/odishatv-khabar/media/media_files/2025/12/03/ranvir-singh-disrespect-2025-12-03-10-27-12.jpg)
Ranvir-Singh-Disrespect Photograph: (OTV)
ସୁପରହିଟ୍ ଫିଲ୍ମ କାନ୍ତାରାକୁ ଉପହାସ କରି ଟ୍ରୋଲ୍ ହେଉଛନ୍ତି ବଲିଉଡ ଅଭିନେତା ରଣବୀର ସିଂ। ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବାର ଗୁରୁତର ଅଭିଯୋଗ ଆସିଛି ତାଙ୍କ ନାମରେ। ଗୋଆରେ ଆୟୋଜିତ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଦେଇଥିବା ବୟାନ ପାଇଁ ବିବାଦୀୟ ହୋଇପଡ଼ିଛନ୍ତି ରଣବୀର।
ସୂଚନା ମୁତାବକ, ଷ୍ଟେଜ ଉପରେ କାନ୍ତାରା ଫିଲ୍ମର ମୁଖ୍ୟ ଅଭିନେତା ଋଷଭ ଶେଟ୍ଟୀଙ୍କୁ ପ୍ରଶଂସା କରୁଥିଲେ ରଣବୀର। ତେବେ ଏହି ସମୟରେ ସେ ଫିଲ୍ମରେ ଥିବା ଏକ ଦୃଶ୍ୟକୁ ନକଲ କରିଥିଲେ। ଯେଉଁଥିରେ ଚାମୁଣ୍ଡା ଦେବୀ ରିଷଭ ସେଟ୍ଟୀଙ୍କ ସହିତ ପ୍ରବେଶ କରିଥିଲେ। ହେଲେ ଥଟ୍ଟା କଲା ଭଳି ଆଖି ଟେରା କରି, ଜିଭ କାଢ଼ି ଅଭିନୟ କରିଥିଲେ ରଣବୀର। ଏପରିକି ଷ୍ଟେଜରୁ ଓହ୍ଲାଇ ସମାନ ଦୃଶ୍ୟକୁ ସେ ପୁନରାବୃତ୍ତି କରୁଥିବାର ମଧ୍ୟ ଦେଖାଯାଇଥିଲା। ଏପରି କରିବାକୁ ରିଷଭ ଶେଟ୍ଟୀ ତାଙ୍କୁ ବାରଣ କରିଥିଲେ ମଧ୍ୟ ଅଟକିନଥିଲେ ରଣବୀର।
ତେବେ ବିବାଦ କେବଳ ଏତିକିରେ ଥମି ନଥିଲା। କାନ୍ତାରା ଫିଲ୍ମରେ ବର୍ଣ୍ଣିତ ଚାମୁଣ୍ଡା ଦେବୀଙ୍କୁ ମହିଳା ଭୂତ ବୋଲି କହିଥିଲେ ରଣବୀର ସିଂ। ତେବେ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ କର୍ଣ୍ଣାଟକ ସମେତ ସାରା ଦେଶରେ ଉତ୍ତେଜନା ସୃଷ୍ଟି କରିଥିଲା। କାରଣ ଚାମୁଣ୍ଡା ଦେବୀଙ୍କୁ ଦକ୍ଷିଣ ଭାରତ ଏବଂ ଦେଶରେ ପୂଜା କରାଯାଏ। ତେଣୁ ରଣବୀରଙ୍କ ଏପରି କଥା କହି ଦେବୀଙ୍କୁ ଅପମାନ ବୋଲି ଅଭିୟୋଗ କରିଥିଲେ ଲୋକ। ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ କଡ଼ା ନିନ୍ଦା କରାଯାଇଥିଲା। ଏପରିକି ତାଙ୍କ ନାମରେ ଥାନାରେ ଅଭିଯୋଗ ମଧ୍ୟ କରାଯାଇଥିଲା ।
ବିବାଦ ବୃଦ୍ଧି ପାଉଥିବା ଦେଖି, ରଣବୀର ନିଜ ଇନଷ୍ଟାଗ୍ରାମରେ ସ୍ପଷ୍ଟୀକରଣ ଦେଇଥିଲେ। ସେ କହିଥିଲେ "ମୋର ଉଦ୍ଦେଶ୍ୟ ଥିଲା ଫିଲ୍ମରେ ଋଷଭଙ୍କ ଜବରଦସ୍ତ ଅଭିନୟକୁ ପ୍ରଦର୍ଶିତ କରିବା। ମୁଁ ଜାଣେ ଯେ ସେହି ଦୃଶ୍ୟକୁ ପ୍ରଦର୍ଶନ କରିବା ପାଇଁ ତାଙ୍କୁ କେତେ ସମୟ ଲାଗିଥିଲା। ଯାହା ପାଇଁ ମୁଁ ତାଙ୍କୁ ବହୁତ ପ୍ରଶଂସା କରେ।" ସେ ଆହୁରି ଲେଖିଥିଲେ ଯେ, "ମୋ ଦେଶର ସଂସ୍କୃତି, ପରମ୍ପରା ପ୍ରତି ମୋର ସର୍ବଦା ବହୁତ ସମ୍ମାନ ରହିଛି। ଯଦି ମୁଁ କାହାର ଭାବନାକୁ ଆଘାତ ଦେଇଛି, ତେବେ ମୁଁ କ୍ଷମା ପ୍ରାର୍ଥନା କରୁଛି।" ତେବେ ରଣବୀରଙ୍କ ଏହି ମନ୍ତବ୍ୟକୁ ସବୁଠି ବିରୋଧ କରାଯାଉଥିବା ବେଳେ ଏନେଇ ରିଶବ କିମ୍ବା ଫିଲ୍ମ ନିର୍ମାତା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
Pakistan Hiding the Damage: ନିଜ ମାଟିରୁ ଅପରେସନ୍ ସିନ୍ଦୂର ଦାଗ ଲିଭାଉଛି ପାକିସ୍ତାନ

Byanjan Dwadashi: ଶ୍ରୀମନ୍ଦିରରେ ୮୭୫ ପ୍ରକାର ବ୍ୟଞ୍ଜନ

Shubhankar Mishra Apologises: ବିବାଦ ଓ ବିରୋଧ ତେଜିବା ପରେ କ୍ଷମାପ୍ରାର୍ଥନା: ଭୁଲ୍ ମାଗିଲେ ଶୁଭଙ୍କର ମିଶ୍ରା

Illegal Immigration Cases: ପୁଣି ବାଂଲାଦେଶୀ ତଲାସୀ: ରାତିରେ ଅଚାନକ ରେଡ୍, ଅନେକ ସନ୍ଦିଗ୍ଧ ଅଟକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)