/odishatv-khabar/media/media_files/2025/10/07/murder-2025-10-07-08-20-45.jpg)
Murder Photograph: (OTV)
ଗଞ୍ଜାମରେ ଗଡ଼ିଲା ମୁଣ୍ଡ । ଗୋଟିଏ ଦିନରେ ଦୁଇ ଜଣଙ୍କୁ ବୀଭତ୍ସ ହତ୍ୟା । ସମାନ୍ୟ ବଚସାରୁ ଭଞ୍ଜନଗରରେ ଗଲା ବ୍ୟବସାୟୀଙ୍କ ଜୀବନ । ଧରାକୋଟର ୩୪ ବର୍ଷୟ ବ୍ୟକ୍ତିଙ୍କୁ ବି ଧାରୁଆ ଅସ୍ତ୍ରରେ ହତ୍ୟା । ଗଞ୍ଜାମ ଜିଲ୍ଳାର ଏହି ଦୁଇ ଅଞ୍ଚଳ ଯେମିତି ଅଶାନ୍ତ ପାଲଟିଛି । ଧରାକୋଟ ଥାନା ଦାମଦୋରୋପଲି ଗାଁରେ ଡି. ଶଙ୍କର ରେଡି ନାମକ ଜଣେ ବ୍ୟକ୍ତିଙ୍କୁ ପୂର୍ବ ଶତ୍ରୁତା କାରଣରୁ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ଡି. ଶଙ୍କରଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଡି. ଶଙ୍କରଙ୍କ ଏକ ୨ ମାସର ସନ୍ତାନ ଥିବା ବେଳେ ବୃଦ୍ଧ ବାପା ମା’ ଓ ସ୍ତ୍ରୀ ବେସାହାରା ହୋଇଛନ୍ତି ।
ସେହିପରି ଭଞ୍ଜନଗରରେ ସାମାନ୍ୟ ବଚସାରୁ ଯାଇଛି ବ୍ୟବସାୟୀଙ୍କ ଜୀବନ । ବୁଦୁଲି ଗାଁରେ ପଞ୍ଚୁ ବେହେରାକୁ ମାଡ଼ ମାରି ହତ୍ୟା କରାଯାଇଛି । ଗତକାଲି ରାତିରେ ପଞ୍ଚୁଙ୍କ ଦୋକାନ ଆଗରେ କିଛି ଯୁବକ ଝଗଡ଼ା କରୁଥିଲେ । ସେହି ସମୟରେ ପଞ୍ଚୁଙ୍କ ପୁଅ ସେମାନଙ୍କୁ ଦୋକାନ ଆଗରୁ ଚାଲିଯିବାକୁ କହିଥିଲେ । ହେଲେ ସେମାନେ ନ ଯିବାରୁ ପଞ୍ଚୁ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କଲା ବେଳେ ତାଙ୍କୁ ମାଡ଼ ମାରି ଦୃର୍ବୃତ୍ତ ମାନେ ହତ୍ୟା କରିଛନ୍ତି । ଗୁରୁତର ଅବସ୍ଥାରେ ପଞ୍ଚୁଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଅଟକ ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)