Advertisment

Road Collapses Within Seconds: ରାସ୍ତା ମଝିରେ ଭୟଙ୍କର, ପ୍ରାଣ ବିକଳରେ ଦୌଡିଲେ ଲୋକେ

ଚୀନ ସାଂଘାଇରେ ବଡ଼ ଅଘଟଣ। ଚାହୁଁ ଚାହୁଁ ରାସ୍ତାରେ ହଠାତ୍ ହୋଇଗଲା ବଡ଼ଧରଣର ଗାତ। କିଛି ସେକେଣ୍ଡରେ ଦବିଗଲା ଚକ୍ ଚକ୍ କରୁଥିବା ରାସ୍ତା। ରାସ୍ତା ଧସିବାର ଭୟଙ୍କର ଦୃଶ୍ୟ CCTV ଫୁଟେଜରେ କଏଦ୍ ହୋଇଛି।

author-image
Madhupriya Mistry
Road Collapses

Road Collapses Photograph: (OTV)

ଚୀନ ସାଂଘାଇରେ ବଡ଼ ଅଘଟଣ। ଚାହୁଁ ଚାହୁଁ ରାସ୍ତାରେ ହଠାତ୍ ହୋଇଗଲା ବଡ଼ଧରଣର ଗାତ। କିଛି ସେକେଣ୍ଡରେ ଦବିଗଲା ଚକ୍ ଚକ୍ କରୁଥିବା ରାସ୍ତା। ରାସ୍ତା ଧସିବାର ଭୟଙ୍କର ଦୃଶ୍ୟ CCTV ଫୁଟେଜରେ କଏଦ୍ ହୋଇଛି।

Advertisment

ଚୀନ୍ ସାଂଘାଇର ମିନହାଙ୍ଗ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା। ପୋଲିସ ସୂଚନା ମୁତାବକ, ଏଠାକାର କ୍ୱିକ୍ସିନ୍ ରୋଡ୍ ଓ ଲିୟାନ ରୋଡ ଜଙ୍କସନରେ ହଠାତ ରାସ୍ତା ଦବି ଯାଇଛି। ତେବେ ସୌଭାଗ୍ୟବଶତଃ ଏଥିରେ କୌଣସି ଲୋକଙ୍କର ମୃତ୍ୟୁ କିମ୍ବା ଆହତ ହୋଇନାହନ୍ତି। 

ରାସ୍ତା ଖାଲି ଥିବାରୁ କୌଣସି ଗାଡ଼ି ମଧ୍ୟ ଦବି ନାହିଁ। ସଂପୃକ୍ତ ଅଞ୍ଚଳକୁ ବ୍ୟାରିକେଡ୍ କରାଯାଇଛି। ପ୍ରଶାସନ ପକ୍ଷରୁ ସୁରକ୍ଷା ଯାଞ୍ଚ ଜାରି ରହିବା ସହ ମରାମତିରେ ଲାଗି ପଡିଛି ସ୍ପେଶାଲ ଟିମ୍।  

Advertisment

କୁହାଯାଉଛି ଯେ ଏକ ଜିୟାମିନ୍ ମେଟ୍ରୋ ନିର୍ମାଣ ପାଇଁ ଏଠାରେ ଅଣ୍ଡର ଗ୍ରାଉଣ୍ଡ କାମ ଚାଲିଥିଲା। ତେବେ ସେଠାରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତାର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଛି।

Accident Shanghai China Busy Road Collapses
Advertisment
Related Articles
Advertisment