/odishatv-khabar/media/post_attachments/uploadimage/library/16_9/16_9_0/MODI-AND-DOCTOR_1625141886.jpg)
MODI-AND-DOCTOR
ନୂଆଦିଲ୍ଲୀ: ଡକ୍ଟର୍ସ ଡେ’ ଅବସରରେ ଡାକ୍ତରଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା କାଳରେ ଡାକ୍ତରଙ୍କ ସେବାକୁ ଯେତେ ପ୍ରଶଂସା କଲେ ବି କମ୍ ବୋଲି କହିବା ସହ ଡାକ୍ତରଙ୍କୁ ଈଶ୍ୱରଙ୍କ ଦ୍ୱିତୀୟ ରୂପ ଭାବେ ତୁଳନା କରିଛନ୍ତି । ଡାକ୍ତରମାନେ ଦିନରାତି ପରିଶ୍ରମ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି ।
ଅନ୍ୟ ଜୀବନ ବଞ୍ଚାଇବାକୁ ଯାଇ ଅନେକ ଡାକ୍ତର ନିଜ ଜୀବନ ହରାଇଛନ୍ତି । ଡାକ୍ତର ଦେବଦୂତ ଭଳି ଅନେକ ଲୋକଙ୍କୁ ନୂଆ ଜୀବନ ଦେଇଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଅଧିକ ଗୁରୁତ୍ୱ ଦେଉଥିବା କହିବା ସହ ବଜେଟ ୨ ଗୁଣା କରିଛୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି । ଡାକ୍ତରଙ୍କ ସୁରକ୍ଷା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଡାକ୍ତର ବିରୋଧୀ ହିଂସା ପ୍ରତିରୋଧ ପାଇଁ କଡ଼ା ଆଇନ କରାଯାଇଛି ବୋଲି ମଧ୍ୟ ମୋଦି କହିଛନ୍ତି ।
ଅନ୍ୟପଟେ ଯୋଗକୁ ବୈଜ୍ଞାନିକ ତରିକାରେ ଆଗକୁ ନେବାକୁ IMAକୁ ସେ ଆହ୍ୱାନ ଦେଇଛନ୍ତି । ନିଜ ଅନୁଭୂତିକୁ ଡକ୍ୟୁମେଣ୍ଟେସନ କରିବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେବା ସହ ଚିକିତ୍ସା ସଂପର୍କୀତ ଡକ୍ୟୁମେଣ୍ଟେସନ ଆଗାମୀ ପିଢ଼ିକୁ ନୂଆ ଦିଶା ଦେବ ବୋଲି କହିଛନ୍ତି ମୋଦି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)