/odishatv-khabar/media/media_files/2025/12/31/doctors-protest-2025-12-31-13-00-39.jpg)
ଓପିଡି ବନ୍ଦ କରି ଆନ୍ଦୋଳନରେ ଡାକ୍ତର Photograph: (OTV)
ସାରା ରାଜ୍ୟରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍ର ଡାକ୍ତରମାନେ ଗତ ୨୬ ତାରିଖରୁ ପ୍ରତିଦିନ ସକାଳ ୧୦ରୁ ୧୧ ଟା ପର୍ଯ୍ୟନ୍ତ ଓପିଡି ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେହିଭଳି କଳାହାଣ୍ଡି ଜିଲ୍ଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରମାନେ ମଧ୍ୟ ଓପିଡି ବନ୍ଦ କରି ୧୮ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧି କ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା ସହ ଅନ୍ୟାନ୍ୟ ଦାଦି ପାଇଁ ସରକାରଙ୍କ ନିକଟରେ ଗୁହାରି କଲେ ମଧ୍ୟ ସରକାର ଅଣଦେଖା କରୁଛନ୍ତି। ତେଣୁ ବାଧ୍ୟ ହୋଇ ଗତ ୨୬ ଡିସେମ୍ବରରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୮ଦଫା ଦାବି ନେଇ ଆନ୍ଦୋଳନ ଜାରିରହିଛି।
ପ୍ରତିଦିନ ୧୦ ରୁ ୧୧ ଯାଏଁ ବହିର୍ବିଭାଗ ବନ୍ଦକରି ଆନ୍ଦୋଳନରେ ବସିଛନ୍ତି ଡାକ୍ତରମାନେ। ରୋଗୀ ସେବାକୁ ଦୃଷ୍ଟିରେ ରଖି ୧ଘଣ୍ଟା ପାଇଁ ଆନ୍ଦୋଳନରେ ବସିଛନ୍ତି। ଅନ୍ୟ ସମୟରେ ରୋଗୀ ସେବା ଜାରୀ ରହିଛି। ଆଗାମୀ ଦିନରେ ଯଦି ଦାବି ପୂରଣ ନହୁଏ ତେବେ ଜାନୁଆରୀ ୫ତାରିଖରୁ ୨ଘଣ୍ଟା ଆନ୍ଦୋଳନରେ ବସିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)