/odishatv-khabar/media/media_files/2026/01/03/iit-hyderabad-student-offer-2026-01-03-17-26-41.jpg)
IIT-Hyderabad-Student-Offer Photograph: (OTV)
ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି ବା IIT। ଏହି ପ୍ରତିଷ୍ଠାନର ଗୁଣାତ୍ମକ ଶିକ୍ଷା ଏବଂ ନିଯୁକ୍ତି ସୁଯୋଗ ଯୋଗୁଁ IITରେ ପଢ଼ିବା ସମସ୍ତଙ୍କର ସ୍ୱପ୍ନ। ଆଉ ବର୍ତ୍ତମାନ ଏହି IITର ଜଣେ ଛାତ୍ରଙ୍କୁ କୋଟି କୋଟି ଟଙ୍କା ପ୍ୟାକେଜର ଚାକିରୀ ମିଳିଛି। IIT ହାଇଦ୍ରାବାଦର କମ୍ପ୍ୟୁଟର ସାଇନ୍ସ ବା CSE BTech ଶାଖାର ଛାତ୍ର ଏଡୱାର୍ଡ ନାଥନ୍ ଭାର୍ଗୀସଙ୍କୁ ନେଦରଲ୍ୟାଣ୍ଡର ଏକ ଗ୍ଲୋବାଲ ଟ୍ରେଡିଂ କମ୍ପାନୀ ଓପଟିଭର ଦ୍ୱାରା 2.5 କୋଟି ଟଙ୍କାର ପ୍ୟାକେଜ୍ ପ୍ରଦାନ କରାଯାଇଛି। ଏଡୱାର୍ଡ IIT ହାଇଦ୍ରାବାଦର ଶେଷ ବର୍ଷର ଛାତ୍ର ଆଉ ତାଙ୍କୁ ମାତ୍ର 21 ବର୍ଷ। ଚାକିରି ପ୍ରସ୍ତାବ ପାଇ ସେ ଏବେ ବହୁତ ଖୁସି।
ଏଡୱାର୍ଡଙ୍କୁ ମିଳିଥିବା ଏହି ଅଫର IIT ଇତିହାସରେ ସର୍ବାଧିକ ପ୍ୟାକେଜ୍ ପାଲଟିଛି। ଏହି ଅଫର 2017 ରେ ମିଳିଥିବା ₹1.1 କୋଟିର ରେକର୍ଡକୁ ଅତିକ୍ରମ କରିଛି। ଏଡୱାର୍ଡ ଅପ୍ଟିଭରରେ ଦୁଇ ମାସର ଗ୍ରୀଷ୍ମକାଳୀନ ଇଣ୍ଟର୍ନସିପ୍ ସମାପ୍ତ କରିଥିଲେ। ତାଙ୍କ କାମ ଏବଂ କାର୍ଯ୍ୟଦକ୍ଷତାରେ ପ୍ରଭାବିତ ହୋଇ, କମ୍ପାନୀ ତାଙ୍କୁ ଏକ ପ୍ରି-ପ୍ଲେସମେଣ୍ଟ ଅଫର ପ୍ରଦାନ କରିଛି। ତେବେ ଏହି ପ୍ୟାକେଜ୍ ସୋସିଆଲ ମିଡିଆରେ ବ୍ୟାପକ ଆଲୋଚନା ସୃଷ୍ଟି କରିଛି ଏବଂ ଲୋକମାନେ ଏଡୱାର୍ଡଙ୍କୁ ବହୁତ ପ୍ରଶଂସା କରୁଛନ୍ତି।
ଏହି ଗୁରୁତ୍ୱପୂର୍ଣ୍ଣ ଅଫର ସହିତ, ଏଡୱାର୍ଡ ଜୁଲାଇରେ ନେଦରଲ୍ୟାଣ୍ଡରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିବେ। ଏହି ସଫଳତା କେବଳ ତାଙ୍କ ପାଇଁ ନୁହେଁ ବରଂ IIT ହାଇଦ୍ରାବାଦ ପାଇଁ ମଧ୍ୟ ଏକ ଐତିହାସିକ ମୁହୂର୍ତ୍ତ। ଏଡୱାର୍ଡଙ୍କୁ ଏପରି ଚାକିରୀ ମିଳିବା ଭାଗ୍ୟର ଫଳାଫଳ ନଥିଲା, ବରଂ ତାଙ୍କର କଠିନ ପରିଶ୍ରମ ଏବଂ ଦକ୍ଷତାର ଫଳାଫଳ ଥିଲା। ଅଧ୍ୟୟନ ସହିତ, ସେ ତାଙ୍କ ଦକ୍ଷତାକୁ ବଢ଼ାଇବା ଦିଗରେ ମଧ୍ୟ ଧ୍ୟାନ ଦେଇଥିଲେ। ଯାହା ତାଙ୍କ ନିଯୁକ୍ତି ସମୟରେ ଫଳପ୍ରଦ ହୋଇଥିଲା।
Humanity Still Lives: ଏବେ ବି ବଞ୍ଚିଛି ମାନବିକତା; ଏମିତି ଡାକ୍ତର, ମାଗଣାରେ କରୁଛନ୍ତି ସେବା

Chilika Lake: ବଦଳିବ ଚିଲିକାର ଚେହେରା; ୨ହଜାର କୋଟିର ମହାଯୋଜନା

Trouble Mounts for VK Pandian: ପାଣ୍ଡିଆନଙ୍କ ପାଇଁ ବଢିଲା ଅଡୁଆ; ତଦନ୍ତ କରିବ CID-CB

Giant Wolf Moon Appears: ଆଜି ଜହ୍ନକୁ ଦେଖିବାକୁ ବିଲକୁଲ ଭୁଲିବେନି , ଆକାଶରେ ବିରାଟ ବଡ଼ ଦେଖାଯିବ ଚନ୍ଦ୍ର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)