Advertisment

Pok Demands Independence: POK ମାଗୁଛି ସ୍ୱାଧୀନତା, ନିଜ ଲୋକଙ୍କୁ ମାରୁଛି ପାକିସ୍ତାନ

POK ମାଗୁଛି ସ୍ୱାଧୀନତା। ଏମିତି ସ୍ଲୋଗାନରେ କମ୍ପୁଛି ଗାଁରୁ ସହର। ପାକ୍ ସେନା ଓ ସରକାର ମୁଣ୍ଡରେ ଚଡକ। ନିଜ ଲୋକଙ୍କୁ ବି ଛାଡୁନି। ଏଥର, ପିଓକେରେ ଆନ୍ଦୋଳନ ପୂର୍ବ ଅପେକ୍ଷା ଅଧିକ ବ୍ୟାପକ, ସଂଗଠିତ ଏବଂ ପ୍ରଭାବଶାଳୀ ହୋଇଛି।

author-image
Manas Ranjan Mohanty
Pok-Demands-Independence

Pok-Demands-Independence Photograph: (OTV)

ଏଥର, ପିଓକେରେ ଆନ୍ଦୋଳନ ପୂର୍ବ ଅପେକ୍ଷା ଅଧିକ ବ୍ୟାପକ, ସଂଗଠିତ ଏବଂ ପ୍ରଭାବଶାଳୀ ହୋଇଛି। ପାକିସ୍ତାନୀ ସେନାର ବର୍ବରତା, ମୁଦ୍ରାସ୍ଫୀତି, ବିଦ୍ୟୁତ୍ ଅଭାବ ଏବଂ ରାଜନୈତିକ ଅସନ୍ତୋଷ ବିରୁଦ୍ଧରେ ପ୍ରତିବାଦ ଏବେ ପ୍ରତ୍ୟେକ ଗାଁରେ ବ୍ୟାପିଛି, "POK ସ୍ୱାଧୀନତା ଦାବି କରେ" ଭଳି ସ୍ଲୋଗାନରେ କମ୍ପୁଛି ଚାରିଆଡ।

Advertisment

ରାଜଧାନୀ ମୁଜାଫରାବାଦରୁ ଆଗକୁ ଯାଇ ରାୱଲକୋଟ, କୋଟଲି, ମୀରପୁର ଏବଂ ଅନ୍ୟାନ୍ୟ ଜିଲ୍ଲାରେ ପହଞ୍ଚିଥିବା ଏହି ଆନ୍ଦୋଳନ ପାକିସ୍ତାନ ସେନା ଏବଂ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି।

ପୂର୍ବରୁ ପ୍ରତିବାଦଗୁଡ଼ିକ କେବଳ ରାଜଧାନୀରେ ସୀମିତ ଥିଲା। ଏହି ଟ୍ରେଣ୍ଡ୍ ଏବେ ଭାଙ୍ଗି ଯାଇଛି। ଓକିଲ ଏବଂ ଶିକ୍ଷକମାନେ ରାୱାଲକୋଟରେ ବଡ଼ ଧରଣର ପ୍ରତିବାଦ କରିଛନ୍ତି। ଯୁବକ ଏବଂ ଛାତ୍ରମାନେ କୋଟଲିରେ ଏକ ଲମ୍ବା ମାର୍ଚ୍ଚ କରିଛନ୍ତି।

Advertisment

ଟ୍ରେଡ୍ ୟୁନିଅନ୍ ସହର-ବଜାରକୁ ବନ୍ଦ କରିଛି। ଗ୍ରାମାଞ୍ଚଳର ଚାଷୀ ଏବଂ ଖୁଚୁରା ଦୋକାନୀମାନେ ମଧ୍ୟ ପ୍ରତିବାଦ କରିଛନ୍ତି। ଅନେକ ସ୍ଥାନରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ଚାଲିଛି, ଯାହା ପାକ୍ ସେନା ଏବଂ ସରକାର ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ପାକିସ୍ତାନୀ ସେନା ଏବଂ ସୁରକ୍ଷା ବାହିନୀ ଏହି ବିଦ୍ରୋହକୁ ଦମନ କରିବା ପାଇଁ ନିଜ ଲୋକଙ୍କ ଉପରେ ଗୁଳି ଚଳାଇବାକୁ ବି ପଛାଉ ନାହାଁନ୍ତି। ବୁଧବାର ହୋଇଥିବା ଏହି ହିଂସାତ୍ମକ ପ୍ରତିବାଦରେ ପାଖାପାଖି ୧୨ ଜଣ ପ୍ରାଣ ହରାଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର POKରେ ଅର୍ଦ୍ଧସାମରିକ ବାହିନୀ ମୁତୟନ କରିଛନ୍ତି। ଏହା ସତ୍ତ୍ୱେ, ଗାଁଗୁଡ଼ିକରେ ବ୍ୟାପକ ଜନ ଅଂଶଗ୍ରହଣ ସୁରକ୍ଷା ବ୍ୟବସ୍ଥା ଉପରେ ଚାପ ପକାଇଛି। ପାକିସ୍ତାନ ବର୍ତ୍ତମାନ ଆଭ୍ୟନ୍ତରୀଣ ବିଦ୍ରୋହକୁ ନେଇ ସାଂଘାତିକ ଚାପର ସମ୍ମୁଖୀନ ହେଉଛି।

Advertisment
Related Articles
Advertisment