/odishatv-khabar/media/media_files/2026/02/01/budget-2026-2026-02-01-08-16-13.jpg)
Budget 2026 Photograph: (OTV)
ଆଉ ମାତ୍ର କେଇଁ ଘଣ୍ଟାର ଅପେକ୍ଷା। ଖୋଲିବ ବଜେଟ୍ ପେଡ଼ି। ସଂସଦରେ ଉପସ୍ଥାପିତ ହେବ ମୋଦି 3.O ସରକାରଙ୍କ ଦ୍ବିତୀୟ ପୂର୍ଣ୍ଣାଙ୍ଗ ବଜେଟ୍। ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ସକାଳ ୧୧ଟାରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ସେ ରଖିବେ ଆୟବ୍ୟୟର ହିସାବ।
ଲଗାତାର ନବମ ଥର ବଜେଟ୍ ଆଗତ କରିବେ ନିର୍ମଳା। ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ବଜେଟର ଆକାର ୫୦ ଲକ୍ଷ ୬୫ ହଜାର କୋଟି ଟଙ୍କା ଥିଲା। ଏଥର ବଜେଟ ଆକାର ୫୩ ଲକ୍ଷ କୋଟି ଛୁଇଁପାରେ ବୋଲି ଆକଳନ କରାଯାଉଛି। କେଉଁ କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ମିଳିବ? ମଧ୍ୟବିତ୍ତଙ୍କୁ ମିଳିବ କି ବଡ଼ ଉପହାର?
ମହଙ୍ଗା ମାଡ଼ରୁ ଆଶ୍ବସ୍ତି ଆଣିଦେବେ କି ସରକାର ? ଶିଳ୍ପ ଜଗତ, କର୍ପୋରେଟ୍ ଦୁନିଆ, ଷ୍ଟାର୍ଟଅପ୍ ଓ ମହିଳା ଉଦ୍ୟୋଗୀଙ୍କୁ କି ଭେଟି ଦେବେ ନିର୍ମଳା ? ଗ୍ରାମୀଣ ବିକାଶ, କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ଏମଏସଏମଇ ଓ ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ଫୋକସ ମିଳିପାରେ। ଆୟକର ଦାତାଙ୍କୁ କିଛି ସରପ୍ରାଇଜ୍ କରିବେ କି ସରକାର ? ଅର୍ଥମନ୍ତ୍ରୀ ନିର୍ମଳାଙ୍କ ବଜେଟ୍ ପେଡ଼ି ଉପରେ ସାରା ଦେଶର ନଜର ରହିଛି।
Daily Horoscope 1st February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 1st February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Budget 2026: ଫେବୃଆରୀରେ କାହିଁକି ବଜେଟ୍; ଆପଣ କିପରି ବଜେଟ୍ର ଫାଇଦା ନେବେ ଜାଣନ୍ତୁ…

Budget 2026: ଭାରତରେ ବଜେଟ୍ ଆରମ୍ଭ କରିଥିଲେ ଜଣେ ଟୋପି ନିର୍ମାତା, ସେ କିଏ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)