Advertisment

Iran America Conflict: ଇରାନ ଆକ୍ରମଣ ପାଇଁ ଖୋଲା ଚେତାବନୀ ଦେଲେ ଟ୍ରଂପ

ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଇରାନ-ଆମେରିକା ମଧ୍ୟରେ ହେବ ମହାଯୁଦ୍ଧ। ଆକ୍ରମଣ ପାଇଁ ଖୋଲା ଚେତାବନୀ ଦେଲେ ଟ୍ରଂପ। ଆମ ହାତ ବି ଟ୍ରିଗର ଉପରେ କହି ଧମକାଇଲା ଇରାନ ।

author-image
Rashmi Ranjan Mohapatra
America-Iran-War-PKG

ଇରାନ-ଆମେରିକା ମଧ୍ୟରେ ହେବ ମହାଯୁଦ୍ଧ। ଆକ୍ରମଣ ପାଇଁ ଖୋଲା ଚେତାବନୀ ଦେଲେ ଟ୍ରଂପ। ଆମ ହାତ ବି ଟ୍ରିଗର ଉପରେ କହି ଧମକାଇଲା ଇରାନ । ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଏକ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଠୋର ଚେତାବନୀ ଦେଇଛନ୍ତି। ଯାହାର ଜବାବ ତେହେରାନ ଦେଇଛି। ତେଣୁ କେଉଁ ମୁହୂର୍ତ୍ତରେ ବି ଏହି ଦେଶ ପରସ୍ପର ବିରୁଦ୍ଧରେ ସଂଘର୍ଷକୁ ଲମ୍ଫ ମାରି ପାରନ୍ତି। 

Advertisment


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛନ୍ତି ଯେ ଯଦି ପରମାଣୁ ଅସ୍ତ୍ରକୁ ନେଇ କୌଣସି ଚୁକ୍ତିନାମା ନହୁଏ, ତେବେ ପରିଣାମ ବହୁତ ଭୟଙ୍କର ହେବ। ଜବାବରେ, ଇରାନ ଆଲୋଚନାର ସମ୍ଭାବନାକୁ ଅସ୍ୱୀକାର କରିନାହିଁ, କିନ୍ତୁ ସର୍ତ୍ତ ରଖିଛି ଯେ ଆଲୋଚନା "ପାରସ୍ପରିକ ଲାଭ, ନିରପେକ୍ଷତା ଏବଂ ସମାନତା" ଉପରେ ଆଧାରିତ ହେବ। ଏପରିକି ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଦେଶର ସଶସ୍ତ୍ର ବାହିନୀ "ଟ୍ରିଗର ଉପରେ ଆଙ୍ଗୁଠି" ରଖି ଯେକୌଣସି ଆକ୍ରମଣର ଉପଯୁକ୍ତ ଜବାବ ଦେବାକୁ ପ୍ରସ୍ତୁତ।


ତେବେ ପରିସ୍ଥିତି ଗମ୍ଭୀର ହେଲେ ଅନେକ ଭୟଙ୍କର ସ୍ଥିତି ଉପୁଜିପାରେ। ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଇରାନର IRGC, ବାସିଜ ଅର୍ଦ୍ଧସାମରିକ ବାହିନୀ, କ୍ଷେପଣାସ୍ତ୍ର ଘାଟି ଏବଂ ଏହାର ପରମାଣୁ କାର୍ଯ୍ୟକ୍ରମ ସହିତ ଜଡିତ ପ୍ରମୁଖ ଭିତ୍ତିଭୂମିକୁ ଟାର୍ଗେଟ କରିପାରେ। ସେହିପରି ଯଦି ଇରାନ ପ୍ରତିଶୋଧ ନିଏ, ତେବେ ଏହା ଉପସାଗରରେ ଆମେରିକୀୟ ସାମରିକ ଘାଟି, ସହଯୋଗୀ ଦେଶର ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରିପାରେ। ହରମୁଜ୍ ପ୍ରଣାଳୀରେ ବନ୍ଦ କରିବା ଦ୍ୱାରା ବିଶ୍ୱ ତୈଳ ଯୋଗାଣ ପ୍ରଭାବିତ ହୋଇପାରେ। ଏପରିକି ଆମେରିକୀୟ ଯୁଦ୍ଧଜାହାଜ ଉପରେ ଆକ୍ରମଣ କରିପାରେ ଇରାନ।

Advertisment

ତେଣୁ ସିଧା ସିଧା କହିଲେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଲେ କିଛି ବି ହେଇପାରେ। ଏବେ ଦେଖିବାକୁ ବାକି ରହିଲା, ଦୁଇ ଦେଶ ପରସ୍ପର ମଧ୍ୟରେ ଆପୋଷ ସମାଧାନ କରିବେ ନା ଯୁଦ୍ଧ ଦ୍ୱାରା ପରସ୍ପରକୁ ଧ୍ୱଂସ କରିଦେବାକୁ ଆଗେଇ ଆସିବେ। 

International News Conflict War America Air Strike America Iran
Advertisment
Related Articles
Advertisment