Advertisment

India-US Trade Deal: ଗୋଟିଏ ଫୋନ କଲ୍...ନଇଁଲେ ଟ୍ରମ୍ପ, ଭାରତ ପାଇଁ କରିଦେଲେ ବଡ଼ ଘୋଷଣା

ଗୋଟିଏ ଫୋନ କଲ୍, ନଇଁଲେ ଟ୍ରମ୍ପ । ଭାରତ-ଆମେରିକା ଟ୍ରେଡ ଡିଲ୍ ନେଇ ବଡ଼ ଘୋଷଣା। କମାଇଦେଲେ ଟାରିଫ୍ । କାହିଁକି ଟ୍ରଂପଙ୍କ ଏ ୟୁଟର୍ଣ୍ଣ ? ଫୋନ୍‌ରେ ଏମିତି କ'ଣ କଥା ହେଲେ ପିଏମ୍ ମୋଦିଙ୍କ ସହ ?

author-image
Namita Biswal
India-US-Tariff-Deal

India-US-Tariff-Deal Photograph: (OTV)

ଗୋଟିଏ ଫୋନ କଲ୍, ନଇଁଲେ ଟ୍ରମ୍ପ । ଭାରତ-ଆମେରିକା ଟ୍ରେଡ ଡିଲ୍ ନେଇ ବଡ଼ ଘୋଷଣା । ଭାରତ ଉପରୁ କମାଇଦେଲେ ଟାରିଫ୍ । ହେଲେ କାହିଁକି ଟ୍ରଂପଙ୍କ ଏ ୟୁଟର୍ଣ୍ଣ ? ଫୋନ୍‌ରେ ଏମିତି କ'ଣ କଥା ହେଲେ ପିଏମ୍ ମୋଦିଙ୍କ ସହ ? କାଲିଯାଏ କଥା କଥାକେ ଭାରତକୁ ଟାରିଫ୍‌ ଧମକ ଦେଉଥିବା ଟ୍ରଂପ ମୋଦିଙ୍କୁ ପ୍ରଶଂସାରେ ପୋତିଲେ...ଟ୍ରେଡ ଡିଲ୍ ଓ ଟାରିଫ୍ ହ୍ରାସ ନେଇ ବି ବଡ଼ ଘୋଷଣା କଲେ ।

Advertisment

କାଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କରିଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମୋଦିଙ୍କ ସହ କଥା ହେବା ପରେ କରିଥିଲେ ବଡ଼ ବଡ଼ ଘୋଷଣା । ଭାରତ ଉପରେ ଲାଗିଥିବା ଟାରିଫକୁ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିଛନ୍ତି ଟ୍ରମ୍ପ । ଏପରିକି ଭାରତ ସହ ଟ୍ରେଡ୍ ଡିଲ୍ ପାଇଁ ରାଜି ହୋଇଛି ଆମେରିକା । ଭାରତ ଓ ଆମେରିକା ମଧ୍ୟରେ ଟ୍ରେଡ୍ ଡିଲ୍ ହେବ । ଭାରତ ଆଗକୁ ଆମେରିକାରୁ ୫୦୦ ବିଲିୟନ ଡଲାରର କୃଷିଜାତ ଦ୍ରବ୍ୟ, ଶକ୍ତି ସାମଗ୍ରୀ ଓ ପ୍ରଯୁକ୍ତି କିଣିବ । ଭାରତ ଆମେରିକା ପାଇଁ ଟାରିଫ୍ ଓ ନନଟାରିଫ୍ ପ୍ରତିବନ୍ଧକ ଜିରୋ ପର୍ଯ୍ୟନ୍ତ କମାଇବ । 

ଋଷ୍‌ଠୁ ତେଲ କିଣିବନି ଭାରତ ?

ଟ୍ରେଡ ଡିଲ୍ ପ୍ରତିବଦଳରେ ଭାରତ ଋଷ୍ ଠାରୁ ତେଲ କିଣିବା ବନ୍ଦ କରିବାକୁ ରାଜି ହୋଇଥିବା ଦାବି କରିଛନ୍ତି ଟ୍ରମ୍ପ । ଏବେ ଭାରତ ଋଷ୍ ନୁହେଁ, ଭେନେଜୁଏଲାରୁ ତେଲ କିଣିବ । ଏହି ପଦକ୍ଷେପ ୟୁକ୍ରେନ ଯୁଦ୍ଧ ବନ୍ଦ କରିବାରେ ସାହାଯ୍ୟ କରିବ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି ।

Advertisment

ମୋଦି ମୋର ମହାନ୍ ବନ୍ଧୁ:

ସୋସିଆଲ ମିଡିଆରେ ମୋଦିଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଟ୍ରମ୍ପ । ପିଏମ୍ ମୋଦି ଜଣେ ମହାନ ବନ୍ଧୁ । ମୋଦିଙ୍କ ସହ କଥାହେବା ମୋ ପାଇଁ ସମ୍ମାନର କଥା । ସେ ମୋର ସବୁଠୁ ଭଲ ବନ୍ଧୁଙ୍କ ମଧ୍ୟରୁ ଜଣେ ଓ ଜଣେ ଶକ୍ତିଶାଳୀ ନେତା ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ସେପଟେ ଟ୍ରେଡ୍ ଡିଲ ଘୋଷଣା ପରେ ସେୟାର ମାର୍କେଟରେ ଫେରିଛି ଚମକ । ବଜେଟ୍ ଦିନ କ୍ରାସ ହୋଇଥିବା ମାର୍କେଟ୍ ପୁଣି ଉଛୁଳିଛି । ଆଜି ବଜାର ଖୋଲୁ ଖୋଲୁ ସେନସେକ୍ସ ୩୮୦୦ ପଏଣ୍ଟ ବଢିଥିବା ବେଳେ ଓ ୧୫୦୦ ପଏଣ୍ଟ ବଢିଛି ନିଫ୍ଟ ।

ବ୍ୟୁରୋ ରିପୋର୍ଟ, ଓଟିଭ

PM Modi Donald Trump India US Economic Ties
Advertisment