Advertisment

Before Bihar Elections: ‍‍ବିହାର ନିର୍ବାଚନ ପୂର୍ବରୁ ଲାଲୁଙ୍କୁ ଶକ୍ତ ଝଟକା, ଅଡୁଆରେ ପତ୍ନୀ ଓ ପୁଅ ବି

ବିହାର ନିର୍ବାଚନ ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କୁ ଶକ୍ତ ଝଟ୍‌କା । IRCTC ଦୁର୍ନୀତି ମାମଲାରେ ଲାଲୁଙ୍କ ବିରୋଧରେ ଚାର୍ଜ ଫ୍ରେମ୍ । ଲାଲୁଙ୍କ ବିରୋଧରେ ଚାର୍ଜଫ୍ରେମ୍ କଲେ ଦିଲ୍ଲୀ କୋର୍ଟ ।

author-image
Manas Ranjan Mohanty
LALU YADAV

LALU YADAV Photograph: (OTV)

ବିହାର ନିର୍ବାଚନ ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କୁ ଶକ୍ତ ଝଟ୍‌କା । IRCTC ଦୁର୍ନୀତି ମାମଲାରେ ଲାଲୁଙ୍କ ବିରୋଧରେ ଚାର୍ଜ ଫ୍ରେମ୍ । ଲାଲୁଙ୍କ ବିରୋଧରେ ଚାର୍ଜଫ୍ରେମ୍ କଲେ ଦିଲ୍ଲୀ କୋର୍ଟ । ଲାଲୁଙ୍କ ସହ ରାବ୍ରି ଦେବୀ ଓ ତେଜସ୍ୱୀ ଯାଦବଙ୍କ ବିରୋଧରେ ଚାର୍ଜଫ୍ରେମ୍ ହୋଇଛି । ପଦର ଦୁରୂପଯୋଗ କରି ଟେଣ୍ଡର ପ୍ରକ୍ରିୟାରେ ଲାଲୁ ପରିବର୍ତ୍ତନ କରିଛନ୍ତି ବୋଲି କୋର୍ଟ କହିଛନ୍ତି । 

Advertisment

କୋର୍ଟ ନିଜ ରାୟରେ ଷଡ଼ଯନ୍ତ୍ର, କ୍ଷମତାର ଅପବ୍ୟବହାର ଏବଂ ଟେଣ୍ଡର ପ୍ରକ୍ରିୟାରେ ହେରଫେରକୁ ଉଲ୍ଲେଖ କରି କହିଛନ୍ତି, ସବୁକିଛି ଲାଲୁ ଯାଦବଙ୍କ ଜ୍ଞାତସାରରେ ଘଟିଥିଲା। ଲାଲୁ ଯାଦବ ତାଙ୍କ ସରକାରୀ ପଦବୀର ଅପବ୍ୟବହାର କରିଥିଲେ। ଖାଲି ସେତିକି ନୁହେଁ ରାବରୀ ଦେବୀ ଏବଂ ତେଜସ୍ୱୀ ଯାଦବଙ୍କୁ ଜମି ଅଧିକାର ଦେବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ମଧ୍ୟ କୋର୍ଟ କହିଛନ୍ତି। IPCର ଧାରା ୪୨୦ ଓ ୧୨୦(ଖ)ରେ ମାମଲା ରୁଜୁ ହୋଇଛି। କୋର୍ଟ ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ କୋର୍ଟରେ ନିଜକୁ ନିର୍ଦୋଷ ବୋଲି କହିଛନ୍ତି ଲାଲୁ ଓ ରାବ୍ରି।

Advertisment

ଏହି ମାମଲାଟି ରେଳବାଇ ଚାକିରି ବଦଳରେ ଜମି ଅଧିଗ୍ରହଣ ସହିତ ଜଡିତ । ଏଥିରେ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବ୍ରି ଦେବୀ ଏବଂ ପୁଅ ତେଜସ୍ୱୀ ଯାଦବଙ୍କ ସମେତ ଅନେକ ଅଭିଯୁକ୍ତ ଅଛନ୍ତି। ଏହି ମାମଲାକୁ ଲାଲୁ ପରିବାରର ରାଜନୈତିକ ଏବଂ ଆଇନଗତ ସ୍ଥିତି ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବିବେଚନା କରାଯାଉଛି। 

ଲାଲୁ ଚାରା ଦୁର୍ନୀତି ମାମଲାରେ ଜେଲ ଦଣ୍ଡ ଭୋଗିଛନ୍ତି

ଲାଲୁ ପ୍ରସାଦ ଯାଦବ ପୂର୍ବରୁ ଅନେକ ଚାରା ଘୋଟାଲା ମାମଲାରେ ସଜା କାଟି ସାରିଛନ୍ତି। ଏହି ନୂତନ ମାମଲାର ରାୟ ଲାଲୁ ପରିବାରର ରାଜନୈତିକ ଭବିଷ୍ୟତକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିପାରେ । କାରଣ ବିହାର ବିଧାନସଭା ନିର୍ବାଚନ ପାଖେଇ ଆସିଲାଣି। କୋର୍ଟଙ୍କ ରାୟ କେବଳ ଲାଲୁ ପରିବାରର ଆଇନଗତ ସମସ୍ୟାକୁ ବୃଦ୍ଧି କରିବ ନାହିଁ ବରଂ ବିରୋଧୀ ମହାଗଠବନ୍ଧନର ନିର୍ବାଚନୀ ସମ୍ଭାବନାକୁ ମଧ୍ୟ ଧକ୍କା ଦେଇପାରେ। ତେଣୁ ସମସ୍ତଙ୍କ ନଜର ଆଜିର କୋର୍ଟଙ୍କ ରାୟ ଉପରେ ରହିଥିଲା । 

Advertisment
Related Articles
Advertisment