/odishatv-khabar/media/media_files/2025/10/19/wrong-trump-policy-2025-10-19-20-42-30.jpg)
WRONG-TRUMP-POLICY Photograph: (OTV)
ନ୍ୟୁୟର୍କ, ୱାସିଂଟନ୍, ଚିକାଗୋ, ଫିଲାଡେଲଫିଆ । ଆମେରିକାର ପ୍ରାୟ ସବୁ ରାଜ୍ୟ ଆଉ ସମସ୍ତ ପ୍ରମୁଖ ସହରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ବଡ଼ ବିକ୍ଷୋଭ। ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କ ବିପକ୍ଷରେ ଭୟଙ୍କର ସ୍ବର ଉତ୍ତୋଳନ। ଟ୍ରମ୍ପଙ୍କ ଶାସନକୁ ରାଜକୀୟ ଶାସନ ଏବଂ ଏହା ଆଉ ଚଳିବନି କହି ନୋ କିଙ୍ଗ୍ସ ରାଲି ନାଁରେ ଜୋରଦାର ନାରା ଦେଇଛନ୍ତି ସାଧାରଣ ଜନତା।
ଟ୍ରମ୍ପ୍ ଏକଛତ୍ରବାଦ, ସ୍ବେଚ୍ଛାଚାରୀ ଏବଂ ଫାସୀବାଦୀ ଶାସନ କରୁଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଆନ୍ଦୋଳନକାରୀଙ୍କ ଅଭିଯୋଗ ଯେ, ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ତାଙ୍କ ନୀତି ଏବେ ଦେଶକୁ ଦୁର୍ଗତି ଆଡ଼କୁ ଟାଣି ନେଉଛି। ସଂଘୀୟ ସରକାରକୁ ଭାଙ୍ଗିବାକୁ ପ୍ରଚେଷ୍ଟା କରୁଛନ୍ତି ରାଷ୍ଟ୍ରପତି। ବିଶେଷକରି ଆମେରିକାର ଇମିଗ୍ରେସନ୍ ନୀତି, ବଜେଟରେ କାଣ୍ଟଛାଣ୍ଟ୍, ନାଗରିକ ଅଧିକାର ଉପରେ ଆକ୍ରମଣ ଏବଂ ବିତ୍ତଶାଳୀ ବ୍ୟବସାୟୀଙ୍କୁ ଅକୁଣ୍ଠ ସମର୍ଥନ ବିରୋଧରେ ସଂଗଠିତ ହୋଇଛି ଏହି ବିଶାଳ ଜନ ଆନ୍ଦୋଳନ। ଯାହା ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ସୃଷ୍ଟି କରିଛି ନିହାତି ଅଡୁଆଜନକ ପରିସ୍ଥିତି।...
ଜାନୁଆରୀ ୨୦, ୨୦୨୫ରେ ଟ୍ରମ୍ପ୍ ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ଏବେ ତାଙ୍କ ଶାସନକୁ ବର୍ଷଟିଏ ବି ପୂରିନି। କିନ୍ତୁ ୟା ଭିତରେ ଆମେରିକାର ରାଷ୍ଟ୍ରନୀତି ରଣନୀତି ବଦଳାଇ ସାରା ବିଶ୍ବରେ ବିବାଦୀୟ ହୋଇପଡ଼ିଛନ୍ତି ଆମେରିକା ରାଷ୍ଟ୍ରପତି। ତେବେ ମେକ୍ ଆମେରିକା ଗ୍ରେଟ୍ ଏଗେନ୍ ନାରାରେ ପ୍ରଚଳିତ ହେଉଥିବା ତାଙ୍କର ନୀତିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଦେଶର ବିଭିନ୍ନ ଗୋଷ୍ଠୀ। ତେଣୁ ପୂର୍ବରୁ ଟ୍ରମ୍ପଙ୍କ ବିରୋଧରେ ଦୁଇ ଥର ଜନ ଆନ୍ଦୋଳନର ସୂତ୍ରପାତ ହୋଇଥିଲେ ବି, ସେତେଟା ପ୍ରଭାବଶାଳୀ ହୋଇନଥିଲା। କିନ୍ତୁ ୧୯ ତାରିଖ ଆନ୍ଦୋଳନର ପ୍ରଭାବ ବେଶ୍ ସୁଦୁରପ୍ରସାରୀ ହୋଇଛି। ଦେଶର ୫୦ ରାଜ୍ୟର ୨୭ ଶହ ସ୍ଥାନରେ ଟ୍ରମ୍ପଙ୍କ ବିରୋଧରେ ବିକ୍ଷୋଭକୁ ଓହ୍ଲାଛନ୍ତି ୭୦ ଲକ୍ଷରୁ ଅଧିକ ଲୋକ। ୨୦୦ରୁ ଅଧିକ ସଂଗଠନର ଆହ୍ବାନରେ ହୋଇଥିବା ଏହି ଆନ୍ଦୋଳନକୁ ବିରୋଧୀ ଡେମାକ୍ରାଟ୍ ଦଳ ମଧ୍ୟ ସମର୍ଥନ ଜଣାଇଛି।..
ଏପଟେ ଖାଲି ଆମେରିକାରେ ନୁହେଁ, ଟ୍ରମ୍ପଙ୍କ ବିରୋଧରେ ସମଗ୍ର ୟୁରୋପରେ ତେଜିଛି ନୋ କି କିଙ୍ଗ୍ସ ରାଲି। ଲଣ୍ଡନ, ଟରଣ୍ଟୋ, ମାଦ୍ରିଦ ଭଳି ଅନେକ ସ୍ଥାନରେ ଏକାଠି ହୋଇଛନ୍ତି ଆମେରିକୀୟ ନାଗରିକ। ସେପଟେ ଟ୍ରମ୍ପଙ୍କ ସମର୍ଥକ ଏ ଆନ୍ଦୋଳନକୁ ଘୃଣା ଆନ୍ଦୋଳନ ବୋଲି କହିଛନ୍ତି। ଅନ୍ୟପଟେ ଆନ୍ଦୋଳନକାରୀଙ୍କୁ ଜବାବ ଦେବାକୁ ଯାଇ ଟ୍ରମ୍ପ ନିଜେ ସୋସିଆଲ ମିଡିଆରେ ଏକ ରୋଚକ ଏଆଇ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଏକ ଫାଇଟର ଜେଟ ଚଳାଇ ଆକାଶରେ ଉଡ଼ିବା ସହ ଆନ୍ଦୋଳନକାରୀଙ୍କ ଉପରକୁ କାଦୁଅ ଓ ମାଟି ଫିଙ୍ଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।...
Munir Threatens India: ଭାରତକୁ ପୁଣି ଧମକାଇଲା ପାକିସ୍ତାନ, କହିଲା ଏମିତି ଜବାବ ଦିଆଯିବ...

Subhadra Yojana: ସୁଭଦ୍ରାକୁ ନେଇ ବଡ଼ ଖବର, ଯୋଜନାରୁ ବାଦ ପଡ଼ିବେ ଛାତ୍ରୀ !

Father Kills Youth: ଝିଅକୁ ଅସଦାଚରଣ କରିବାରୁ ଯୁବକକୁ ପିଟି ମାରିଲା ବାପା

Misbehaves with Minor: ସୀମା ଲଂଘିଲେ ପ୍ରଧାନଶିକ୍ଷକ, ସ୍କୁଲ କାର୍ଯ୍ୟାଳୟ ଭିତରେ କଲେ ଅସଦାଚରଣ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)