Advertisment

PUCC Linked to Pending Fines: ପୁଣି ଫେରିଲା ପଲ୍ୟୁସନ ଫାଇନ୍ ଟେନସନ୍, ଫାଇନ୍ ଭରିଲେ ହିଁ ମିଳିବ PUCC

PUCC ପାଇଁ ଚାଲାଣ ଭରିବେ ନା ନଦେଲେ ବି ହେବ ? ପଲ୍ୟୁସନ ସାର୍ଟିଫିକେଟ୍ କରିବାକୁ ବାକି ଚାଲାଣ ଭରିବା ପୁଣିଥରେ ବାଧ୍ୟତାମୂଳକ ହେବାପରେ ଏବେ ଦ୍ବନ୍ଦ୍ବରେ ଲୋକେ। ବାରମ୍ବାର ନିଷ୍ପତ୍ତି ପରିବର୍ତ୍ତନକୁ ନେଇ ବଢୁଛି ଅସନ୍ତୋଷ।

author-image
Tapan Swain
PUCC

PUCC Photograph: (OTV)

ପୁଣି ଫେରିଲା ପଲ୍ୟୁସନ ଫାଇନ୍ ଟେନସନ୍
ଗାଡ଼ି ମାଲିକଙ୍କୁ ବାକି ଚାଲାଣ ପୈଠ ଚିନ୍ତା
ଫାଇନ୍ ଭରିଲେ ହିଁ ମିଳିବ PUCC
ହାଇକୋର୍ଟଙ୍କ ସ୍ପଷ୍ଟୋକ୍ତି, ହେଲେ ଦ୍ବନ୍ଦ୍ବରେ ଲୋକେ

Advertisment

ଗତ କିଛି ସପ୍ତାହ ହେଲା ଫାଇନ ଭରିନଥିଲେ ବି ହୋଇପାରୁଥିଲା PUCC। ପରିବହନ ବିଭାଗ ନିୟମ କୋହଳ କରିବା ପରେ ଚାଲାଣ ଥାଇ ମଧ୍ୟ ଗାଡ଼ିର ପଲ୍ୟୁସନ ସାର୍ଟିଫିକେଟ୍ କରାଯାଉଥିଲା। ଆଉ ଏଇ ଗତକାଲି ସୋସିଆଲ ମିଡିଆରେ ପରିବହନ ମନ୍ତ୍ରୀ ଜାରି କରିଥିବା ପ୍ରେସବାର୍ତ୍ତା।

ଫାଇନ ନ ଭରିଲେ ପିୟୁସିସି ହୋଇପାରୁନି

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଏଣିକି ଫାଇନ ନ ଭରିଲେ ମିଳିବନି ପଲ୍ୟୁସନ ସାର୍ଟିଫିକେଟ୍। ପିୟୁସିସି କରିବା ପୂର୍ବରୁ ୯୦ ଦିନରୁ ପୁରୁଣା ଚାଲାଣ ପୈଠ କରିବା ଆଇନତଃ ବାଧ୍ୟତାମୂଳକ। ହାଇକୋର୍ଟ ତର୍ଜମା କରି ସରକାରଙ୍କ ଏହି ନିୟମକୁ ଆଇନ ସମ୍ମତ ବୋଲି ଦର୍ଶାଇଛନ୍ତି । ଯାହାକୁ ନେଇ ଦ୍ବନ୍ଦ୍ବରେ ଲୋକେ । କାରଣ, ଏବେ ବି ଫାଇନ ନ ଭରିଲେ ପିୟୁସିସି ହୋଇପାରୁଥିବା ସୂଚନା ମିଳିଛି। 

Advertisment

ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ପୋର୍ଟାଲ ଅପଡେଟ୍ ହୋଇନାହିଁ । ଏଣୁ ପଲ୍ୟୁସନ ସାର୍ଟିଫିକେଟ୍ ପାଇଁ ଲୋକେ ଫାଇନ୍ ଭରିବେ ନା ନାହିଁ ତାକୁ ନେଇ ଚିନ୍ତାରେ। ବାରମ୍ବାର ନିୟମ ପରିବର୍ତ୍ତନ ହେଉଥିବାରୁ ଅସନ୍ତୋଷ ବି ବଢିଛି। ଫାଇନରେ ରିହାତି ସହିତ ଅଧିକ ସମୟ ଦେବାକୁ ଦାବି କରିଛନ୍ତି ଗାଡ଼ି ମାଲିକ। 

ମନ୍ତ୍ରୀଙ୍କ କହିବା କଥା, PUCC କରିବା ପୂର୍ବରୁ ଫାଇନ୍ ଭରିବା ନିୟମକୁ ସଠିକ୍ ବୋଲି ଦର୍ଶାଇଛନ୍ତି ଅଦାଲତ। ରାଜ୍ୟରେ ପ୍ରାୟ ଏକ କୋଟି ଗାଡ଼ି ଗଡ଼ୁଛି। ପଲ୍ୟୁସନ ବଢୁଥିବାରୁ ସବୁର PUCC କରାଯିବା ବାଧ୍ୟତାମୂଳକ। ଜନସାଧାରଣଙ୍କ ସୁବିଧା ପାଇଁ ଏପ୍ରିଲ ପହିଲା ଯାଏଁ ନିୟମକୁ କୋହଳ କରାଯାଇଛି। ଏହି ଅବଧି ମଧ୍ୟରେ ସମସ୍ତେ ପଲ୍ୟୁସନ ସାର୍ଟିଫିକେଟ୍ କରାଇଦେବା ଆବଶ୍ୟକ ରହିଛି ।  ତେବେ ପଲ୍ୟୁସନ ଫାଇନ ୧୦ ହଜାରରୁ କମେଇବାକୁ ବିଚାର ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ।

ସରକାର ନିୟମ କୋହଳ କରିବା ପରେ ଏବେ ଟେଷ୍ଟିଂ ସେଣ୍ଟରରେ ଆଗଭଳି ଗହଳି ନାହିଁ । ଯେଉଁଠି ଶହଶହ ଗାଡ଼ି ଲାଗୁଥିଲା ସେଠି ଏବେ ଦୈନିକ ପ୍ରାୟ ୧୦ଟି ଗାଡ଼ି ଟେଷ୍ଟିଂ ହେଉଛି । ପିୟୁସିସି କରିବା ପାଇଁ ଲମ୍ବା ଟାଇମ୍ ମିଳିବା ପରେ ଲୋକେ ଆଶ୍ବସ୍ତ ହୋଇଥିଲେ ମଧ୍ୟ ଆଗକୁ କଡ଼ିକଡ଼ା ଯାଞ୍ଚ ହେବ ବୋଲି କହିଛନ୍ତି ମନ୍ତ୍ରୀ।... 

PUCC Odisha Transport Department
Advertisment
Related Articles
Advertisment