Advertisment

Tiger Footprints: ଗାଁରେ ବୁଲୁଛି ବାଘ, ଲୋକେ ଦେଖି ଛାନିଆ

ଗାଁରେ ବୁଲୁଛି ବାଘ, ଲୋକେ ଦେଖି ଛାନିଆ। ଦେବଗଡ଼ ପରେ ଏବେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ଦେଖା ଦେଇଛି ବାଘର ପାଦ ଚିହ୍ନ। ଖବର ମିଳିବା ପରେ ଭୟଭୀତ ଆଖପାଖର ଲୋକେ।

author-image
Manas Ranjan Mohanty
TIGER

TIGER Photograph: (OTV)

ଗାଁରେ ବୁଲୁଛି ବାଘ, ଲୋକେ ଦେଖି ଛାନିଆ। ଦେବଗଡ଼ ପରେ ଏବେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ଦେଖା ଦେଇଛି ବାଘର ପାଦ ଚିହ୍ନ । ଖବର ମିଳିବା ପରେ ଭୟଭୀତ ଆଖପାଖର ଲୋକେ। ସୂଚନା ମୁତାବକ ଏହି ପାଦ ଚିହ୍ନ ଛେଣ୍ଡିପଦା ଓ ପାଟକୁଣ୍ଡତା ଜଙ୍ଗଲରେ ଦେଖାଦେଇଛି। ପାଦ ଚିହ୍ନ କୁ ନେଇ ବନବିଭାଗ ଛାନଭିନ୍ ଚଳାଇଥିବା ବେଳେ ଏହି ପାଦ ଚିହ୍ନ ମହାବଳ ବାଘର ହୋଇଥିବା ନେଇ ସନ୍ଦେହ କରାଯାଉଛି।

Advertisment

ଦୁଇ ଦିନ ତଳେ ଦେବଗଡ଼ ବନାଞ୍ଚଳ ବାଘବର ନିକଟରେ ବାଘର ପାଦ ଚିହ୍ନ ଦେଖା ଦେଇଥିବା ବେଳେ ଏବେ ଛେଣ୍ଡିପଦା ବନାଞ୍ଚଳରେ ଦେଖାଦେଇଛି । ଫଳରେ ଜଙ୍ଗଲ ନିକଟରେ ଥିବା ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବାଘ ଟି ବର୍ତ୍ତମାନ ଛେଣ୍ଡିପଦାର କଙ୍କୁରପାଳ ଜଙ୍ଗଲ ରେ ଥିବା ଜଣା ପଡିଛି। ଲୋକଙ୍କୁ ସଚେତନତା ଓ ସତର୍କ ରହିବା ପାଇଁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Advertisment
Related Articles
Advertisment