Advertisment

Misbehaves with Minor: ସୀମା ଲଂଘିଲେ ପ୍ରଧାନଶିକ୍ଷକ, ସ୍କୁଲ କାର୍ଯ୍ୟାଳୟ ଭିତରେ କଲେ ଅସଦାଚରଣ

ସୀମା ଲଂଘିଲେ ପ୍ରଧାନ ଶିକ୍ଷକ। ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ କଲେ ଅସଦାଚରଣ। ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଏକ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଲଜ୍ଜା ଜନକ ଘଟଣା ।

author-image
Manas Ranjan Mohanty
JAGATSINGPUR-HEAD-MASTER

JAGATSINGPUR-HEAD-MASTER Photograph: (OTV)

ସୀମା ଲଂଘିଲେ ପ୍ରଧାନ ଶିକ୍ଷକ। ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ କଲେ ଅସଦାଚରଣ। ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଏକ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଲଜ୍ଜା ଜନକ ଘଟଣା । ସ୍କୁଲ କାର୍ଯ୍ୟାଳୟ ଭିତରେ ପ୍ରଧାନ ଶିକ୍ଷକ ଅସଦାଚରଣ କରିଥିବା ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଛି। ଏତଲା ପାଇବା ପରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ମହାପାତ୍ରଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି । ଏଥିସହ ଗତକାଲି ବିଳମ୍ବିତ ରାତିରେ ପୀଡିତାଙ୍କୁ ଡାକି ତାର ବୟାନ ରେକର୍ଡ଼ କରାଯାଇଥିବା ଜଣାଯାଇଛି । 

Advertisment

ସୀମା ଲଂଘିଲେ ପ୍ରଧାନଶିକ୍ଷକ
ନାବାଳିକା ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ
ସ୍କୁଲ କାର୍ଯ୍ୟାଳୟ ଭିତରେ କଲେ ଅସଦାଚରଣ
ଥାନାରେ ଅଭିଯୋଗ ପରେ ପ୍ରଧାନଶିକ୍ଷକ ଅଟକ 
ପୀଡିତାଙ୍କ ବୟାନ ରେକର୍ଡ଼

Advertisment
Related Articles
Advertisment