/odishatv-khabar/media/media_files/2026/03/06/war-2026-03-06-19-46-44.jpg)
WAR Photograph: (OTV)
ପଶ୍ଚିମ ଏସିଆ ଯୁଦ୍ଧରେ କେବେ ଲାଗିବ ବ୍ରେକ୍ ?
ନିରୀହ ଲୋକଙ୍କ ରକ୍ତର ହୋଲିରେ ଖେଳରେ ଶେଷ କେବେ ?
ଅସ୍ତ୍ର ଛାଡ଼ି କେବେ ଆଲୋଚନାକୁ ଆସିବେ ଆମେରିକା-ଇସ୍ରାଏଲ ଓ ଇରାନ୍ ? ଶନିବାର ଆରମ୍ଭ ହୋଇଥିବା ମଧ୍ୟପ୍ରାଚ୍ୟ ଯୁଦ୍ଧ ୟା ଭିତରେ 7 ଦିନରେ ପହଞ୍ଚିଥିବା ବେଳେ ଏବେ ସମଗ୍ର ବିଶ୍ବବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ, ଏ ଯୁଦ୍ଧରେ କେବେ ଲାଗିବ ବ୍ରେକ୍ ? କାରଣ ମାତ୍ର ସପ୍ତାହକର ଏ ମହାଯୁଦ୍ଧରେ ଗଲାଣି 21 ଶହରୁ ଅଧିକ ଜୀବନ। ଯାହା ଭିତରେ ରହିଛନ୍ତି 11ଶହରୁ ଅଧିକ ସାଧାରଣ ନାଗରିକ।
ତାଠୁ ଅଧିକ ଚିନ୍ତାର ବିଷୟ, ଏ ଧ୍ବଂସଲୀଳାରେ ଚାଲିଗଲାଣି 200ରୁ ଅଧିକ ଶିଶୁଙ୍କ ଜୀବନ। ଇରାନ ସମେତ 4ଟି ଦେଶରେ 200 ଶିଶୁଙ୍କ ଜୀବନ ଯାଇଥିବା ତଥ୍ୟ ରଖିଛି UNICEF। ସେ ଭିତରୁ କେବଳ ଇରାନରେ ଆଖି ବୁଜିଥିବା ଶିଶୁଙ୍କ ସଂଖ୍ୟା 181। ସେହିଭଳି ଲେବାନନରେ ୭, ଇସ୍ରାଏଲରେ ୩, କୁଏତରେ ଜଣେ ଶିଶୁଙ୍କ ମୃତ୍ୟୁ ନେଇ ୟୁନିସେଫର ସାଂଘାତିକ ତଥ୍ୟ ପରେ ବିଶ୍ବବ୍ୟାପୀ ମାନବବାଦୀ ଓ ଶିଶୁ ଅଧିକାର ସୁରକ୍ଷାବାଦୀଙ୍କୁ ବିଚଳିତ କରିଛି।
ସ୍କୁଲରେ ୧୬୫ ଛାତ୍ରୀଙ୍କ ମୃତ୍ୟୁ
ବିଶେଷକରି ଇରାନର ମିନାବରେ ମିଶାଇଲ ମାଡ଼ରେ ଏକ ସ୍କୁଲର ୧୬୫ ଛାତ୍ରୀଙ୍କ ମୃତ୍ୟୁ ପରେ ସେମାନଙ୍କୁ ଏକାଠି କବର ଦେବାର ଦୃଶ୍ୟ, ଅନେକଙ୍କ ଛାତିକୁ ଚହଲାଇ ଦେଇଛି। ଆଉ ନୀରିହ ଶିଶୁଙ୍କ ରକ୍ତରେ ହୋଲି ଖେଳୁଥିବା ରାଷ୍ଟ୍ରମୁଖ୍ୟଙ୍କ ନୃଶଂସତାକୁ ନେଇ ଉଠିଛି ପ୍ରଶ୍ନ।...
ଏପଟେ ମିଜାଇଲ, ଡ୍ରୋନ୍ ଓ ରକେଟ୍ ମାଡ଼ରେ ଆଜି ବି ଥରିଛି ଇରାନର ବିଭିନ୍ନ ସହର। ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ଖିନ୍ ଭିନ ହେଉଛି ଇରାନର ଗୋଟିଏ ପରେ ଗୋଟିଏ ଭିତ୍ତିଭୂମି। ଇସ୍ରାଏଲ୍ ସେନା ଆଜି ଇରାନ ରାଜଧାନୀ ତେହେରାନ ଉପରେ ବିମାନ ଆକ୍ରମଣକୁ ବଢ଼ାଇ ଦେଇଛି। ତେହେରାନର ବିଭିନ୍ନ ସାମରିକ ଘାଟି ଏବଂ ସରକାରୀ ସେଣ୍ଟରକୁ ଟାର୍ଗେଟ୍ କରିଛି ଆଇଡିଏଫ୍।
ପ୍ରତିଶୋଧ ଓ ପ୍ରତିଆକ୍ରମଣରୁ ଆଦୌ ପଛକୁ ହଟିନି ଇରାନ୍। ଇସ୍ରାଲଏର ତେଲ ଆଭିଭ୍ ସହର ସମେତ ଆଜରବାଇଜାନ, ସାଇପ୍ରସରେ ଭୟଙ୍କର ଆକ୍ରମଣ କରିଛି ଇରାନ। ସେହିଭଳି ଆମେରିକାର ସାମରିକ ଘାଟି ଥିବା କୁଏତ, କାତାର, ସାଉଦି ଆରବ ଏବଂ ବାହାରିନ ଉପରେ ଜାରି ରହିଛି ଡ୍ରୋନ୍ ଓ ମିସାଇଲ୍ ଆଟାକ୍।...
ଏ ଭିତରେ ଗତ ମଙ୍ଗଳବାର ରାତିରେ ଶ୍ରୀଲଙ୍କା ଉପକୂଳ ନିକଟରେ ଇରାନ ନୌସେନା ଜାହାଜ ବୁଡ଼ି ବେଳେ, ଇରାନର ନୌସୈନ୍ୟଙ୍କୁ କେମିତି ଉଦ୍ଧାର କରାଯାଉଥିଲା, ତାର ଦୃଶ୍ୟ ବି ସାମ୍ନାକୁ ଆସିଛି।...
ଗୁରୁତର ତେଲ ସଙ୍କଟର ସମ୍ମୁଖୀନ
ଏଣେ ଯୁଦ୍ଧ ପାଇଁ ଧୀରେ ଧୀରେ ପ୍ରଭାବିତ ହେଉଛି ଯୁଦ୍ଧଠୁ ଦୂରେଇ ରହିଥିବା ବହୁ ଦେଶର ସାମାଜିକ ଓ ଆର୍ଥିକ ସ୍ଥିତି। ଇରାନ ଷ୍ଟ୍ରେଟ୍ ଅଫ୍ ହର୍ମୁଜ ସାମୁଦ୍ରିକ ପଥକୁ ଅନେକ ରାଷ୍ଟ୍ର ପାଇଁ ବନ୍ଦ କରିଥିବାରୁ ଏବେ ଗୁରୁତର ତେଲ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛନ୍ତି ଇରାକ, କୁଏତ, ସାଉଦି ଆରବ, ୟୁଏଇ ଭଳି ଦେଶ। ଯାହା ପରୋକ୍ଷରେ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇବାକୁ ଯାଉଛି।
ସେପଟେ ପ୍ରତ୍ୟକ୍ଷ ଯୁ୍ଦ୍ଧରେ ସାମିଲ ହୋନଥିଲେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଭାରତ ସହ ସମଗ୍ର ବିଶ୍ବ ଅର୍ଥନୀତି ଉପରେ ପଡ଼ିବାକୁ ଯାଉଥିବା କହି ଚେତାଇ ଦେଇଛନ୍ତି ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ।...
ଇରାନର ସୁପ୍ରିମ ଲିଡର ଆୟତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ଏକ 3 ସଦସ୍ୟ ବିଶିଷ୍ଟ ଅନ୍ତରୀଣ ପରିଷଦ ଦେଶର ନୂଆ ସୁପ୍ରିମ ଲିଡର ନିଯୁକ୍ତ କରିବା ପ୍ରକ୍ରିୟା ଜୋରଦାର କରିଛିି। ଏଥିପାଇଁ ଖାମିନେଇଙ୍କ ପୁଅ ମୋଜତାବାଙ୍କ ନାଁ ଆଗରେ ଥିବା କୁହାଯାଉଛି। କିନ୍ତୁ ଆମେରିକାର ବିନା ହସ୍ତକ୍ଷେପରେ ଇରାନରେ ନୂଆ ନେତା ବାଛିବା ସମ୍ଭବ ନୁହେଁ ବୋଲି ରୋକଠୋକ ଶୁଣାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।...
Amit Shah’s BJP Office Visit: ବିଜେପି ପାର୍ଟି ଅଫିସରେ ଅମିତ ଶାହ, ପହଞ୍ଚିଛନ୍ତି ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ

Naveen’s U-Turn Sparks Debate: ୨୯ ବର୍ଷ ପରେ ନବୀନଙ୍କ ୟୁ-ଟର୍ଣ୍ଣ, ବିଜେଡ଼ି ପାଇଁ ହିତ ନା ହାନିକାରକ

Big Industrial Boost: ୭୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, କମିବ ପ୍ରଦୂଷଣ ମାତ୍ରା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)