/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error456_1625154025.jpg)
vlcsnap-error456
ବାଙ୍ଗାଲୁରୁ: ବାଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ଦେଶର ପ୍ରଥମ ଟନେଲ ଆକ୍ୱାରିୟମର ଶୁଭାରମ୍ଭ । IRSDC ଓ HNI ଏଣ୍ଟରପ୍ରାଇଜେସର ମିଳିତ ଆନୁକୁଲ୍ୟରେ ଏହି ଟନେଲ ଆକ୍ୱାରିୟମର ଶୁଭାରମ୍ଭ କରାଯାଇଛି । ରେଳ ଷ୍ଟେସନରେ ଏଭଳି ଟନେଲ ଆକ୍ୱାରିୟମ ସ୍ଥାପନ କରିବା ଦେଶରେ ପ୍ରଥମ । ଏହି ଆକ୍ୱାରିୟମରେ ଅନେକ ପ୍ରଜାତିର ମାଛ ରଖାଯାଇଛି । ବ୍ଲାକ ଡାଇମଣ୍ଡ, ଷ୍ଟିଙ୍ଗରେ, ହାଇ ଫିନ୍ ସାର୍କ୍ସ ଭଳି ପ୍ରଜାତିର ମାଛ ଥିବାବେଳେ ଆଗକୁ ଇଣ୍ଡୋନେସିଆ, ବ୍ୟାଙ୍ଗକକ୍ , ତାଇଓ୍ୱାନ, ସିଙ୍ଗାପୁରରୁ ଅନେକ ବିଦେଶୀ ମାଛ ଖିବଶୀଘ୍ର ଅଣାଯିବ ବୋଲି ଯୋଜନା ରହିଛି । ଏହାକୁ ଦେଖିବାକ ପାଇଁ ଲୋକଙ୍କ ମନରେ ଉତ୍ସାହ ରହିଛି ।
/odishatv-khabar/media/post_attachments/wp-content/uploads/2021/07/vlcsnap-error304.png)
କେବଳ ମାଛ ନୁହେଁ ସାମୁଦ୍ରିକ କଇଁଛ, ସାମୁଦ୍ରିକ କଙ୍କଡା, ଷ୍ଟାର ଫିସ୍, ଜେଲି ଫିସ୍ ଭଳି ଅନେକ ସାମୁଦ୍ରିକ ପ୍ରାଣୀଙ୍କୁ ବି ଏହି ଆକ୍ୱାରିୟମରେ ରଖାଯାଇଛି । ଏହି ଆକ୍ୱାରିୟମରେ ଏକ ସେଲଫି ପଏଣ୍ଟର ବି ବ୍ୟବସ୍ଥା କରାଯାଇଛି । ବିଶେଷ କରି ଛୋଟ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସି-ହର୍ସ ସେଲଫି ପଏଣ୍ଟର ବ୍ୟବସ୍ଥା କରାଯାଇଛି । ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ଟନେଲ ଆକ୍ୱାରିୟମ ଖୋଲିବାକୁ ସ୍ଥିର କରାଯାଇଛି । ଏହା ଭିତରକୁ ଯିବାକୁ ହେଲେ ଏଣ୍ଟ୍ରି ଫି’ ଦେବାକୁ ହେବ । ଏହାର ଫି’ ରହିଛି ଜଣକ ପିଛା ୨୫ ଟଙ୍କା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)