/odishatv-khabar/media/media_files/2026/01/08/bomb-threat-2026-01-08-15-06-41.jpg)
Bomb Threat Photograph: (OTV)
ଖାଲି ଓଡ଼ିଶା ନୁହେଁ, ଅନ୍ୟ ରାଜ୍ୟର ବିଭିନ୍ନ କୋର୍ଟକୁ ମଧ୍ୟ ମିଳିଛି ଧମକପୂର୍ଣ୍ଣ ଇ-ମେଲ୍ । ବିହାର, କେରଳ ଓ ପଞ୍ଜାବର କୋର୍ଟକୁ ମିଳିଛି ଧମକପୂର୍ଣ୍ଣ ଇ-ମେଲ। ବିହାରର ଚାରୋଟି ପ୍ରମୁଖ କୋର୍ଟକୁ ସମାନ ଧମକ ମିଳିଛି। ଯେପରିକି ପାଟନା ସିଭିଲ୍ କୋର୍ଟ, କିଶନଗଞ୍ଜ ସିଭିଲ୍ କୋର୍ଟ, ଗୟା ସିଭିଲ୍ କୋର୍ଟ ଏବଂ ଦାନାପୁର ସବ-ଡିଭିଜନାଲ୍ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି ।
Advertisment
ଇ-ମେଲରେ ଧମକପୂର୍ଣ୍ଣ ପରେ କୋର୍ଟ ପରିସରକୁ ଖାଲି କରାଯିବା ସହ ସୁରକ୍ଷା କର୍ମୀ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି। ସେହିପରି କେରଳର କଶରଗୋଡ ଓ ମଞ୍ଜେରୀ ଜିଲ୍ଲା କୋର୍ଟକୁ ମଧ୍ୟ ଇ-ମେଲରେ ଧମକ ମିଳିଛି। ଏସମସ୍ତ କୋର୍ଟରେ ଯାଞ୍ଚ ସହ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।
ପଞ୍ଜାବରେ, ଫିରୋଜପୁର, ମୋଗା ଏବଂ ରୂପନଗର ଜିଲ୍ଲା କୋର୍ଟଗୁଡ଼ିକୁ ଧମକପୂର୍ଣ୍ଣ ମେସେଜ୍ ମିଳିଥିଲା। ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ସମସ୍ତ କୋର୍ଟ ପରିସରକୁ ତୁରନ୍ତ ଖାଲି କରାଯାଇଥିଲା।
Advertisment
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)