/odishatv-khabar/media/media_files/2025/10/27/us-navy-helicopter-and-jet-crash-in-south-china-sea-2025-10-27-17-39-45.jpg)
US-Navy-helicopter-and-jet-crash-in-South-China-Sea Photograph: (OTV)
ଚୀନ୍ ସାଗରରେ ଖସିଲା ଆମେରିକା ଲଢ଼ୁଆ ବିମାନ । ୩୦ ମିନିଟ୍ ବ୍ୟବଧାନରେ ଟ୍ରମ୍ପଙ୍କ ନୌସେନା ଜେଟ୍ ଦୁର୍ଘଟଣା । ପ୍ରଥମେ ସମୁଦ୍ରରେ ବୁଡ଼ିଲା ହେଲିକପ୍ଟର । ପରେ ପୁଣି ସମୁଦ୍ର ଟାଣିନେଲା ନୌସେନାର ଜେଟ୍ । ରବିବାର ଦିନ ଚୀନ ସାଗରରେ ଆମେରିକାର ଦୁଇ ଦୁଇଟି ବିମାନ ଦୁର୍ଘଟଣାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଲାଗି ରହିଛି । ଟ୍ରମ୍ପଙ୍କ ଟାରିଫ୍ ମାଡ଼ ପରେ ଚୀନ ସାଗରରେ ଏହି ଆମେରିକା ବିମାନ ଦୁର୍ଘଟଣା ହେବା ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପଲଟିଛି ।
ପ୍ରଥମେ MH-60R C ହକ୍ ହେଲିକପ୍ଟର ଦକ୍ଷିଣ ଚୀନ୍ ସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପରେ ଏହି ଦୁର୍ଘଟଣାର ୩୦ ମିନିଟ୍ ପୂରିଛି କି ନାହିଁ ବୋଇଂ F/A-18F ସୁପର ହର୍ନେଟ୍ ଲଢ଼ୁଆ ବିମାନ ସେହି ସମାନ ଦକ୍ଷିଣ ଚୀନ୍ ସାଗରରେ ପୁଣି ଖସିପଡ଼ିଥିଲା । ହେଲେ କିଛି ସମୟ ପରେ ଏହି ଖବର ପାଇ ଦୁଇ ବିମାନରେ ଥିବା କ୍ରୁ ମେମ୍ବର ମାନଙ୍କୁ ସରକ୍ଷିତ ଭାବେ ଉଦ୍ଧାର ପାଇଁ ବ୍ୟବସ୍ଥା କରାଯାଇଥିଲା ।
ଦକ୍ଷିଣ ଚୀନ୍ ସାଗରରେ ଆମେରିକାର ବିମାନ ଦୁର୍ଘଟଣା ପୂର୍ବରୁ ମଧ୍ୟ ହୋଇଛି । ମଧ୍ୟପ୍ରାଚ୍ୟରେ କାର୍ଯ୍ୟ କରୁଥିବା ସମୟରେ ବିମାନବାହୀ ଜାହାଜ USS ହ୍ୟାରି ଏସ୍. ଟ୍ରୁମ୍ୟାନରୁ ଦୁଇଟି ଆମେରିକୀୟ ନୌସେନାର ଯୁଦ୍ଧବିମାନ ହଜିଯାଇଥିଲା । ମେ’ ମାସରେ FA-18F ସୁପର ହର୍ନେଟ୍ ବିଫଳ ଅବତରଣ ଫଳରେ ସମୁଦ୍ରରେ ଖସି ପଡ଼ିଥିଲା । ଯାହାର ରିପିଟ୍ ପୁଣି ଥରେ ଗତ ରବିବାର ଦିନ ଘଟିଛି । ହେଲେ ଏହି ଦୁର୍ଘଟଣା କିପରି ଘଟିଲା ? ଦୁର୍ଘଟଣା ପଛର କାରଣ କ’ଣ ? ସେନେଇ କିଛି ଜଣାପଡ଼ିନାହିଁ ।
ସବୁଠାରୁ ବଡ଼ କଥା ହେଉଛି, ଆମେରିକୀୟ ନୌସେନା କହିଛି ଯେ ପ୍ରଥମ ଦୁର୍ଘଟଣାରେ, ହେଲିକପ୍ଟରରେ ଥିବା ସମସ୍ତ ତିନି ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେହିଭଳି ଦ୍ୱିତୀୟ ଦୁର୍ଘଟଣାରେ ମଧ୍ୟ ସମସ୍ତଙ୍କୁ ସୁରକ୍ଷିତ ରେସ୍କ୍ୟୁ କରାଯାଇଛି । ସମସ୍ତ କର୍ମଚାରୀ ସୁରକ୍ଷିତ ଏବଂ ଭଲରେ ଥିବା ନୌସେନା କହିଛି। କିନ୍ତୁ ଦୁର୍ଘଟଣାର କାରଣ ସଠିକ୍ ଭାବେ ଜଣାପଡିନଥିବାରୁ ଆମେରିକାର CVN-68 ବର୍ତ୍ତମାନ ଦକ୍ଷିଣ ଚୀନ ସାଗରରେ ନିୟୋଜିତ ରହିଛି । ସବୁ ଦିଗକୁ ଅନୁଧ୍ୟାନ କରି ଦୁର୍ଘଟଣାର କାରଣ ଖୋଜୁଛି । ଆମେରିକୀୟ ନୌସେନା ବି କହିଛି ଦୁଇଟି ଯାକ ଦୁର୍ଘଟଣାର ତଦନ୍ତା ଜାରି ରହିଛି ।
Morgue Struggles: ଗାଁରେ ଚିତ୍କାର କରୁଛି ଶବ! ସବୁ ଜାଣି ଚୁପ୍ ପ୍ରଶାସନ

Salman Khan: ବଲିଉଡ ସୁପର୍ଷ୍ଟାର୍ ସଲମାନ ଖାନ ଆତଙ୍କବାଦୀ! ସରକାରୀ ଘୋଷଣାରେ ରହିଛି ନାଁ

High Court Clarifies: ଝିଅଙ୍କୁ ମିଳିବନି ବାପଘର ସମ୍ପତ୍ତି, ହୋଇପାରିବେନି ଉତ୍ତରାଧିକାରୀ: ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

Koraput Bypass Road: ଅଢ଼େଇ ବର୍ଷ ପରେ ବି ନିର୍ମାଣ ହେଇ ପାରୁନି ୫ କିମି ରାସ୍ତା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)