Advertisment

Pakistan Fear India: ମନରେ ଭୟ, ମୁହଁରେ ଗୁଣଗାନ... ଶତ୍ରୁ ଦେଶ କହିଲା ଭାରତ ବିଶ୍ୱର ଶକ୍ତିଶାଳୀ ଖେଳାଳି

ଭାରତର ଶକ୍ତିକୁ ଡରିଛି ପାକିସ୍ତାନ୍। ପାକିସ୍ତାନୀ ଜେନେରାଲ ଶମଶାଦ ମିର୍ଜା ଭାରତର ଗୁଣଗାନ କରିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ ସେ ଏକା ଭାରତକୁ ପରାସ୍ତ କରି ହେବ ନାହିଁ।

author-image
Chinmayee Sahoo
Pakistan-Fear-India

Pakistan-Fear-India Photograph: (OTV)

ଭାରତର ଶକ୍ତିକୁ ଡରିଲା ପାକିସ୍ତାନ୍। କହିଲା ବିଶ୍ବର ଶକ୍ତିଶାଳୀ ଖେଳାଳି। ଗ୍ଲୋବାଲ୍ ସାଉଥର ମଜବୁତ୍ ଅଙ୍ଗ। ଏକା ଭାରତକୁ ପରାସ୍ତ କରିହେବ ନାହିଁ। ଯଦିଓ ପାକିସ୍ତାନ ଭାରତ ବିରୁଦ୍ଧରେ ସବୁବେଳେ ବିଷ ଓଗାଳେ, କିନ୍ତୁ ହନୁ ସତ କହିବା ଭଳି ଅନେକ ସମୟରେ ତା’ ମୁହଁରୁ ବି ଠିକ୍ କଥା ବାହାରି ଆସେ। ଏବେ ପାକିସ୍ତାନୀ ଜେନେରାଲ ଶମଶାଦ ମିର୍ଜା ଭାରତର ଗୁଣଗାନ କରି ଏ କଥାକୁ ପ୍ରମାଣ କରିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ ସେ ଏକା ଭାରତକୁ ପରାସ୍ତ କରି ହେବ ନାହିଁ।
ଶମଶାଦ ମିର୍ଜା ଭାରତକୁ ନିନ୍ଦା କରିବାକୁ ଯାଇ ଏହାର ପ୍ରଶଂସା କରିଛନ୍ତି। "ଭାରତ ଗ୍ଲୋବାଲ୍ ସାଉଥର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ... କିନ୍ତୁ ସାମ୍ରାଜ୍ୟବାଦୀ ଏବଂ ବିସ୍ତାରବାଦୀ ମାନସିକତା ରଖେ। ଭାରତ ଜାତିସଂଘର ପ୍ରସ୍ତାବ ଏବଂ ମାନବାଧିକାରକୁ ଅବମାନନା କରେ ବୋଲି ସେ କହିବା ସହ ଭାରତକୁ ଗ୍ଲୋବାଲ୍ ସାଉଥ୍‌ର ଏକ ସମ୍ଭାବ୍ୟ 'ଟ୍ରୋଜାନ ହର୍ସ' ବୋଲି କହିଛନ୍ତି।।
ଶମଶାଦଙ୍କ ଏଭଳି ମତ ସ୍ପଷ୍ଟ କରିଦେଇଛି ଯେ ପାକିସ୍ତାନ ଜାଣିସାରିଲାଣି, ସେ ଯେଉଁ ଦେଶକୁ ସାମ୍ନା କରୁଛି ତାହା ଏକ ପ୍ରଭାବଶାଳୀ ରାଷ୍ଟ୍ର। ତେବେ ପାକିସ୍ତାନ ସହ ଥିବା ପ୍ରସଙ୍ଗଗୁଡ଼ିକୁ ଭାରତ ଦ୍ୱିପାକ୍ଷିକ ଭାବରେ ବିଚାର କରିଆସୁଥିବା ବେଳେ ଏବଂ ଏଥିରେ କୌଣସି ତୃତୀୟ ପକ୍ଷର ଆବଶ୍ୟକତା ଦେଖୁ ନଥିବା ବେଳେ, ଜେନେରାଲ ଶମଶାଦ କହିଛନ୍ତି ତୃତୀୟ ଦେଶର ମଧ୍ୟସ୍ଥତା ଜରୁରୀ।
ଏହା ବ୍ୟତୀତ, ପାକିସ୍ତାନୀ ଜେନେରାଲ ଭାରତୀୟ ସେନାକୁ ରାଜନୀତିକକରଣ କରାଯାଇଥିବା ଅଭିଯୋଗ କରିଛନ୍ତି। ଜେନେରାଲ କହିଛନ୍ତି ଯେ ଭାରତୀୟ ସେନାର ରାଜନୀତିକରଣ କରାଯାଇଛି ଏବଂ ସରକାର ସୈନ୍ୟକୃତ ହୋଇଯାଇଛି। 
ତାଙ୍କର ଏଭଳି ମତ ହାସ୍ୟାସ୍ପଦ ମନେହେଉଥିଲେ ମଧ୍ୟ, ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ, ପାକିସ୍ତାନ ଭାରତୀୟ ସେନାର ଦବଦବାକୁ ଡରୁଛି। ଅପରେସନ ସିନ୍ଦୂରକୁ ନେଇ ସେ ଗାଲୁ ମାରି କହିଛନ୍ତି ଯେ ଭାରତ ନିଜର ପ୍ରାଧାନ୍ୟ ଜାହିର କରିବା ପାଇଁ ସାମରିକ ଶକ୍ତି ଏବଂ ପାଶ୍ଚାତ୍ୟ ସମର୍ଥନର ବ୍ୟବହାର କରିଥିଲା। କିନ୍ତୁ ବାସ୍ତବ କଥା ସମସ୍ତେ ଜାଣନ୍ତି ଯେ ପାକିସ୍ତାନ ବିରୁଦ୍ଧରେ ଭାରତର ଅପରେସନ୍ ସିନ୍ଦୂର ଆତଙ୍କବାଦକୁ ନେଇ ଥିଲା।

Advertisment

ଅଧିକ ଦେଖନ୍ତୁ:

Pakistan
Advertisment
Related Articles
Advertisment