Advertisment

Trump Warns of Four-Week War: ଇରାନ ସହ ସଂଘର୍ଷ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ; ଆହୁରି ୪ ସପ୍ତାହ ଯୁଦ୍ଧ

ଇରାନ ସହ ସଂଘର୍ଷ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ। ଇରାନ୍ ସହ ୪ ସପ୍ତାହ ଯୁଦ୍ଧ ଚାଲିପାରେ କହିଲେ ଟ୍ରମ୍ପ। 'ସୈନ୍ୟ ଅଭିଯାନ ୪ ସପ୍ତାହ କିମ୍ବା ତା ଠାରୁ କମ୍ ସମୟ ଚାଲିପାରେ'। 'ଇରାନ ଏକ ବଡ଼ ଦେଶ, ଯୋଜନା ଅନୁସାରେ ଆଗେଇ ଚାଲିଛୁ'। ଇରାନର ପୂରା ନେତୃତ୍ବକୁ ଧ୍ବଂସ କରି ଦେଇଛୁ- ଟ୍ରମ୍ପ।

author-image
Pramod Behera
Trump Warns of Four-Week War

ଇରାନ ସହ ସଂଘର୍ଷ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ Photograph: (OTV)

ଇରାନ ଉପରେ ଆମେରିକାର ଘମାଘୋଟ ହମଲା ଜାରି ରହିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ ମୁଖ୍ୟାଳୟକୁ ବୋମା ବର୍ଷଣ କରି ଧ୍ୱଂସ କଲା ଆମେରିକା ସେନା। ଇରାନ ସହ ସଂଘର୍ଷ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି କହିଛନ୍ତି, ଇରାନ ରିଭୋଲ୍ୟୁସନାରୀ ଗାର୍ଡ ମୁଖ୍ୟାଳୟ ଧ୍ବଂସ କରି କାଟିଛୁ ସାପର ମୁଣ୍ଡ। ଇରାନ ସେନାକୁ ଚେତାବନୀ ଦେଇ କହିଛନ୍ତି ଅସ୍ତ୍ର ଛାଡ଼ ନଚେତ୍ ମୃତ୍ୟୁ ନିଶ୍ଚିତ।

Advertisment

୪ ସପ୍ତାହ ଯୁଦ୍ଧ ଚାଲିବା ନେଇ ଟ୍ରମ୍ପ ଆକଳନ କରିଛନ୍ତି। କହିଛନ୍ତି ଇରାନ୍ ସହ ୪ ସପ୍ତାହ ଯୁଦ୍ଧ ଚାଲିପାରେ। ସୈନ୍ୟ ଅଭିଯାନ ୪ ସପ୍ତାହ କିମ୍ବା ତା ଠାରୁ କମ୍ ସମୟ ଚାଲିପାରେ। ଇରାନ ଏକ ବଡ଼ ଦେଶ, ଯୋଜନା ଅନୁସାରେ ଆଗେଇ ଚାଲିଛୁ ବୋଲି କହିଛନ୍ତି ଟ୍ରମ୍ପ। ଇରାନର ପୂରା ନେତୃତ୍ବକୁ ଧ୍ବଂସ କରି ଦେଇଛୁ। 

ଆକ୍ରମଣରେ ୪୮ ଇରାନୀ ନେତା ନିହତ ହୋଇଛନ୍ତି। ଯୁଦ୍ଧରେ ଆମେରିକାର ୩ ସୈନ୍ୟଙ୍କ ମୃତ୍ୟୁ ହୋଇଛି। ଯୁଦ୍ଧ ପରେ ଇରାନରେ ଗଣତନ୍ତ୍ର ଆସିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

Advertisment

  • ଇରାନ ସହ ସଂଘର୍ଷ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ
  • ଇରାନ୍ ସହ ୪ ସପ୍ତାହ ଯୁଦ୍ଧ ଚାଲିପାରେ କହିଲେ ଟ୍ରମ୍ପ
  • 'ସୈନ୍ୟ ଅଭିଯାନ ୪ ସପ୍ତାହ କିମ୍ବା ତା ଠାରୁ କମ୍ ସମୟ ଚାଲିପାରେ'
  • 'ଇରାନ ଏକ ବଡ଼ ଦେଶ, ଯୋଜନା ଅନୁସାରେ ଆଗେଇ ଚାଲିଛୁ'
  • ଇରାନର ପୂରା ନେତୃତ୍ବକୁ ଧ୍ବଂସ କରି ଦେଇଛୁ- ଟ୍ରମ୍ପ
  • 'ଆକ୍ରମଣରେ ୪୮ ଇରାନୀ ନେତା ନିହତ ହୋଇଛନ୍ତି'
  • ଯୁଦ୍ଧରେ ଆମର ୩ ସୈନ୍ୟ ନିହତ ହୋଇଛନ୍ତି- ଟ୍ରମ୍ପ
  • 'ଯୁଦ୍ଧ ପରେ ଇରାନରେ ଗଣତନ୍ତ୍ର ଆସିପାରେ'
US-Iran Conflict President Donald Trump War
Advertisment
Advertisment