/odishatv-khabar/media/media_files/2025/09/27/boudh-elephant-2025-09-27-11-20-29.jpg)
Boudh Elephant Photograph: (OTV)
ସେ ହାତୀ ହେଲେ କ’ଣ ହେଲା, ସେ ବି ସ୍ନେହ-ପ୍ରେମରେ ବନ୍ଧା। କିଛି ଦିନ ମଣିଷ ଗହଣରେ ରହିବା ପରେ ଏବେ ଜଙ୍ଗଲକୁ ଚାଲିଯାଉଥିବାରୁ କରୁଛି ଏମିତି ହରକତ। ତା’ର ଏହି ଚିତ୍କାର ଶୁଣିଲେ ମନେହେଉଛି, ସେ କହୁଛି ମୁଁ “ଚାଲି ନ ଜାଣିବାରୁ କେନାଲ ଭିତରେ ପଡ଼ିଗଲି, ଆଉ ଉଠିପାରିଲି ନାହିଁ। ସକାଳୁ କିଛିଲୋକ ମତେ ଦେଖି କେନାଲ ଭିତରୁ ଉଦ୍ଧାର କଲେ। ଏଥିରେ ମୋର ଦୋଷ କଣ ? ମୋତେ ମଣିଷ ଛୁଇଁ ଦେଲାବୋଲି ମୋ ମା ମୋତେ ଏକାକି ଛାଡି ଚାଲିଗଲା। କିଛି ଦିନ ତୁମ ଗହଣରେ ରହିଛି। ତୁମର ସ୍ନେହ-ପ୍ରେମ ପାଇ ମା କୁ ବି ଭୁଲିଗଲି। ହେଲେ ତମେମାନେ ବି ମତେ ଏବେ ପର କରିଦେଉଛ।”
ଗତ ୧୧ ତାରିଖରେ ମା ସହିତ ହାତୀପଲରେ ଆସି ଏକ କେନାଲରେ ପଡି ଗୋଷ୍ଠିରୁ ଅଲଗା ହୋଇଯାଇଥିଲା ଏହି ନବଜାତ ହାତୀ ଛୁଆଟି। ପର ଦିନ ସକାଳେ କିଛି ଲୋକ କେନାଲ ଭିତରେ ହାତୀ ଛୁଆଟିକୁ ଉଦ୍ଧାର କରି ବନ ବିଭାଗକୁ ହନ୍ତାନ୍ତର କରିଥିଲେ। ବନ ବିଭାଗ ଜଙ୍ଗଲ ମଧ୍ୟରେ ଏକ ବ୍ୟାରିକେଟ କରି ହାତୀ ଛୁଆକୁ ରାତିରେ ଛାଡିଥିଲେ। ହାତୀ ଛୁଆ ଦେହରୁ ମଣିଷ ହାତର ବାସ୍ନା ଦୂର କରିବାକୁ ହାତୀ ମଳ ସଂଗ୍ରହ କରି ତା ଦେହରେ ବୋଳାହେଲା। ହାତୀ ଛୁଆର ରାଵ ଶୁଣି ହାତୀ ପଲ ସହ ମା ହାତୀ ଆସିଥିଲା ସତ ହେଲେ ଛୁଆ ଛାଡି ଚାଲିଗଲା।
“ନା’ ମୁଁ ତୁମକୁ ଛାଡି ଯିବିନି”
ମା’ ହାତୀ ଛୁଆକୁ ନ ନେବାରୁ ବନ ବିଭାଗ କର୍ମଚାରୀମାନେ ତାକୁ ଲାଳନ ପାଳନ କରି ନିଜ ଝିଅ ଭାବେ ଆପଣେଇ ନେଲେ। ବିଭାଗ ପକ୍ଷରୁ ଯଦିଓ ଔପଚାରିକ ଭାବେ ହାତୀ ଛୁଆର ନାମକରଣ ହୋଇନାହିଁ ତେବେ ସରଗରେ କେୟାର ଟେକର ତାକୁ ପ୍ରିୟାନସି ବୋଲି ଡାକୁଥିଲେ। ବନ ବିଭାଗର କର୍ମଚାରୀଙ୍କ ପାଖରେ ୧୫ ଦିନ ରହିବା ପରେ ଏବେ ତାକୁ କପିଳାସ ଯିବାକୁ ପଡିଛି । ଏହି ବିରହରେ ଛୁଆ ହାତୀତି ଚିତ୍କାର କରି କାନ୍ଦୁଥିବା ବେଳେ କର୍ମଚାରୀମାନେ ମଧ୍ୟ ମନ ଦୁଃଖ କରିଛନ୍ତି।
IMD Issues Red Alert : ଆଜି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ...ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଜୋରରେ ପବନ ବହିବାର ସମ୍ଭାବନା

Schools Shut in 4 Odisha Districts: ଆଜି ୪ ଜିଲ୍ଲାରେ ସବୁ ସ୍କୁଲ୍ ବନ୍ଦ, ଭୀଷଣ ବର୍ଷା ସମ୍ଭାବନାରୁ ଜିଲ୍ଲା ପ୍ରଶାସନ ନେଲା ଛୁଟି ନିଷ୍ପତ୍ତି

30-Minute Humiliation: ଆମେରିକାରେ ପାକିସ୍ତାନ ମୁଖିଆଙ୍କୁ ବଡ ଅପମାନ...ଯାଇଥିଲେ ଭେଟିବାକୁ, ଫେରିଲେ ବେଜିତ୍ ହୋଇ

Inspiring Love Journey: ଭିନ୍ନ ଏକ ପ୍ରେମ କାହାଣୀ, ଭଲ ପାଇଥିଲୁ ଇନଷ୍ଟାଗ୍ରାମରୁ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)