Advertisment

Hidden Risk: ଚୁଟି ଷ୍ଟ୍ରେଟ୍ କରୁଥିଲେ ସାବଧାନ, କରିବାକୁ ପଡିପାରେ ଡାଏଲିସିସ

ଆଜିକାଲି କେଶ ସିଧା କରିବା ଫ୍ୟାଶନେବୁଲ୍, କିନ୍ତୁ ଏହି ଚିକିତ୍ସାରେ ବ୍ୟବହୃତ ରାସାୟନିକ ପଦାର୍ଥ କିଡନୀ ଫେଲ ହେବାର କାରଣ ହୋଇପାରେ।

author-image
Chinmayee Sahoo
Hair Straight

Hair Straight Photograph: (OTV)

ଗତ କିଛି ବର୍ଷ ମଧ୍ୟରେ, ସିଧା (ଷ୍ଟ୍ରେଟନିଂ) ଏବଂ ସିଲ୍କି ବା ରେଶମୀ ଚୁଟିର ଫ୍ୟାଶନ୍ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପୁଅ ହୁଅନ୍ତୁ ବା ଝିଅ ସମସ୍ତେ ବିୟୁଟି ପାର୍ଲର ଏବଂ ହେୟାର ସେଲୁନକୁ ଯାଇ ସେମାନଙ୍କର ଚୁଟି ସିଧା କରୁଛନ୍ତି। କିନ୍ତୁ ଚୁଟି ସିଧା କରିବା ପ୍ରକ୍ରିୟାରେ ବ୍ୟବହୃତ ରାସାୟନିକ ଚିକିତ୍ସା (Chemical Treatment) ଆପଣମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ। ରାସାୟନିକ କ୍ରିମ୍ ଲଗାଇବା ପରେ, ଅନେକ ଗରମ ଟ୍ରିଟମେଣ୍ଟ ଦ୍ୱାରା ଚୁଟିକୁ ସିଧା କରାଯାଏ। ଏହି ରାସାୟନିକ ପଦାର୍ଥ ଏତେ ବିପଜ୍ଜନକ ଯେ ଏହା ଆଖି, ନାକ ଏବଂ ଚର୍ମରେ ଜ୍ୱଳନ ସୃଷ୍ଟି କରିପାରେ। କେବଳ ଏତିକି ନୁହେଁ, ଏହା କିଡନୀ ଫେଲ୍ୟୁଅର ମଧ୍ୟ କରିପାରେ। (Hair Straightening Linked to Acute Kidney Injury)

Advertisment

ଜାଣନ୍ତୁ ଚୁଟି ସିଧା କଲେ ଶରୀର ଉପରେ କିପରି ପ୍ରଭାବ ପକାଇଥାଏ?

ଚୁଟିକୁ ସିଧା କରିବା ପାଇଁ ବ୍ୟବହୃତ ହେଉଥିବା କେମିକାଲ କ୍ରିମ୍‌ରେ ଗ୍ଲାଇଅକ୍ସାଲିକ୍ ଏସିଡ୍ ଥାଏ। ଯାହା ଚୁଟିକୁ ସିଧା କରିଥାଏ। କିନ୍ତୁ ଏହି ଏସିଡ୍ କିଡନୀକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ଯାହାଫଳରେ ନେଫ୍ରୋପାଥି ହୋଇଥାଏ, ଏବଂ ନେଫ୍ରୋପାଥି ହେବା ପରେ, କିଡନୀ ଖରାପ ହୋଇ ଏକ୍ୟୁଟ୍ ରିନଲ ଶଟଡାଉନ୍ ହୋଇଯାଏ। ଯେଉଁଥିପାଇଁ ଡାଏଲିସିସ୍ ଆବଶ୍ୟକ ହୁଏ।

ଏହି ରାସାୟନିକ ପଦାର୍ଥ ଗ୍ଲାଇଅକ୍ସାଲିକ୍ ଏସିଡ୍ କୁ ଅଧିକାଂଶ ଦେଶରେ ବ୍ୟାନ୍ କରାଯାଇଛି। ନିକଟରେ ଇସ୍ରାଏଲର ଜଣେ ୧୫ ବର୍ଷୀୟ ଝିଅ ତାଙ୍କ ଚୁଟିରେ ଗ୍ଲାଇଅକ୍ସାଲିକ୍ ଏସିଡ୍ ରାସାୟନିକ ପଦାର୍ଥ ବ୍ୟବହାର କରିଥିଲେ ଏବଂ ତା’ପରେ, ଯେତେବେଳେ ତାଙ୍କର ପେଟ ଯନ୍ତ୍ରଣା ହୋଇଥିଲା, ସେତେବେଳେ ଜଣାପଡିଥିଲା ଯେ ତାଙ୍କର କିଡନୀରେ ଏହାର ପ୍ରଭାବ ପଡିଥିଲା। ଏହି ରାସାୟନିକ ପଦାର୍ଥ ଭାରତରେ ସହଜରେ ଉପଲବ୍ଧ ହୋଇଥାଏ। ତେଣୁ ଯଦି କୌଣସି ରାସାୟନିକ ପଦାର୍ଥ ସାହାଯ୍ୟରେ ଆପଣଙ୍କ ଚୁଟିକୁ ସିଧା କରନ୍ତି, ତେବେ ପ୍ରଥମେ ଏହାର ନାମ ଜାଣନ୍ତୁ। ଭୁଲରେ ମଧ୍ୟ ଚୁଟିରେ ଗ୍ଲାଇଅକ୍ସାଲିକ୍ ଏସିଡ୍ ରାସାୟନିକ ପଦାର୍ଥ ବ୍ୟବହାର କରିବା ଉଚିତ୍ ନୁହେଁ।

Advertisment
Hair Stylish
Advertisment
Related Articles
Advertisment