Advertisment

Budget Session 2nd Phase to Begin Today: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ, ଗୃହରେ ଉଠିବ ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ପ୍ରସଙ୍ଗ

ଆଜିଠାରୁ ପାର୍ଲାମେଣ୍ଟ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ବେଶ ସରଗରମ ହୋଇପାରେ ଗୃହ। ଲୋକସଭା ବାଚସ୍ପତିଙ୍କ ଅନାସ୍ଥା ପ୍ରସ୍ତାବ ନେଇ ହୋଇପାରେ ଆଲୋଚନା।

author-image
Chinmayee Sahoo
Parliament

Parliament Photograph: (OTV)

ଆଜିଠାରୁ ସଂସଦ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ପାର୍ଲାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଗୃହ ସରଗରମ ହେବା ସମ୍ଭାବନା ରହିଛି। ଲୋକସଭାରେ ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳ ଦ୍ୱାରା ସମର୍ଥିତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ୧୧୮ ଜଣ ସାଂସଦଙ୍କ ଦ୍ୱାରା ସ୍ୱାକ୍ଷରିତ ଅନାସ୍ଥା ପ୍ରସ୍ତାବ ଦେଇଥିଲେ ବିରୋଧୀ। 

Advertisment

ଓମ ବିର୍ଲାଙ୍କ ବିରୋଧରେ ନୋଟିସ ଦାଖଲ ପରେ ଗୃହର ଅଧ୍ୟକ୍ଷତା କରିବାକୁ ନିଜେ ଓହରିଯାଇଥିଲେ। ମାମଲାର ନିଷ୍ପତ୍ତି ହେବା ପରେ ହିଁ ସେ ପୁନର୍ବାର ଅଧ୍ୟକ୍ଷ ପଦ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ସେପଟେ ବାଚସ୍ପତି ଗୃହ ପରିଚାଳନା କରିବା ସମୟରେ ସମ୍ବିଧାନ ଏବଂ ସଂସଦୀୟ ଗଣତନ୍ତ୍ରର ନୀତିକୁ ବଜାୟ ରଖିଛନ୍ତି ବୋଲି କହିଛନ୍ତି ସରକାର। 

ଏହାସହ ପଶ୍ଚିମ ଏସିଆରେ ଆମେରିକା, ଇସ୍ରାଏଲ ଏବଂ ଇରାନକୁ ନେଇ ବୃଦ୍ଧି ପାଉଥିବା ସଂଘର୍ଷ ମଧ୍ୟ ସଂସଦର କାର୍ଯ୍ୟପନ୍ଥା ଉପରେ ପ୍ରଭାବ ପକାଇପାରେ। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଇରାନ ଯୁଦ୍ଧ ସଙ୍କଟ ଉପରେ ସଂସଦରେ ଏକ ବିବୃତ୍ତି ଦେବା ସମ୍ଭାବନା ରହିଛି।  ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ପୂର୍ଣ୍ଣାଙ୍ଗ ଆଲୋଚନା ଦାବି କରିଛନ୍ତି।

Advertisment

ଗତ ଫେବୃଆରୀ ୨୮ ତାରିଖରେ ଆରମ୍ଭ ହୋଇଥିଲା ସଂସଦ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ। ଆସନ୍ତା ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ବଜେଟ ଅଧିବେଶନ।

Parliament Budget Session
Advertisment
Related Articles
Advertisment