Advertisment

From Hope to Ruin: ପାଉଁଶ ହୋଇଗଲା ଏକର ଏକର ଧାନ,ପାଣିରେ ପଡିଲା ବର୍ଷକର ପରିଶ୍ରମ

ଜମିରୁ ଧାନ ଅମଳ କରି ଖଳାରେ ରୁଣ୍ଡ କରିଥିଲେ ଚାଷୀ। ହେଲେ ରାତିରେ ଏଭଳି ଅଘଟଣ ଚାଷୀଙ୍କୁ ମେରୁଦଣ୍ଡ ଭାଙ୍ଗି ଦେଇଛି। ନିଜ ଭାଗ୍ୟ ନିନ୍ଦିବା ସହ ତାଙ୍କ ପାଖରେ ଆଉ କିଛି ଉପାୟ ନାହିଁ ବୋଲି କହିଛନ୍ତି।

author-image
Tapan Swain
Paddy Fire

Paddy Fire Photograph: (OTV)

ଛାତି ଫାଟି ପଡୁଛି, ଆଖିରୁ ଲୁହ ଶୁଖୁନି। ପାଣିରେ ପଡିଲା ବର୍ଷଯାକର ପରିଶ୍ରମ। ପାଉଁଶ ହୋଇଗଲା ଏକର ଏକର ଧାନ। ମଣ୍ଡିରେ ଧାନ ବିକି ଦୁଇ ପଇସା ରୋଜଗାର କରିବାକୁ ଆଶା ରଖିଥିବା ଚାଷୀ ଏବେ ସର୍ବସ୍ବାନ୍ତ। ଗଞ୍ଜାମ ସେରଗଡ଼ ବ୍ଳକ ବାଦଗଡ଼ ଗାଁରେ 3 ଜଣ ଚାଷୀଙ୍କ ଆଠ ଏକର ଜମିର ଧାନ ନିଆଁ ମୁହଁରେ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନି।

Advertisment

ଜମିରୁ ଧାନ ଅମଳ କରି ଖଳାରେ ରୁଣ୍ଡ କରିଥିଲେ ଚାଷୀ। ହେଲେ ଗତକାଲି ରାତିରେ ଏଭଳି ଅଘଟଣ ଚାଷୀଙ୍କୁ ମେରୁଦଣ୍ଡ ଭାଙ୍ଗି ଦେଇଛି। ନିଜ ଭାଗ୍ୟ ନିନ୍ଦିବା ସହ ତାଙ୍କ ପାଖରେ ଆଉ କିଛି ଉପାୟ ନାହିଁ ବୋଲି କହିଛନ୍ତି। ଶେରଗଡ ତହସିଲ ପକ୍ଷରୁ କର୍ମଚାରୀ ମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ତାଙ୍କୁ କ୍ଷତିପୂରଣ ଦେବାକୁ ନିବେଦନ କରିଛନ୍ତି... 


ଛାତି ଫାଟି ପଡୁଛି, ଆଖିରୁ ଲୁହ ଶୁଖୁନି

ମଣ୍ଡିରେ ଧାନ ବିକି ଦୁଇ ପଇସା ରୋଜଗାର ଆଶା ମଉଳିଲା
୩ ଜଣ ଚାଷୀଙ୍କ ଆଠ ଏକର ଜମିର ଧାନରେ ନିଆଁ ଲାଗି ପାଉଁଶ 

Advertisment

Devastates Acres Of Paddy Field
Advertisment
Related Articles
Advertisment