Advertisment

S Jaishankar: ବିଶ୍ବ ଆତଙ୍କବାଦର କେନ୍ଦ୍ର ସ୍ଥଳ ପାକିସ୍ତାନ: ଜାତିସଂଘରେ ପାକିସ୍ତାନକୁ ଧୋଇଦେଲେ

ଜାତିସଂଘର ବାର୍ଷିକ ସାଧାରଣ ଅଧିବେଶନରେ ଉଦବୋଧନ ଦେଲେ ଏସ୍ ଜୟଶଙ୍କର। ସ୍ବାଧୀନ ହେବା ପରଠାରୁ ପଡ଼ୋଶୀ ଦେଶ ଆତଙ୍କବାଦର କେନ୍ଦ୍ରସ୍ଥଳ ପାଲଟିଛି ବୋଲି ଜୟଶଙ୍କର କହିଛନ୍ତି।

author-image
Chinmayee Sahoo
jaishankar

jaishankar Photograph: (OTV)

ଜାତିସଂଘର ବାର୍ଷିକ ସାଧାରଣ ଅଧିବେଶନରେ ଉଦବୋଧନ ଦେଇ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ପାକିସ୍ତାନକୁ କଡା ସମାଲୋଚନା କରିଛନ୍ତି। ପାକିସ୍ତାନର ନା ନେଇ ନଥିଲେ ମଧ୍ୟ ଇଙ୍ଗିତ କରି ତାହାକୁ ବିଶ୍ବ ଆତଙ୍କବାଦର କେନ୍ଦ୍ର ସ୍ଥଳ କହିଛନ୍ତି। ଆତଙ୍କବାଦର ମୁକାବିଲା କରିବା ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ଜୟଶଙ୍କର କହିଛନ୍ତି। 

Advertisment

ପଡ଼ୋଶୀ ଦେଶ ବିଶ୍ୱ ଆତଙ୍କବାଦର କେନ୍ଦ୍ର: ଜୟଶଙ୍କର

ନିଜ ଅଭିଭାଷଣରେ ସେ କହିଛନ୍ତି ଯେ ସ୍ବାଧୀନ ହେବା ପରଠାରୁ ପଡ଼ୋଶୀ ଦେଶ ଆତଙ୍କବାଦର କେନ୍ଦ୍ରସ୍ଥଳ ପାଲଟିଛି। ଯାହାକୁ ଭାରତ ସାମ୍ନା କରୁଛି। ଅନ୍ତର୍ଜାତୀୟ ସ୍ତରରେ ଘଟିଥିବା ପ୍ରମୁଖ ଆତଙ୍କବାଦ ଆକ୍ରମଣର ଚେର ସେହି ଗୋଟିଏ ଦେଶରେ ରହିଛି। ଜାତିସଂଘର ଆତଙ୍କବାଦୀ ତାଲିକାରେ ମଧ୍ୟ ଉକ୍ତ ଦେଶର ନାଗରିକଙ୍କ ନାମ ରହିଛି। 
ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସେ କହିଛନ୍ତି ଯେ ନିକଟରେ ଘଟିଥିବା ଘଟଣା ହେଉଛି ସୀମାପାର ହିଂସାର ଏକ ଉଦାହରଣ। ଅପରେସନ୍ ସିନ୍ଦୂର ସମ୍ପର୍କରେ ସେ କହିଥିଲେ ଯେ ଆତଙ୍କବାଦରୁ ଲୋକମାନଙ୍କ ସୁରକ୍ଷା ପାଇଁ ଭାରତ ଏହାର ଅଧିକାର ସାବ୍ୟସ୍ତ କରୁଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆତଙ୍କବାଦ ସାରା ଦୁନିଆ ପାଇଁ ବିପଦ ବୋଲି କହିବା ସହ ମିଳିତ ଭାବେ ତାହାର ମୁକାବିଲା କରିବାକୁ ସେ ଆହ୍ବାନ ଦେଇଛନ୍ତି।

S. Jaishankar
Advertisment
Related Articles
Advertisment