/odishatv-khabar/media/media_files/2025/09/27/petal-gahlot-2025-09-27-17-21-16.jpg)
ପାକିସ୍ତାନକୁ ମୁହଁତୋଡ ଜବାବ Photograph: (OTV)
ମିଳିତ ଜାତିସଂଘରେ ପାକିସ୍ତାନର ପୋଲ ଖୋଲିଲା। ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି ଭାରତ। ଜାତିସଂଘ ସାଧାରଣ ସଭାରେ ପ୍ରଥମେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି, ଭାରତ ପାକିସ୍ତାନ ଉପରେ ଅନାବଶ୍ୟକ ଭାବେ ଆକ୍ରମଣ କରିଥିଲା। ଯାହାକୁ ପରବର୍ତ୍ତି ସମୟରେ ଅପରେସନ ସିନ୍ଦୂର ବୋଲି କୁହାଯାଇଥିଲା। ପାକିସ୍ତାନର ସଶସ୍ତ୍ର ବାହିନୀ ଏହି ଆକ୍ରମଣକୁ ଚମତ୍କାର ଭାବରେ ସାମନା କଲେ। ସାହସ ଓ ଚତୁରତା ସହିତ ଏହାକୁ ପ୍ରତିହତ କରିଥିଲେ ବୋଲି ଶେହବାଜ କହିଛନ୍ତି।
ସେପଟେ ଶେହବାଜଙ୍କୁ କଡା ଜବାବ ଦେଇଛନ୍ତି ଭାରତୀୟ କୂଟନୀତିଜ୍ଞ ପେଟାଲ ଗହଲଟ। ପାକିସ୍ତାନ ତାର ବୈଦେଶିକ ନୀତିରେ ଆତଙ୍କବାଦକୁ ପ୍ରାଧାନ୍ୟ ଦେଇଛି। ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ନାମକ ଏକ ଆତଙ୍କବାଦୀ ସଂଗଠନ ହିଁ ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆତଙ୍କବାଦୀ ହମଲା ପାଇଁ ଦାୟୀ ବୋଲି ସେ କହିଥିଲେ। ଆଉ ପାକିସ୍ତାନ ସରକାର ଏହି ଆତଙ୍କୀ ସଙ୍ଗଠନକୁ ସୁରକ୍ଷା ଦେଇ ଆସୁଛନ୍ତି। ଏଥିସହ ଅଲ କାଏଦା ମୁଖ୍ୟ ଓସାମା ବିନ ଲାଦେନଙ୍କୁ କିପରି ପାକିସ୍ତାନ ସରକାର ଆଶ୍ରୟ ଦେଇଥିଲେ ସେକଥା ବି ଉଠାଇଥିଲେ ଗହଲଟ।
ଯେତେ ଡ୍ରାମା କଲେ ବି ମିଛ କେବେ ଲୁଚି ରହିବ ନାହିଁ। ପାକିସ୍ତାନ ହେଉଛି ଆତଙ୍କବାଦକୁ ଜନ୍ମ ଦେବା ରାଷ୍ଟ୍ର। ଆଉ ପାରମ୍ପରିକ ଭାବରେ ସେ ଏହା କରିଆସୁଛି ବୋଲି କହି ପାକିସ୍ତାନର ଭିତିରି କଥା ପଦାରେ ପକାଇ ଦେଇଛନ୍ତି। ଆତଙ୍କବାଦ ବିରୋଧୀ ଯୁଦ୍ଧରେ ସହଭାଗୀ ହେବାର ନାଟକ କରି ହାର୍ଡକୋର ଆତଙ୍କୀଙ୍କୁ ତିଆରି କରୁଛି ପାକିସ୍ତାନ। ଶରିଫଙ୍କ ଆମେ ଏବେ ଶାନ୍ତି ଚାହୁଁଛୁ ମନ୍ତବ୍ୟ ଉପରେ ଜବାବ ରଖି ଗହଲଟ କହିଛନ୍ତି, ଯଦି ପାକିସ୍ତାନ ଶାନ୍ତି ଚାହୁଁଛି ତାହଲେ ପ୍ରଥମେ ଆତଙ୍କୀ ଆଡ୍ଡାକୁ ନିପାତ କରୁ ଆଉ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କୁ ଭାରତକୁ ହସ୍ତାନ୍ତର କରୁ ବୋଲି ସେ କହିଛନ୍ତି।
ପେଟାଲ ଗହଲଟ କିଏ ?
- କୂଟନୀତିରେ ଭାରତ ପାଇଁ ବଡ ଚେହେରା
- ବରିଷ୍ଠ କୂଟନୀତିଜ୍ଞ ଭାବରେ ବେଶ ଜଣାଶୁଣା
- ଜାତିସଂଘରେ ଭାରତର ସ୍ଥାୟୀ ଦୂତାବାସର ପ୍ରଥମ ସଚିବ ହେଉଛନ୍ତି ପେଟାଲ
- ୨୦୨୩ ଜୁଲାଇରେ ତାଙ୍କୁ ମିଳିଥିଲା ଏହି ଗୁରୁତ୍ବପୂର୍ଣ୍ଣ ପଦବୀ
- ୨୦୨୪ ସେପ୍ଟେମ୍ବରରୁ ସେ ଜାତିସଂଘର ଉପଦେଷ୍ଟା ଦାୟିତ୍ବରେ ଅଛନ୍ତି
- ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟର ଅଣ୍ଡର ସେକ୍ରେଟାରୀ ଥିଲେ
- ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ମୁହଁତୋଡ ଜବାବ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଗହଲଟ
Modi’s Grand Road Show: ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ଼ ସୋ'...ମୋଦିଙ୍କୁ ଦେଖି ଉତ୍ସାହିତ ଲୋକେ...

Development Projects in Jharsuguda: ୬୦ ହଜାର କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଭେଟି, ୯୭ ହଜାର ୫୦୦ରୁ ଅଧିକ ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ

Many Decisions for Youth: ସବୁଠୁ ବେଶୀ ଫାଇଦା ପାଇବେ ଯୁବପିଢ଼ି, ଝାରସୁଗୁଡ଼ାରେ ପ୍ରକଳ୍ପ ବର୍ଷା

She Cried Out for Love: ସେ ହାତୀ ହେଲେ କ’ଣ ହେଲା, ସେ ବି ସ୍ନେହ-ପ୍ରେମରେ ବନ୍ଧା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)