Advertisment

World’s Costliest Potato: କେଜିଏ ଆଳୁର ଦାମ୍ ଲକ୍ଷେ ଟଙ୍କା , କାରଣ ଜାଣିଲେ ହୋସ୍ ଉଡ଼ିବ

ଭାରତରେ ଆଳୁକୁ ପରିବା ଭିତରେ ରାଜା କୁହାଯାଏ । ଆଉ ଆମେ ଓଡିଆମାନେ ପ୍ରାୟ ସବୁ ଖାଦ୍ୟରେ ଆଳୁ ବ୍ୟବହାର କରିଥାଉ, ସେ ଚିକେନ୍ ହେଉକି ମଟନ୍ । ଆମ ଦେଶରେ ଏହି ପରିବା କେଜି ପିଛା ଅତିବେଶୀରେ ୨୫ରୁ ୩୦ ଟଙ୍କାରେ ଉପଲବ୍ଧ ହୋଇଥାଏ ।

author-image
Manas Ranjan Mohanty
Worlds-Most-Expensive-Potato

Worlds-Most-Expensive-Potato Photograph: (OTV)

ଆଳୁ... ଏମିତି ଏକ ପରିବା, ଯାହା ସମସ୍ତଙ୍କୁ ପସନ୍ଦ । ଆମ ଦେଶରେ ସବୁ ଜାଗାରେ ସବୁ ଋତୁରେ ଅତି ଶସ୍ତାରେ ମିଳିଯାଏ ଆଳୁ । ଆପଣ ସର୍ବାଧିକ କେତେ ଟଙ୍କାରେ ଆଳୁ କିଣିଛନ୍ତି ? ୫୦ କି ୧୦୦ ଟଙ୍କା  ? ହେଲେ ଏମିତି ଅନେକ ଦେଶ ଅଛି, ଯେଉଁଠି କିଲେ ଆଳୁର ଦାମ୍ ଆପଣଙ୍କ ଆକଳନ ବାହାରେ । ଦାମ୍ ଏତେ ଯେ, ସେଥିରେ ଭରିଏ ସୁନା କିଣିପାରିବେ । ଆଉ ବିଶ୍ୱର ସବୁଠୁ ମହଙ୍ଗା ଆଳୁ ମିଳୁଥିବା ଦେଶ ହେଉଛି ଫ୍ରାନ୍ସ । ଏଠି କେଜିଏ ଆଳୁର ଦାମ୍ ଲକ୍ଷେ ଟଙ୍କା... ବିଶ୍ୱାସ ହେଉନି ନା ? ହେଲେ ଏହା ପୂରାପୂରି ସତ !

Advertisment

ଭାରତରେ ଆଳୁକୁ ପରିବା ଭିତରେ ରାଜା କୁହାଯାଏ । ଆଉ ଆମେ ଓଡିଆମାନେ ପ୍ରାୟ ସବୁ ଖାଦ୍ୟରେ ଆଳୁ ବ୍ୟବହାର କରିଥାଉ, ସେ ଚିକେନ୍ ହେଉକି ମଟନ୍ । ଆମ ଦେଶରେ ଏହି ପରିବା କେଜି ପିଛା ଅତିବେଶୀରେ ୨୫ରୁ ୩୦ ଟଙ୍କାରେ ଉପଲବ୍ଧ ହୋଇଥାଏ । ହେଲେ ଫ୍ରାନ୍ସରେ ଆଳୁ କିଲୋ ଲକ୍ଷେ ଟଙ୍କା । ଆଉ ଏହି ଦାମୀ ଆଳୁ ହେଲା ‘ଲେ ବୋନୋଟ୍’ (La Bonnotte) କିସମର । ଗିନିଜ୍ ବିଶ୍ୱ ରେକର୍ଡରେ ମଧ୍ୟ ଏହା ସବୁଠୁ ମହଙ୍ଗା ଆଳୁ ଭାବରେ ସ୍ଥାନ ପାଇଛି ।

ଲେ ବୋନୋଟ୍ ଆଳୁ ଏତେ ମହଙ୍ଗା ହେବାର କାରଣ, ଏହାର ସ୍ୱଳ୍ପ ଉତ୍ପାଦନ । ସାରା ବିଶ୍ୱରେ ବାର୍ଷିକ ମାତ୍ର ୧୦୦ ଟନ୍‌ ଲେ ବୋନୋଟ୍ ଆଳୁ ଉତ୍ପାଦନ ହୋଇଥାଏ ଏବଂ ଏହା କେବଳ ମେ' ଓ ଜୁନ୍ ମାସରେ ହିଁ ବଜାରରେ ଉପଲବ୍ଧ ହୋଇଥାଏ ।  

Advertisment

ଫ୍ରାନ୍ସର ଜଣେ ସ୍ଥାନୀୟ ଚାଷୀ ବେନୋଇଟ୍ ବୋନେଟ୍ ସର୍ବପ୍ରଥମେ ଏହି ଆଳୁ ଚାଷ କରିଥିଲେ । ତେଣୁ ତାଙ୍କରି ନାଁରେ ଏହି ଆଳୁର ନାମକରଣ ହୋଇଛି ।  ଫ୍ରାନ୍ସର ନୋଇର୍ମୋଟିୟର୍ ଦ୍ୱୀପରେ ‘ଲେ ବୋନୋଟ୍’ ଆଳୁ ଚାଷ ହୁଏ । ସମ୍ପୂର୍ଣ୍ଣ ପାରମ୍ପରିକ ପଦ୍ଧତିରେ ହାତରେ ଏହାକୁ ଚାଷ କରାଯାଇଥାଏ । ଏହି ଆଳୁର ଆକାର ଛୋଟ ଓ ଚୋପା ଖୁବ୍ ପତାଳା । ନିଆରା ସ୍ୱାଦ ପାଇଁ ବି ଏହାର ଚାହିଦା ଅଧିକ । ଆମ ପାଇଁ ଆଳୁ କେଜି ୩୦ କି ୪୦ ଟଙ୍କା ମହଙ୍ଗା ଲାଗୁଥିବା ବେଳେ ଦୁନିଆର ଏହି ସବୁଠୁ ମହଙ୍ଗା ଆଳୁକୁ ଆଗ୍ରହର ସହ କିଣିନେଇଥାନ୍ତି ଫ୍ରାନ୍ସ ଲୋକେ ।

Advertisment
Related Articles
Advertisment