/odishatv-khabar/media/media_files/2025/10/16/durgapur-rape-boyfriend-2025-10-16-14-16-22.jpg)
Durgapur-Rape-Boyfriend Photograph: (OTV)
ଦୁର୍ଗାପୁର ଦୁଷ୍କର୍ମ (Durgapur gang rape)ରେ ପୁରୁଷ ବନ୍ଧୁର ହାତ ! କ୍ୟାମ୍ପସ ବାହାରକୁ ନେଇ ଚାଲ୍ ଖେଳିଥିଲା ବୟଫ୍ରେଣ୍ଡ ! ଅଧରାତିରେ ରଚିଥିଲା ସୈତାନୀ ପ୍ଲାନ୍ । ବୟଫ୍ରେଣ୍ଡକୁ ମିଶାଇ ଏବେ ସୁଦ୍ଧା ଗିରଫ ହେଲେଣି ୬ ଜଣ । ଘଟଣାକୁ ଯେତେ ଅଧିକ ଦିନ ବିତୁଛି, ପୋଲିସ ପାଉଛି ଅପରାଧର ସେତେ ଅଧିକ ଖିଅ । ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଏବେ ପୀଡ଼ିତାଙ୍କ ସହପାଠୀ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଦୁର୍ଗାପୁର ପୋଲିସ । ଏନେଇ ଆସାନସୋଲ-ଦୁର୍ଗାପୁର କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଭଲ ପାଇବା ନାଁରେ ପୁରୁଷ ବନ୍ଧୁର ମନରେ ଥିଲା ଖରାପ ଚିନ୍ତାଧାରା । ତେଣୁ ଛାତ୍ରୀଙ୍କୁ କ୍ୟାମ୍ପସ ବାହାରକୁ ନେବା ପାଇଁ ସେ ପ୍ରବର୍ତ୍ତାଇ ଥିଲା । ଛାତ୍ରୀ ଜଣକ ରାତି ହୋଇ ବାହାରକୁ ଯିବା ପରେ ଯୁବକ ଖେଳିଥିଲା ତା’ ସୌତାନୀ ବୁଦ୍ଧିର ଖେଳ । ତେଣୁ ଛାତ୍ରକୁ ପାଖ ଜଙ୍ଗଲକୁ ନେବାକୁ ଯୋଜନା କରିଥିଲା । ଦୁର୍ଗାପୁର ପୋଲିସ ପଚରାଉଚରା କରି ଏ ସେବୁ ଜାଣିବା ପରେ ବୟଫ୍ରେଣ୍ଡକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ସମ୍ପର୍କରେ ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଟେକ୍ନିକାଲ୍ ପ୍ରମାଣ ଓ ପୀଡିତାଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଶାରୀରିକ ଯୌନ ନିର୍ଯାତନା କରିଛନ୍ତି । ଅନ୍ୟ ୫ ଜଣଙ୍କର କିଭଳି ସମ୍ପୃକ୍ତି ରହିଛି ସେନେଇ ତଦନ୍ତ କରାଯାଉଛି । ପୀଡିତାଙ୍କ ପୁରୁଷ ବନ୍ଧୁଙ୍କ ଭୂମିକା ମଧ୍ୟ ସନ୍ଦେହ ବାହାରେ ନୁହେଁ । ତାଙ୍କ ଭୂମିକା ଉପରେ ବି ତଦନ୍ତ କରାଯାଉଥିବା ବେଳେ ତାଙ୍କୁ ବି ଗିରଫ ପୂର୍ବରୁ ଅନେକ ଥର ପଚରାଉଚରା କରିଛି ପୋଲିସ ।
ଅଭିଯୁକ୍ତ ଛଡ଼ାଇ ନେଇଥିବା ମୋବାଇଲ୍ ଫୋନକୁ ବି ପୋଲିସ ଜବତ କରିଛି । ପୁରୁଷ ବନ୍ଧୁଙ୍କ ଭୂମିକା ସନ୍ଦେହ ଘେରରେ ଥିବାବେଳେ ପୀଡ଼ିତାଙ୍କ ବାପା ତାଙ୍କୁ ଗିରଫ କରିବାକୁ ପୂର୍ବରୁ ଦାବି କରୁଥିଲେ । ତେବେ ପୋଲିସ ପୁରୁଷ ବନ୍ଧୁକୁ ଗିରଫ କରିବା ସହ ଅନ୍ୟ ୫ ଜଣଙ୍କୁ ବି ବାନ୍ଧି ସାରିଛି । ଆଗକୁ ଏହି ମାମଲାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ଏବଂ ପୁରୁଷ ବନ୍ଧୁ ଆଉ କ’ଣ ସବୁ ସତ ଓଗାଳୁଛି ତା’ ଦେଖିବାକୁ ବାକି…
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)