Advertisment

No More 10-Minute Delivery Ads: ଇ-କମର୍ସ ପ୍ଲାଟଫର୍ମଗୁଡ଼ିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ୧୦ ମିନିଟରେ ଡେଲିଭରୀ ପ୍ରତିଶ୍ରୁତିର ବିଜ୍ଞାପନ ଦେଇ ପାରିବେନାହିଁ

ବ୍ଲିଙ୍କଇଟ, ସ୍ୱିଗୀ, ଜମାଟୋ ଭଳି ଇ-କମର୍ସ ପ୍ଲାଟଫର୍ମଗୁଡ଼ିକୁ କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ। ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ ଆଉ ୧୦ ମିନିଟରେ ଡେଲିଭରୀ ପ୍ରତିଶ୍ରୁତିର ବିଜ୍ଞାପନ ଦେଇ ପାରିବେ ନାହିଁ। ଏପରି ୧୦ ମିନିଟର ବିଜ୍ଞାପନ ବନ୍ଦ କରିବାକୁ ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି।

author-image
Tapan Swain
Union Govt

Union Govt Photograph: (OTV)

ଆଉ ମିଳିବନି ୧୦ ମିନିଟରେ ଡୋର ଷ୍ଟେପ୍ ଡେଲିଭରି ଭଳି ସୁବିଧା। ଡେଡଲାଇନ୍ ଭିତରେ ଆଉ ବାନ୍ଧି ହୋଇ ରହିବେନି ଡେଲିଭରି ବୟ୍। ୧୦ ମିନିଟର ଡେଲିଭରି ବ୍ୟବସ୍ଥା ଉଠାଇବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ।

Advertisment

ବ୍ଲିଙ୍କଇଟ, ସ୍ୱିଗୀ, ଜମାଟୋ ଭଳି ଇ-କମର୍ସ ପ୍ଲାଟଫର୍ମଗୁଡ଼ିକୁ କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ। ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ ଆଉ ୧୦ ମିନିଟରେ ଡେଲିଭରୀ ପ୍ରତିଶ୍ରୁତିର ବିଜ୍ଞାପନ ଦେଇ ପାରିବେ ନାହିଁ। ଏପରି ୧୦ ମିନିଟର ବିଜ୍ଞାପନ ବନ୍ଦ କରିବାକୁ ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି।

ବିଭିନ୍ନ ଇ-ପ୍ଲାଟଫର୍ମ ପ୍ରତିନିଧିଙ୍କ ସହ ମାଣ୍ଡଭୀୟ ବୈଠକ କରିଥିଲେ। ଏହି ସମୟରେ ଡେଲିଭରୀ ଏଜେଣ୍ଟମାନଙ୍କ ସୁରକ୍ଷା ଉପରେ ସେ ଗୁରୁତ୍ୱ ଦେବାକୁ ସବୁ କମ୍ପାନୀକୁ କହିଛନ୍ତି। ସେମାନେ ନିଜର ୧୦ ମିନିଟର ପ୍ରତିଶ୍ରୁତିକୁ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଡେଲିଭରୀ ସମୟକୁ ନେଇ ଚାଲିଥିବା ପ୍ରତିଯୋଗିତାକୁ ନେଇ ଅନେକ ସମୟରେ ଦୁର୍ଘଟଣାର ଶୀକାର ହୁଅନ୍ତି ଡେଲିଭରି ବୟ।

Advertisment

ଜୀବନ ବିପଦରେ ଥିଲା 

କମ୍ପାନୀ କର୍ତ୍ତୃପକ୍ଷଙ୍କ ଏହି ୧୦ ମିନିଟର ପ୍ରତିଶ୍ରୁତି ଯୋଗୁଁ ଡେଲିଭରୀ ଏଜେଣ୍ଟ ଜୀବନ ବିପଦରେ ପଡ଼ୁଛି ବୋଲି ବିତର୍କ ଚାଲିଛି। ଯଥାଶୀଘ୍ର ସେମାନେ ଲୋକଙ୍କ ପାଖରେ ଜିନିଷ ପହଞ୍ଚାଇବାରୁ ଗାଡ଼ି ଦ୍ରୁତଗତିରେ ଚଳାଉଛନ୍ତି। ସେମାନେ ନିଜ ଜୀବନ ବାଜିରେ ଲଗାଇ ଜିନିଷ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ସମସ୍ତ କମ୍ପାନୀକୁ ତୁରନ୍ତ ୧୦ ମିନିଟ ଡେଲିଭରୀ ପ୍ରତିଶ୍ରୁତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଡିସେମ୍ବର ୨୫ରେ ଡେଲିଭରୀ ଏଜେଣ୍ଟଙ୍କ ୟୁନିୟନ ପକ୍ଷରୁ ଉପଯୁକ୍ତ ପ୍ରାପ୍ୟ ଓ ସାମାଜିକ ସୁରକ୍ଷା ସୁବିଧା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। 

Delivery Boy
Advertisment
Related Articles
Advertisment