/odishatv-khabar/media/media_files/2026/01/31/ama-bus-2026-01-31-13-41-12.jpg)
Ama Bus Photograph: (OTV)
ମହିଳା ଚଳାଇବେ ଆମ ବସ। ଇଲେକ୍ଟ୍ରିକ୍ ବସ୍ ଚାଳନା ତାଲିମ ପାଇଁ ଯିବେ ପୁଣେ। ଆଜି ୨୦ ଜଣ ମହିଳା ଡ୍ରାଇଭର ତାଲିମ ପାଇଁ ଯିବେ। ଅପରାହ୍ନ ସାଢେ ୫ଟାରେ ରହିଛି ବିମାନ। ୨୦ ଜଣ ମହିଳାଙ୍କୁ ଫ୍ଲାଇଟ ଟିକେଟ ପ୍ରଦାନ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ପରିବହନ ସଚିବ ଉଷା ପାଢ଼ୀ।
୧୪ ଦିନ ସ୍ୱତନ୍ତ୍ର ଆଡ଼ଭାନ୍ସ ଇଭି ବସର ତାଲିମ ନେବେ ମହିଳା। ୧୭ ଫେବୁଆରୀରେ ଭୁବନେଶ୍ୱର ଫେରିବ ଏହି ଟିମ । ଆମ ବସର ଛୋଟ ବା ମିନି ଇଭି ବସ ଚଳାଇବେ ମହିଳା ଡ୍ରାଇଭର। ପୁଣେ ଟ୍ରାଫିକରେ ଚଳାଇବାର ତାଲିମ ନେଇ ଆସିବେ ଭୁବନେଶ୍ବର। ପ୍ରଥମେ ୯ ମିଟର ୧୨ଟି ସିଟ ଥିବା ବସ ଚଳାଇବେ। ୩ ମାସ ପରେ ୩୦ ସିଟ ବିଶିଷ୍ଟ ବସ ଚଳେଇବେ ମହିଳା ଡ଼୍ରାଇଭର।
ସେପଟେ ଭୁବନେଶ୍ୱରରେ ଗଡିବ ସୁଭଦ୍ରା ବସ। ମହିଳା ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ସୁଭଦ୍ରା ବସ।ମହିଳା ଡ୍ରାଇଭର ଚଳାଇବେ ସୁଭଦ୍ରା ବସ।ମହିଳାଙ୍କ ସୁରକ୍ଷାକୁ ଏହି ବସରେ ଗୁରୁତ୍ୱ ଦିଆଯିବ। ପୁନେରେ ଇ-ବସ ଟ୍ରେନିଂ ପରେ ଭୁବନେଶ୍ୱର ମହିଳା ଚଲାଇବେ ବସ। ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷଣ ଚନ୍ଦ୍ର ମହାପାତ୍ର।
Strict Action Against Lecturers: ଅଧ୍ୟାପକ ଖଟି କଲେ ଆକ୍ସନ୍, ବନ୍ଦ ହେବ ଦରମା!

Kalikesh at Naveen Niwas: ନବୀନ ନିବାସରେ କଳିକେଶ; ମିଳିବ କି ବଡ଼ ଦାୟିତ୍ବ?

Kedarnath Temple Eyes Mobile Ban: କେଦାରନାଥରେ ମୋବାଇଲ୍ ବ୍ୟାନ୍, ରିଲ୍ସ କଲେ ପଡିବ ଭାରୀ ଜରିମାନା!

Coltan Mine Collapsed: ବଡ଼ ଦୁର୍ଘଟଣା, ଭୁଶୁଡିଲା ଖଣି; ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)