/odishatv-khabar/media/media_files/2025/10/02/philippines-earthquake-2025-10-02-11-19-20.jpg)
PHILIPPINES-EARTHQUAKE Photograph: (OTV)
୬.୯ ତୀବ୍ରତାର ଭୂକମ୍ପରେ ଛାରଖାର୍ ହୋଇଯାଇଛି ଫିଲିଫାଇନ୍ସର ଅନେକ ସହର ଓ ଗାଁ ଗଣ୍ଡା । ମଙ୍ଗଳବାର ରାତି ପ୍ରାୟ ୧୦ରେ ଲାଗିଥିଲା ଭୂକମ୍ପ ଝଟ୍କା । ସେଣ୍ଟ୍ରାଲ ଫିଲିଫାଇନ୍ସର ବୋଗୋଠାରୁ ୧୭ କିମି ଦୂର ଉତ୍ତରପୂର୍ବରେ ରହିଥିଲା ଭୂକମ୍ପର କେନ୍ଦ୍ରସ୍ଥଳ ।
ଏଥିରେ ବର୍ତ୍ତମାନ ସୁଦ୍ଧା ୬୫ରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଏବେ ବି ଭଙ୍ଗା କୋଠା ତଳେ ଚାଲିଛି ଜୀବନ ଖୋଜା । ଧ୍ୱଂସାବଶେଷ ତଳେ ଚାପି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ବଡ଼ ଧରଣର ରେସ୍କ୍ୟୁ ଅପରେସନ । ତେଣୁ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି।
ଭୂମିକମ୍ପରେ ଅନେକ ଘରଦ୍ୱାର, ବ୍ରିଜ ଭୁଶୁଡ଼ି ପଡ଼ିଛି । ରାସ୍ତାଘାଟ ଫାଟି ଆଁ କରିଛି । କିଛି ସ୍ଥାନରେ ଭୂସ୍ଖଳନ ବି ହୋଇଛି । ପାହାଡ଼ ଅତଡ଼ା ଖସି ଚାପି ହୋଇଯାଇଛି ଗାଁ ଗଣ୍ଡା । ଭୂକମ୍ପରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଫିଲିଫାଇନ୍ସର ବୋଗା ଅଞ୍ଚଳ । ଏଠି କେବଳ ୧୪ ଜଣଙ୍କ ମୃତ୍ୟୁ ହୋଇଛି ।
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭୂକମ୍ପ ପରର ଛାତିଥରା ଦୃଶ୍ୟ । କୋଠାବାଡି, ଚର୍ଚ୍ଚ, ବ୍ରିଜ ମାଟିରେ ଭୁଶୁଡିବାର ଚିତ୍ର ଆସିଛି ସାମ୍ନାକୁ । ପ୍ରକୃତି ଆଗରେ କେତେ ଯେ ନାଚାର ଏ ମଣିଷ ଦେଖି ବୁଝିପାରୁଥିବେ ଏ ଚିତ୍ରରୁ ।
ଭୂକମ୍ପ ପରେ ଫିଲିଫାଇନ୍ସରେ ଜାରି ହୋଇଥିଲା ସୁନାମୀ ଆଲର୍ଟ । ହେଲେ ଆଉ ସୁନାମୀ ଭୟ ନଥିବା ମିଳିଛି ସୂଚନା । ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)