Advertisment

Invisible Millionaire: ‍‍ବର୍ଷକୁ କୋଟି କୋଟି ଟଙ୍କା ରୋଜଗାର, ପେସାରେ କିନ୍ତୁ ସିକ୍ୟୁରିଟି ଗାର୍ଡ

ଜାପାନ ନିଜର ଅଲଟ୍ରା ଟେକ୍ନୋଲୋଜି କାରଣରୁ ସାରା ବିଶ୍ବରେ ଚର୍ଚ୍ଚାରେ ରହିଥାଏ, ସେଠାର କାର୍ଯ୍ୟ ସଂସ୍କୃତି ମଧ୍ୟ ଅନ୍ୟ ଦେଶଗୁଡ଼ିକରୁ ଭିନ୍ନ। ଜାପାନର ଏପରି ଏକ କଥା କହିବୁ, ଯେଉଁଠାରେ ଜଣେ ବ୍ୟକ୍ତି କୋଟି କୋଟି ଟଙ୍କା ରୋଜଗାର କରିବା ପରେ ମଧ୍ୟ ସିକ୍ୟୁରିଟି ପଦବୀରେ ଚାକିରି କରୁଛନ୍ତି।

author-image
Manas Ranjan Mohanty
JAPAN

JAPAN Photograph: (OTV)

ଜାପାନ ନିଜର ଅଲଟ୍ରା ଟେକ୍ନୋଲୋଜି କାରଣରୁ ସାରା ବିଶ୍ବରେ ଚର୍ଚ୍ଚାରେ ରହିଥାଏ, ସେଠାର କାର୍ଯ୍ୟ ସଂସ୍କୃତି ମଧ୍ୟ ଅନ୍ୟ ଦେଶଗୁଡ଼ିକରୁ ଭିନ୍ନ। ଏପରି ସ୍ଥିତିରେ ଆଜି ଆମେ ଆପଣଙ୍କୁ ଜାପାନର ଏପରି ଏକ କଥା କହିବୁ, ଯେଉଁଠାରେ ଜଣେ ବ୍ୟକ୍ତି କୋଟି କୋଟି ଟଙ୍କା ରୋଜଗାର କରିବା ପରେ ମଧ୍ୟ ସିକ୍ୟୁରିଟି ପଦବୀରେ ଚାକିରି କରୁଛନ୍ତି। ନିଶ୍ଚିତ ଭାବେ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିବେ, କିନ୍ତୁ ଏହା ସତ । କୋଟି କୋଟି ଟଙ୍କା ରୋଜଗାର କରିବା ପରେ ମଧ୍ୟ ବ୍ୟକ୍ତି ଚୌକିଦାରୀ କରୁଛନ୍ତି ।

Advertisment

ରିପୋର୍ଟ ଅନୁସାରେ, ଜାପାନର ରାଜଧାନୀ ଟୋକିଓରେ ରହୁଥିବା ୫୬ ବର୍ଷର କୋଇଚି ମାତ୍ସୁବାରା ଭଡ଼ା ଆୟ ଏବଂ ନିବେଶ ମାଧ୍ୟମରେ ବାର୍ଷିକ ୩୦ ମିଲିୟନ ୟେନ (୧.୮୩ କୋଟି ଟଙ୍କା)ରୁ ଅଧିକ ରୋଜଗାର କରନ୍ତି । କିନ୍ତୁ ଏହା ସତ୍ତ୍ୱେ ସେ ଚୌକିଦାର କାମ କରି ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛନ୍ତି।

କୋଇଚି ମାତ୍ସୁବାରା ଏକ ରେସିଡେନ୍ସିଆଲ ବିଲ୍ଡିଂରେ ଚୌକିଦାର ପଦବୀରେ ପାର୍ଟ ଟାଇମ୍ ଚାକିରି କରୁଛନ୍ତି। ଯେଉଁଠାରେ ସେ ସାର୍ବଜନୀନ ସ୍ଥାନର ସଫେଇ ଏବଂ ଆଖପାଖର ଯତ୍ନ ନେଉଛନ୍ତି। କୋଟି କୋଟି ଟଙ୍କା ରୋଜଗାର କରୁଥିବା ଏହି ବ୍ୟକ୍ତି ସପ୍ତାହରେ ତିନି ଦିନ, ଚାରି ଘଣ୍ଟାର ସିଫ୍ଟରେ କାମ କରୁଛନ୍ତି ଏବଂ ପ୍ରାୟ ୧୦୦,୦୦୦ ୟେନ (୬୦,୩୫୪ ଟଙ୍କା) ପ୍ରତି ମାସରେ ରୋଜଗାର କରୁଛନ୍ତି । ଯାହା SCMP ଅନୁସାରେ, ଟୋକିଓର ହାରାହାରି ମାସିକ ବେତନ ୩୫୦,୦୦୦ ୟେନ (୨୧୧,୨୪୦ ଟଙ୍କା)ରୁ ବହୁତ କମ୍। 

Advertisment

କୋଇଚି ମାତ୍ସୁବାରାଙ୍କର ଜନ୍ମ ଏକ ସାଧାରଣ ପରିବାରରେ ହୋଇଥିଲା, ଯେଉଁଠାରେ ସେ ବଢ଼ିଥିଲେ। ତାଙ୍କର କହିବା ଅନୁସାରେ, ଯଦିଓ ମୋ ପାଖରେ ଟଙ୍କା ଅଛି, କିନ୍ତୁ ମୋର ସାଧାରଣ ଜୀବନଶୈଳୀ ମୋର ବ୍ୟକ୍ତିଗତ ପସନ୍ଦ। ମୁଁ କାମ ମାଧ୍ୟମରେ ନିଜକୁ ସ୍ୱାସ୍ଥ୍ୟବାନ ଅନୁଭବ କରେ। ଏହା ସହିତ ତାଙ୍କୁ ଚୌକିଦାର ପଦବୀରେ କାମ କରି ବିଲ୍ଡିଂର ରକ୍ଷଣାବେକ୍ଷଣ ଏବଂ ତାହାର ସଫାଇ ଯତ୍ନ ନେବା ପସନ୍ଦ। ସେ ନିଜକୁ ଅନାବଶ୍ୟକ ବିଳାସମୟ ଜୀବନରୁ ଦୂରରେ ରଖନ୍ତି 

ସେ ଆହୁରି କହିଛନ୍ତି ଯେ ସାଧାରଣତା ଜୀବନ ଯାପନ କରିବାରୁ ତାଙ୍କୁ "ବହୁତ ଭଲ" ଲାଗେ। ଏହା ସହିତ କୋଇଚି ମାତ୍ସୁବାରା ନିଜର ଧନସମ୍ପତ୍ତିର ପ୍ରଦର୍ଶନ କରିବାରୁ ମଧ୍ୟ ଦୂରରେ ରହନ୍ତି। ସେକେଣ୍ଡାରୀ ସ୍କୁଲ ଶେଷ ହେବା ପରେ, ଏହି ବ୍ୟକ୍ତି ଏକ କାରଖାନାରେ ୧୮୦,୦୦୦ ୟେନ (୧,୨୨୦ ଆମେରିକୀୟ ଡଲାର) ବେତନରେ କାମ କରିଥିଲେ। ଆରମ୍ଭରୁ ସେ ନିଜର ଖର୍ଚ୍ଚଗୁଡ଼ିକ ଉପରେ ନିୟନ୍ତ୍ରଣ ରଖିଥିଲେ ଏବଂ କିଛି ବର୍ଷରେ ପ୍ରାୟ ୩୦ ଲକ୍ଷ ୟେନ (୨୦,୦୦୦ ଆମେରିକୀୟ ଡଲାର) ସଞ୍ଚୟ କରିଥିଲେ। 

ଏହି ଟଙ୍କାରୁ ସେ ନିଜର ପ୍ରଥମ ଷ୍ଟୁଡିଓ ଫ୍ଲାଟ କିଣିଥିଲେ। ସେ କହିଛନ୍ତି, "ସେ ସମୟରେ ହାଉସିଂ ମାର୍କେଟର ଦାମ ଅଧିକ ନଥିଲା। ମୁଁ ଧୀରେ ଧୀରେ ଏଗୁଡ଼ିକୁ କିଣୁଥିଲି ଏବଂ ମୋର ସମ୍ପତ୍ତି ବଢ଼ି ଯାଇଥିଲା। ତାଙ୍କର ଏହି କାହାଣୀ କାରଣରୁ ହିଁ ଜାପାନର ମିଡ଼ିଆ ତାଙ୍କୁ "ଅଦୃଶ୍ୟ କୋଟିପତି" ଟ୍ୟାଗ ଦେଇଛି।

Advertisment
Related Articles
Advertisment