/odishatv-khabar/media/media_files/2026/01/03/trouble-mounts-for-vk-pandian-2026-01-03-15-34-00.jpg)
ପାଣ୍ଡିଆନଙ୍କ ପାଇଁ ବଢିଲା ଅଡୁଆ Photograph: (OTV)
ପୂର୍ବତନ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ପାଇଁ ବଢିଲା ଅଡୁଆ। ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ କରିବ CID-CB । ପାଣ୍ଡିଆନଙ୍କ ବିରୋଧରେ କରାଯାଇଥିବା ଅଭିଯୋଗର ଦସ୍ତାବିଜ୍ ଓ ଇଲେକ୍ଟ୍ରୋନିକ ରେକର୍ଡ ମାଗିଛି କ୍ରାଇମବ୍ରାଞ୍ଚ୍। ପାଣ୍ଡିଆନଙ୍କ ବିରୋଧରେ କରାଯାଇଥିବା ଅଭିଯୋଗର ତଦନ୍ତ ପାଇଁ ଦସ୍ତାବିଜ୍ ଓ ଇଲେକ୍ଟ୍ରୋନିକ ରେକର୍ଡ ଦାଖଲ କଲେ ହିଁ ତଦନ୍ତ ଆଗକୁ ବଢିବ ବୋଲି ଅଭିଯୋଗକାରୀ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ୍।
ତେବେ ପାଣ୍ଡିଆନ ଓଡ଼ିଶା ବିଜନେସ ରୁଲ ୧୯୫୬ର ଉଲ୍ଲଂଘନ କରି ଅନେକ ବୈଠକ କରିଥିଲେ। ଏହାର କ୍ରାଇମବ୍ରାଞ୍ଚ୍ ତଦନ୍ତ ଦାବି କରି କ୍ରାଇମବ୍ରାଞ୍ଚ୍ ନିକଟରେ ଅଭିଯୋଗ କରିଥିଲେ ସୁରେନ୍ଦ୍ର।
ତେବେ ପାଣ୍ଡିଆନଙ୍କ ଉପରେ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇ କହିଛନ୍ତି, “ଭୁଲ କାମ କଲେ ଦଣ୍ଡ ମିଳେ। ତଦନ୍ତର ସାମ୍ନା କରିବାକୁ ପଡେ। ଯିଏ ଯିଏ ଭୁଲ କରିଥିଲେ, କି କରିଛନ୍ତି ଆଗାମୀ ଦିନରେ ତଦନ୍ତର ସାମ୍ନା କରିବାକୁ ପଡିବ। ଯେତେବେଳେ ଯିଏ ଭୁଲ କରୁଥିଲେ ସେତେବେଳେ ସେ କ’ଣ ଜାଣୁ ନ ଥିଲେ। ତେଣୁ ଆଜି ଯେତେବେଳେ ତଦନ୍ତ ହେଉଛି ଏଥିରେ ବିଚିତ୍ର କିଛି ନାହିଁ ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)