Advertisment

Big Industrial Boost: ୭୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, କମିବ ପ୍ରଦୂଷଣ ମାତ୍ରା

୭୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ ଦୈନିକ ୨ ହଜାର ଟନ୍ ସଲଫ୍ୟୁରିକ୍ ଏସିଡ୍ ଉତ୍ପାଦନ କରିବ। ଫଳରେ ୫୦ ପ୍ରତିଶତ ପ୍ରଦୂଷଣ ମାତ୍ରା ହ୍ରାସ ପାଇବା ସହ ୫୦୦ ମିଲିୟନ ମେଟ୍ରିକ ଟନ କୋଇଲା ବ୍ୟବହାର କମିଯିବ।

author-image
Tapan Swain
Amit Shah

Amit Shah Photograph: (OTV)

ପାରାଦୀପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। IFFCO ପରିସରରେ ଏକ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟ ଉଦଘାଟନ କରିଛନ୍ତି। ଏଥି ସହ ଉପସ୍ଥିତ ଜନତାଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମବାୟ ମନ୍ତ୍ରୀ, ଶିଳ୍ପମନ୍ତ୍ରୀ, ଜଗତସିଂହପୁର ସାଂସଦ ପ୍ରମୁଖ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Advertisment

୭୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ ଦୈନିକ ୨ ହଜାର ଟନ୍ ସଲଫ୍ୟୁରିକ୍ ଏସିଡ୍ ଉତ୍ପାଦନ କରିବ। ଫଳରେ ୫୦ ପ୍ରତିଶତ ପ୍ରଦୂଷଣ ମାତ୍ରା ହ୍ରାସ ପାଇବା ସହ ୫୦୦ ମିଲିୟନ ମେଟ୍ରିକ ଟନ କୋଇଲା ବ୍ୟବହାର କମିଯିବ। ଏପରିକି ବିଦେଶରୁ ଆମଦାନୀ କରିବାକୁ ପଡୁଥିବା ପ୍ରାୟ ୬ ଲକ୍ଷ ମେଟ୍ରିକ ଟନ୍ ସଲଫ୍ୟୁରିକ୍ ଏସିଡ୍ ଆମଦାନୀ ବାବଦ ଖର୍ଚ୍ଚରୁ କ୍ଷାନ୍ତ ମିଳିବ ବୋଲି କୁହାଯାଉଛି।


ପାରାଦୀପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଞ୍ଚିଲେ
IFFCO ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟର କଲେ ଉଦଘାଟନ
ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କଲେ କେନ୍ଦ୍ର ଗୃହମନ୍ତ୍ରୀ
ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି
୭୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ଲାଣ୍ଟର କଲେ ଉଦଘାଟନ 

Advertisment
Amit Shah
Advertisment
Related Articles
Advertisment