/odishatv-khabar/media/media_files/2025/12/31/drinking-water-2025-12-31-14-08-25.jpg)
Drinking Water Photograph: (OTV)
ମଧ୍ୟପ୍ରଦେଶର ଇନ୍ଦୋରରେ ଗତ କିଛି ଦିନ ଧରି ବହୁ ସଂଖ୍ୟକ ଲୋକ ଅସୁସ୍ଥ ହୋଇପଡ଼ିଥିବା ବେଳେ ସହରର ଭାଗୀରଥପୁରା ଅଞ୍ଚଳରେ ଦୂଷିତ ପାଣି ପିଇବା ପରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ୧୦୦ରୁ ଉର୍ଦ୍ଧ୍ବ ଲୋକ ଏହି ଦୂଣିତ ପାଣି ପିଇ ଆକ୍ରାନ୍ତ ହୋଇଛନ୍ତି। ଏହି ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁଇ ଜଣ ପୌର ଅଧିକାରୀଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଜଣେ ଜନସ୍ୱାସ୍ଥ୍ୟ ଇଞ୍ଜିନିୟରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ମଙ୍ଗଳବାର ବିଳମ୍ବିତ ରାତିରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। "ଇନ୍ଦୋରର ଭାଗୀରଥପୁରା ଘଟଣା ଦୁଃଖଦ। ଜୋନାଲ ଅଧିକାରୀ ସାଲିଗ୍ରାମ ସିତୋଲେ ଏବଂ ସହକାରୀ ଯନ୍ତ୍ରୀ ଯୋଗେଶ ଜୋଶୀଙ୍କୁ ନିଲମ୍ବିତ କରାଯାଇଥିଲା। ପିଏଚ୍ଇର ଅଧୀକ୍ଷଣ ଯନ୍ତ୍ରୀ ଶୁଭମ ଶ୍ରୀବାସ୍ତବଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରାଯାଇଛି," ମୁଖ୍ୟମନ୍ତ୍ରୀ ଯାଦବ ବିଳମ୍ବିତ ରାତିରେ ଏକ ବିବୃତ୍ତିରେ କହିଛନ୍ତି।
ପୂର୍ବରୁ, ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଚିକିତ୍ସାଧୀନ ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ସେ ଶୋକସନ୍ତପ୍ତ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଥିଲେ ଏବଂ ରାଜ୍ୟ ସରକାର ସମସ୍ତ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବରେ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)