/odishatv-khabar/media/media_files/2026/01/16/bjp-2026-01-16-16-13-44.jpg)
BJP Photograph: (OTV)
ମହାରାଷ୍ଟ୍ରରେ ପୁଣି ଚାଲିଲା ବିଜେପି ମ୍ୟାଜିକ୍। ନଗର ନିଗମ ନିର୍ବାଚନରେ ଏକତରଫା ବଡ଼ ବିଜୟ ଆଡ଼କୁ ମୁହାଁଇଛି ବିଜେପି। ମୁମ୍ବାଇର ୨୭୭ ୱାର୍ଡରୁ ୧୦୦ରୁ ଅଧିକ ସିଟରେ ଆଗୁଆ ରହିଛି ବିଜେପି। ଶିବସେନା ଓ ଏନସିପି ଉଭୟ ଦଳ ୫୦ରୁ କିଛିଟା ସିଟ୍ ଆଗରେ ରହିଛନ୍ତି।
Advertisment
କଂଗ୍ରେସରେ ନିରାଶା
ସେହିଭଳି ଦୁଇ ଅଙ୍କ ସଂଖ୍ୟା ହାସଲ କରିପାରିନି କଂଗ୍ରେସ। ଏଥର ନିର୍ବାଚନ ବେଶ୍ ରୋଚକ ଥିଲା। ୨୦ ବର୍ଷ ପରେ ରାଜ୍ ଠାକରେ ଓ ଉଦ୍ଧବ ଠାକରେ ଦୁଇ ଭାଇ ଏକାଠି ହୋଇଥିଲେ। ବିଜେପି-କଂଗ୍ରେସ ବି ହାତ ମିଳେଇଥିଲେ।... ବୃହନ ମୁମ୍ବାଇ କର୍ପୋରେସନ ଦେଶର ସବୁଠୁ ବଡ଼ ଓ ଧନୀ କର୍ପୋରେସନ।
ଏମିତିକି BMCର ବାର୍ଷିକ ବଜେଟ ଦେଶର କେତେକ ଛୋଟ ରାଜ୍ୟ ଠାରୁ ମଧ୍ୟ ଅଧିକ। ତେଣୁ ଏହି ସମ୍ମାନଜନକ ମହାନଗର ନିଗମର ମେୟର ପଦବୀ ପାଇଁ ସବୁଠୁ ଅଧିକ ରାଜନୀତି ତେଜିଛି।
Advertisment
ବଡ଼ ବିଜୟ ଅଭିମୁଖେ ବିଜେପି
ନଗର ନିଗମ ନିର୍ବାଚନରେ ଏକତରଫା ବିଜୟ
ବିଜେପି ମୁମ୍ବାଇର ୨୭୭ ୱାର୍ଡରୁ ୧୦୦ରୁ ଅଧିକ ସିଟରେ ଆଗୁଆ
ଟ୍ରେଣ୍ଡରେ ଶିବସେନା ଓ ଏନସିପି ୫୦ରେ ସୀମିତ
ଅମାନତ ବଞ୍ଚାଇବାକୁ ଲଢ଼ୁଛି କଂଗ୍ରେସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)