ପ୍ରତୀକ୍ଷାର ଅନ୍ତ ଘଟିଲା I ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ I କରୋନା କାଳରେ ଲକଡାଉନ ଯୋଗୁଁ ୨ ବର୍ଷ ଧରି ଅଫଲାଇନ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ I କିନ୍ତୁ ଚଳିତଥର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଫଲାଇନ ମୋଡ ତଥା ପରୀକ୍ଷା ହଲରେ ଦେଇଥିଲେ ମାଟ୍ରିକ ଏକଜାମ I ଏଥର ନୂଆ ପଦ୍ଧତିରେ ମୂଲ୍ୟାୟନ I ରେଜଲ୍ଟକୁ ନେଇ ବେଶ ଉତ୍କଣ୍ଠିତ ଓ ଉତ୍ସାହିତ ଛାତ୍ରଛାତ୍ରୀ I କେମିତି ଜାଣିବେ ଆପଣଙ୍କ ରେଜଲ୍ଟ I ମାଟ୍ରିକ ରେଜଲ୍ଟର ଟିକିନିଖି ଖବର ଜାଣନ୍ତୁ...
19:20 PM(3 years ago )
ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମାଟ୍ରିକ ପାସ୍ କଲେ। ମାଟ୍ରିକ ପରୀକ୍ଷାରେ ବିଧାୟକ ବି-୧ ଗ୍ରେଡ୍ ପାଇଥିବା ସୂଚନା ମିଳିଛି। ୫୮ ବର୍ଷ ବୟସ୍କ ବିଧାୟକ ୭୨ ପ୍ରତିଶତ ମାର୍କ ପାଇଥିବା ସୂଚନା ମିଳିଛି। ଫୁଲବାଣୀର ରୁଜାଙ୍ଗି ବିଦ୍ୟାଳୟରେ ବିଧାୟକ ଓ ତାଙ୍କ ଅନ୍ୟ ଦୁଇ ବନ୍ଧୁ ଏକାଠି ପରୀକ୍ଷା ଦେଇଥିଲେ। ବିଧାୟକ ସାଧାରଣ ପରୀକ୍ଷାର୍ଥୀଙ୍କ ଭଳି ପରୀକ୍ଷା କେନ୍ଦ୍ରକୁ ଆସିବା ସହ ଆଡମିଟ୍ କାର୍ଡ ଯାଞ୍ଚ ପରେ ହଲ୍ ଭିତରକୁ ଯାଇଥିଲେ।
14:15 PM(3 years ago )
ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ... ପିଲାମାନଙ୍କ କ୍ୟାରିୟରର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ... ଉତ୍କଣ୍ଠାର ସହ ନିଜ ନିଜର ରେଜଲ୍ଟ ଦେଖୁଛନ୍ତି ଛାତ୍ରଛାତ୍ରୀ...#MatricResults2022 #Odisha #OTV pic.twitter.com/FfC0dcHUIR
— ଓଟିଭି (@otvkhabar) July 6, 2022
14:13 PM(3 years ago )
14:11 PM(3 years ago )
ବ୍ରହ୍ମପୁର ନୀଳକଣ୍ଠ ନଗର ଶିଶୁମନ୍ଦିରର ଛାତ୍ର ଶାସ୍ୱତ ସାହୁ ୫୯୫ ମାର୍କ ରଖିଛନ୍ତି । ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ପରେ ଶୁଣନ୍ତୁ ତାଙ୍କର ପ୍ରିତିକ୍ରିୟା ।#Matricresult #Brahmapur #OTV pic.twitter.com/2WrBUDI95a
— ଓଟିଭି (@otvkhabar) July 6, 2022
13:40 PM(3 years ago )
ଯେଉଁ ଛାତ୍ରଛାତ୍ରୀମାନେ ରେଜଲ୍ଟରେ ଅସନ୍ତୁଷ୍ଟ ଥିବେ ରି-ଚେକିଂ କରାଇ ପାରିବେ। ଆହୁରି ପଢ଼ନ୍ତୁ...
13:38 PM(3 years ago )
କଟକ ବୋର୍ଡ କାର୍ଯ୍ୟାଳୟରେ ମାଟ୍ରିକ୍ ଫଳ ପ୍ରକାଶ କଲେ ମନ୍ତ୍ରୀ ସମୀର ରଞ୍ଜନ ଦାସ #Otv #SameerRanjanDas #MatricResults pic.twitter.com/oXaqSg28q0
— ଓଟିଭି (@otvkhabar) July 6, 2022
13:28 PM(3 years ago )
#ମାଟ୍ରିକ_ପାସ୍_ହାର_୯୦.୫୫%
— ଓଟିଭି (@otvkhabar) July 6, 2022
ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଚଳିତ ବର୍ଷ ପାସ୍ ହାର ୯୦.୫୫%#Matricresult #Cuttack #OTV pic.twitter.com/mWZzDWO6EV
13:23 PM(3 years ago )
-A1ରେ ପାସ୍ କରିଛନ୍ତି ୮୧୧୯ ଛାତ୍ରଛାତ୍ରୀ
-A2ରେ ପାସ୍ କରିଛନ୍ତି ୫୪, ୮୮୯ ପିଲା
-B1ରେ ୧, ୨୦, ୨୦୩
-B2ରେ ୧, ୪୨, ୨୬୬
-Cରେ ୧, ୧୬, ୧୧୧
-Dରେ ୫୯, ୨୪୫
-Eରେ ୧୪, ୬୪୭
-Fରେ ୭୭୯୦
13:19 PM(3 years ago )
-ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ପିଲା ରି-ଚେକିଂ କରାଇ ପାରିବେ
-ରି-ଚେକିଂ ପାଇଁ ଜୁଲାଇ ୧୧ରୁ ଅନଲାଇନରେ ଆବେଦନ
-ଜୁଲାଇ ୧୧ରୁ ୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ
13:15 PM(3 years ago )
-୩ଟି ସ୍କୁଲରେ କୌଣସି ପିଲା ପାସ୍ କରିନାହାନ୍ତି- ମନ୍ତ୍ରୀ
-ମାଲକାନଗିରିର ୨ଟି ଓ ଅନୁଗୁଳର ଗୋଟିଏ ସ୍କୁଲରେ ଶୂନ ରେଜଲ୍ଟ
-ମାଲକାନଗିରିର ୨ଟି ସ୍କୁଲରେ ମୋଟ ୨ଟି ପିଲା ପଢୁଥିଲେ
-ଅନୁଗୁଳର ଉକ୍ତ ସ୍କୁଲରେ ମାତ୍ର ୨ଟି ପିଲା ପଢୁଥିଲେ- ମନ୍ତ୍ରୀ
-୧୧୭୦ ସ୍କୁଲର ସମସ୍ତ ପିଲା ପରୀକ୍ଷାରେ ପାସ୍ କରିଛନ୍ତି
13:10 PM(3 years ago )
13:09 PM(3 years ago )
ଜାଣନ୍ତୁ, ଅନ୍ଲାଇନ୍ରେ କେମିତି ଚେକ୍ କରିବେ ମାଟ୍ରିକ ରେଜଲ୍ଟ....
13:07 PM(3 years ago )
-ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ
-ଆନୁଷ୍ଠାନିକ ଭାବେ ରେଜଲ୍ଟ ପ୍ରକାଶ କଲେ ଗଣଶିକ୍ଷା ମନ୍ତ୍ରୀ
-ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାସ୍ ହାର ୯୦.୫୫%
-ଚଳିତ ବର୍ଷ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨୬ ହଜାର ୮୧୮ ପିଲା
-ପାସ୍ କଲେ- ୫, ୧୭, ୮୪୭ ଓ ଫେଲ୍- ୮୬୯୯
-ଛାତ୍ର ପାସ୍- ୨, ୫୬, ୮୭୭ ଓ ଛାତ୍ରୀ ପାସ୍- ୨, ୬୦, ୯୭୦
13:00 PM(3 years ago )
ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ। ଆଜି ଦିନ ୧ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହୋଇଛି। ଛାତ୍ରଛାତ୍ରୀମାନେ bseodisha.ac.in ୱେବ୍ସାଇଟ୍ରୁ ରେଜଲ୍ଟ ଜାଣିପାରିବେ। ଏହାଛଡ଼ା SMS ଜରିଆରେ ବି ପରୀକ୍ଷାର୍ଥୀମାନେ ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ।
12:43 PM(3 years ago )
12:29 PM(3 years ago )
ଆଉ ମାତ୍ର କିଛି ସମୟ ପରେ ବାହାରିବ ମାଟ୍ରିକ୍ ରେଜଲ୍ଟ...ଜାଣନ୍ତୁ, ଅନ୍ଲାଇନ୍ରେ କେମିତି ଚେକ୍ କରିବେ ରେଜଲ୍ଟ....
12:07 PM(3 years ago )
12:03 PM(3 years ago )
11:09 AM(3 years ago )
ଆଜି ବାହାରିବ ମାଟ୍ରିକ୍ ରେଜଲ୍ଟ। କେମିତି ଜାଣିବେ ରେଜଲ୍ଟ ଦେଖନ୍ତୁ I #Odisha #MatricResults pic.twitter.com/pmAhm0ytu6
— ଓଟିଭି (@otvkhabar) July 6, 2022
11:07 AM(3 years ago )
ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଦିନ ଗୋଟାଏରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହେବ । ଏହାର ଏକ ଘଣ୍ଟା ପରେ ଅର୍ଥାତ ଦିନ ଦୁଇଟା ପରେ ପରୀକ୍ଷାର୍ଥୀ ମାନେ ନିଜ ନିଜର ରେଜଲ୍ଟ ୱେବସାଇଟ୍ରୁ ଜାଣିପାରିବେ ।