Advertisment

Iran Politician Khamenei: ଖାମେନେଇଙ୍କ ମୃତ୍ୟୁରେ ଭାରତରେ ଶୋକ, କାନ୍ଦୁଛି ଆଲିପୁର ଗାଁ

ଶନିବାର କର୍ଣ୍ଣାଟକରେ ଥିବା ଶିଆ ବହୁଳ ଗାଁ ଆଲିପୁରରେ ଖାମେନେଇଙ୍କ ପାଇଁ ଶୋକ ପାଳନ କରାଯାଉଛି । ଆଲିପୁର ଗାଁରେ ଖାମେନେଇଙ୍କ ପାଇଁ କାହିଁକି ଶୋକ ପାଳନ କରାଯାଉଛି ଜାଣନ୍ତି । ତାର କାରଣ ହେଲା ପ୍ରାୟ ୪୦ ବର୍ଷ ତଳେ ଖାମେନେଇ ଆଲିପୁର ଗାଁକୁ ଆସିଥିଲେ ।

author-image
Tanmay Kumar Mahalik
Khamenei

Khamenei Photograph: (OTV)

ଖାମେନେଇଙ୍କ ମୃତ୍ୟୁରେ ଭାରତରେ ଶୋକ । କାନ୍ଦୁଛି କର୍ଣ୍ଣାଟକର ଆଲିପୁର ଗାଁ।  ଶିଆ ବହୁଳ ମୁସଲମାନ ଗାଁକୁ ଆସିଥିଲେ ଖାମେନେଇ । ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟୋତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହେବା ପରେ ତାଙ୍କର ଭାରତ ସହ ଥିବା ଲିଂକ୍ କଥା ସାମ୍ନାକୁ ଆସିଛି ।

Advertisment

ଶନିବାର କର୍ଣ୍ଣାଟକରେ ଥିବା ଶିଆ ବହୁଳ ଗାଁ ଆଲିପୁରରେ ଖାମେନେଇଙ୍କ ପାଇଁ ଶୋକ ପାଳନ କରାଯାଉଛି । ଆଲିପୁର ଗାଁରେ ଖାମେନେଇଙ୍କ ପାଇଁ କାହିଁକି ଶୋକ ପାଳନ କରାଯାଉଛି ଜାଣନ୍ତି । ତାର କାରଣ ହେଲା ପ୍ରାୟ ୪୦ ବର୍ଷ ତଳେ ଖାମେନେଇ ଆଲିପୁର ଗାଁକୁ ଆସିଥିଲେ । 

ଇରାନର ସର୍ବୋଚ୍ଚ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଗ୍ରାମବାସୀମାନେ ରବିବାର ଠାରୁ ତିନି ଦିନିଆ ଶୋକ ପାଳନ କରୁଛନ୍ତି । ତଣେ ସେହି ଅଞ୍ଚଳରେ ରହିଥିବା ସମସ୍ତ ଦୋକାନ ବଜାର ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ ରଖାଯାଇଛି । ଆଉ ଖାମେନେଇଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଲୋକମାନେ ନୀରବତା ପ୍ରାର୍ଥନା କରୁଛନ୍ତି । ତିନି ଦିନ ପାଇଁ ଗାଁରେ କୌଣସି ଉତ୍ସବ ଓ କାର୍ଯ୍ୟକ୍ରମ ନକରିବାକୁ କୁହାଯାଇଛି । 

Advertisment

ଗ୍ରାମବାସୀଙ୍କ କହିବା କଥା, ଇରାନର ସର୍ବୋଚ୍ଚ ନେତା ଆୟୋତୁଲ୍ଲା ଅଲି ଖାମେନେଇ ୧୯୮୬ ମସିହାରେ ଆଲିପୁର ଆସିଥିଲେ । ତାଙ୍କର ଏହି ଗସ୍ତ ପରେ, ଗାଁ ଏବଂ ଇରାନ ମଧ୍ୟରେ ସମ୍ପର୍କ ମଜବୁତ ହୋଇଥିଲା । ଖାମେନେଇଙ୍କ ନାଁରେ ଏକ ହସ୍ପିଟାଲ ମଧ୍ୟ ରହିଛି ।

ଯାହାକି ତାଙ୍କ ପ୍ରତି ଶିଆ ସମ୍ପ୍ରଦାୟର ସମ୍ମାନ ଏବଂ ଶ୍ରଦ୍ଧା । ତେଣୁ ଖାମେନେଇଙ୍କ ପ୍ରତି ସେମାନଙ୍କ ଯଥେଷ୍ଟ ଭଲପାଇବା ଥିବାରୁ ମୃତ୍ୟୁ ଖବର ଶୁଣିବା ପରେ ଗ୍ରାମବାସୀ କଳା ପୋଷାକ ପିନ୍ଧି ଆଖିରୁ ଲୁହ ଝରାଇଥିଲେ । କଳା ପତାକା ଓ ଖାମେନେଇଙ୍କ ଫଟୋ ଧରି ଘଟଣାକୁ ନିନ୍ଦା କରି ଶୋଭାଯାତ୍ରାରେ ବାହାରିଥିଲେ । ଆଉ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣକୁ ନିନ୍ଦା କରିଥଇଲେ ।

ଖୁବ୍ ଶକ୍ତିଶାଳୀ ଥିଲେ ଆୟୋତୁଲ୍ଲା ଅଲି ଖାମେନେଇ । ପ୍ରଥମେ ଇରାନର ରାଷ୍ଟ୍ରପତି ହୋଇ ପରେ ଦେଶର ସର୍ବୋଚ୍ଚ ନେତା ହୋଇଥିଲେ । ଇରାନର ସର୍ବୋଚ୍ଚ ନେତା ହେଉଛନ୍ତି ରାଷ୍ଟ୍ରପତିଙ୍କ ଠାରୁ ଆହୁରି କ୍ଷମତାଶାଳୀ । ତେଣୁ ଖାମେନେଇଙ୍କ ଅଧୀନରେ ଇରାନ ଧୀରେ ଧୀରେ ଏକ ଶକ୍ତିଶାଳୀ ଦେଶ ହେବାକୁ ଯାଉଥିଲା ।

ଏମିତିକି ଆମେରିକୀୟ ବିରୋଧୀ ଶକ୍ତି ଭାବରେ ଉଭା ହୋଇଥିଲା । ସମଗ୍ର ପଶ୍ଚିମ ଏସିଆରେ ପ୍ରଭାବ ବି ବିସ୍ତାର କରିଥିଲା । ⁠୨୦୧୫ ପରମାଣୁ ଚୁକ୍ତିକୁ ସମର୍ଥନ କରିଥିଲା । ପରେ ୨୦୧୮ରେ ଟ୍ରମ୍ପ ଚୁକ୍ତିକୁ ପ୍ରତ୍ୟାକ୍ଷାନ କରି ପୁନଃ କଟକଣା ଲାଗୁ କରିଥିଲେ । ତେଣୁ ପରେ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଯାହାଫଳରେ ଆଜି ଏପରି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । 

Ayatollah Ali Khamenei Karnataka Indian Villages
Advertisment
Related Articles
Advertisment