରେ ଏକ୍ସପର୍ଟ ଥିଲା ଉମର.. ପାକିସ୍ତାନରୁ ମିଳୁଥିଲା ବୈଷୟିକ ସହାୟତା

ଦିଲ୍ଲୀ ବିସ୍ଫୋରଣ ତଦନ୍ତରୁ ବଡ଼ ଖୁଲାସା ହୋଇଛି। ବିସ୍ଫୋରଣରେ ବ୍ୟବହୃତ ହୋଇଥିଲା ଆମୋନିୟମ ନାଇଟ୍ରେଟ୍। ଡିଟୋନେଟିଂ ଡିଭାଇସ ଓ ପେଟ୍ରୋଲିୟମ ଅଏଲ୍ ବ୍ୟବହାର ହୋଇଥିଲା।

author-image
Chinmayee Sahoo
Delhi Blast

Delhi Blast Photograph: (OTV)

ଦିଲ୍ଲୀଲାଲକିଲ୍ଲା ବିସ୍ଫୋରଣ ମାମଲାରେ ତଦନ୍ତରୁ ହୋଇଛି ବଡ଼ ଖୁଲାସା। ବିସ୍ଫୋରଣରେ ବ୍ୟବହୃତ ହୋଇଥିଲା ୨ କିଲୋରୁ ଅଧିକ ଆମୋନିୟମ ନାଇଟ୍ରେଟ୍। ଖାଲି ସେତିକି ନୁହେଁ ସୂତ୍ରରୁ ଜଣାପଡିଛି ଯେ, ବିସ୍ଫୋରଣ ପାଇଁ ଡିଟୋନେଟିଂ ଡିଭାଇସ ଓ ପେଟ୍ରୋଲିୟମ ଅଏଲ୍ ମଧ୍ୟ ବ୍ୟବହାର କରାଯାଇଥିଲା।

Advertisment

ଫରେନ୍ସିକ ଦଳ ଏଯାଏଁ ସଂଗ୍ରହ କରିଥିବା ୫୨ରୁ ଅଧିକ ବିସ୍ଫୋରକର ନମୁନା ଓ ବିସ୍ଫୋରଣରେ ବ୍ୟବହୃତ ଆଇ-୨୦ କାରର ୬୦ ପ୍ରତିଶତ ମିଳିଥିବା ଆବର୍ଜନାରୁ ଏହା ଜଣାପଡିଛି। କେବଳ ସେତିକି ନୁହେଁ ଘଟଣାସ୍ଥଳରୁ କିଛି ପତଳା ତାର ମଧ୍ୟ ମିଳିଛି।

ସୂଚନା ମୁତାବକ, ଦିଲ୍ଲୀ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ହେଉଛି ଉମର ମହମ୍ମଦ ନବି। ତଦନ୍ତରୁ ଜଣାପଡିଛି ଯେ ସେ ବୋମା ତିଆରି କରିବାରେ ଏକ୍ସପର୍ଟ ଥିଲା। ନିଜ ଘରେ ବିସ୍ଫୋରକ ପରୀକ୍ଷଣ କରୁଥିଲା ଦିଲ୍ଲୀ ବ୍ଲାଷ୍ଟ ମାଷ୍ଟରମାଇଣ୍ଡ ଡାକ୍ତର ଉମର ଉନ ନବୀ। ଅଲ ଫଲହା ନିକଟସ୍ଥ ଘରେ କରିଥିଲା ସ୍ପେଶାଲ୍ ଲ୍ୟାବ୍। ଏହି ଲ୍ୟାବରେ ପାକିସ୍ତାନୀଙ୍କ ସହାୟତାରେ ଆତଙ୍କୀ କାର୍ଯ୍ୟକଳାପ ଚଳାଇଥିଲା ଉମର । ଉମର ଘରେ ଛାନଭିନ ପରେ ଏଭଳି ଚାଞ୍ଚଲ୍ୟକର ସୂଚନା ପାଇଛି ତଦନ୍ତକାରୀ ସଂସ୍ଥା ।

Advertisment

ଲ୍ୟାବରେ ବୋମା ପ୍ରସ୍ତୁତିଠାରୁ ଆରମ୍ଭ କରି ଆଇଇଡି ପରୀକ୍ଷଣ କରାଯାଉଥିଲା । ଲ୍ୟାବରେ ବ୍ୟବହୃତ ବିଭିନ୍ନ ସାମଗ୍ରୀକୁ ଜବତ କରାଯାଇଛି। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ, ଏସବୁ ପରୀକ୍ଷଣ ପାଇଁ ଉମରକୁ ପାକିସ୍ତାନରୁ ମିଳୁଥିଲା ବୈଷୟିକ ସହାୟତା । ବିସ୍ଫୋରକ ପ୍ରସ୍ତୁତିର ଭିଡିଓ ପଠାଉଥିଲେ ପାକିସ୍ତାନୀ ଆତଙ୍କୀ । ସେମାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଉମର ଏସବୁ କାର୍ଯ୍ୟକଳାପ ଚଳାଉଥିଲା ।

ଘଟଣା ଦିନ ସେ ହିଁ ଆଇ-୨୦ କାର୍ ଚଳାଉଥିଲା। ଘଟଣାସ୍ଥଳରେ ସଂଗୃହୀତ ପ୍ରମାଣ ଆଧାରରେ, ଉମର ମାତ୍ର ୫ ରୁ ୧୦ ମିନିଟ ମଧ୍ୟରେ ଏହି ବିସ୍ଫୋରଣ ଘଟାଇପାରିଥାନ୍ତା। କିନ୍ତୁ ସେ ଏଭଳି କରି ନଥିଲା। ଦିଲ୍ଲୀ ଲାଲକିଲ୍ଲାର ପାର୍କିଂରେ ୩ ଘଣ୍ଟା କାର୍ ପାର୍କିଂ କରିବା ପରେ ଟ୍ରାଫିକ ପୋଷ୍ଟ ପାଖରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଦେଖନ୍ତୁ ଭିଡିଓ:

•    ଦିଲ୍ଲୀ ବିସ୍ଫୋରଣ ତଦନ୍ତରୁ ବଡ଼ ଖୁଲାସା
•    ବିସ୍ଫୋରଣରେ ବ୍ୟବହୃତ ହୋଇଥିଲା ଆମୋନିୟମ ନାଇଟ୍ରେଟ୍
•    ୨ କିଲୋରୁ ଅଧିକ ଆମୋନିୟମ ନାଇଟ୍ରେଟ୍ ବ୍ୟବହୃତ ହୋଇଥିଲା
•    ଡିଟୋନେଟିଂ ଡିଭାଇସ ଓ ପେଟ୍ରୋଲିୟମ ଅଏଲ୍ ବ୍ୟବହାର ହୋଇଥିଲା
•    ଦିଲ୍ଲୀ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ହେଉଛି ଡାକ୍ତର ଉମର ଉନ୍ ନବୀ
•    ସାମ୍ନାକୁ ଆସିଲା ଡାକ୍ତର ଉମର ଉନ ନବୀର ଅସଲ ଚେହେରା
•    ଘରେ ବିସ୍ଫୋରକ ପରୀକ୍ଷଣ କରୁଥିଲା ଉମର
•    ନିଜ ଘରେ ବିସ୍ଫୋରକ ପରୀକ୍ଷଣ କରୁଥିଲା ଉମର ଉନ ନବୀ
•    ଅଲ ଫଲହା ନିକଟସ୍ଥ ଘରେ କରିଥିଲା ସ୍ପେଶାଲ୍ ଲ୍ୟାବ୍
•    ଲ୍ୟାବରେ ପାକିସ୍ତାନୀଙ୍କ ସହାୟତାରେ ଆତଙ୍କୀ କାର୍ଯ୍ୟକଳାପ ଚଳାଇଥିଲା
•    ଉମର ଘରେ ଛାନଭିନ ପରେ ଚାଞ୍ଚଲ୍ୟକର ସୂଚନା
•    ଲ୍ୟାବରେ ବୋମା ପ୍ରସ୍ତୁତିଠାରୁ ଆଇଇଡି ପରୀକ୍ଷଣ କରାଯାଉଥିଲା
•    ଲ୍ୟାବରେ ବ୍ୟବହୃତ ବିଭିନ୍ନ ସାମଗ୍ରୀକୁ ଜବତ କରାଯାଇଛି
•    ବିସ୍ଫୋରକ ପରୀକ୍ଷଣ ପାଇଁ ପାକିସ୍ତାନରୁ ଆସୁଥିଲା ବୈଷୟିକ ସହାୟତା  

Delhi Blast
Advertisment
Related Articles
Advertisment