/odishatv-khabar/media/media_files/2026/02/12/otet-result-2026-02-12-16-40-47.jpg)
OTET RESULT Photograph: (OTV)
ବାହାରିଲା OTET ରେଜଲ୍ଟ। ପ୍ରକାଶ ପାଇଲା OTET-୨୦୨୫ ପରୀକ୍ଷା ଫଳ। ୨୦୨୫ ଡିସେମ୍ବର ୨୫ ତାରିଖ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। ପେପର-୧ରେ ୪୫ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨ ହଜାର ପାସ୍ ହୋଇଛନ୍ତି। ସେହିପରି ପେପର-୨ରେ ୧ ଲକ୍ଷ ୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ, ସେଥିମଧ୍ୟରୁ ୭୩, ୯୫୪ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଚଳିତ ବର୍ଷ ମୋଟ୍ ୬୮.୯୭ ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଛନ୍ତି। ପାସ୍ ହାର ପେପର-୧ରେ ୭୧.୧୬ ପ୍ରତିଶତ ଓ ପେପର-୨ ରେ ୬୮.୦୬ ପ୍ରତିଶତ ରହିଛି। ମୋଟ ୧,୬୦,୪୨୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧,୦୬,୦୪୧ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଅପରାହ୍ନ ୪ଟାର ମାଧ୍ୟମିକ ଶିକ୍ଷା ପରିଷଦ (BSE) ୱେବ୍ ସାଇଟ୍ ଓଟିଇଟି ରେଜଲ୍ଟ ଉପଲବ୍ଧ ହେବ। www.bscodisha.ac.inରେ ଲଗ୍ ଇନ୍ କରି ପରୀକ୍ଷାର୍ଥୀ ନିଜ ରେଜଲ୍ଟ ଦେଖି ପାରିବେ।
ସେହିପରି ମେ’ ତୃତୀୟ ସପ୍ତାହରେ ପରବର୍ତ୍ତୀ OTET-୨୦୨୬ ପରୀକ୍ଷା। ଓଟିଇଟି ଆବେଦନ ନେଇ ଖୁବ୍ ଶୀଘ୍ର ତାରିଖ ପ୍ରକାଶ ପାଇବ। BSE ପରୀକ୍ଷା ତାରିଖ ଓ ସିଲାବସ୍ ନେଇ ମଧ୍ୟ ସୂଚନା ଦେବ ବୋର୍ଡ। ଏନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ବୋଲି ସୂଚନା ମିଳିଛି।
Pakistan Toilet Paper: 'ପାକିସ୍ତାନ ଆମେରିକାର ଟଏଲେଟ୍ ପେପର, ୟୁଜ୍ କରି ଫୋପାଡିଦେଲା'

Transgender Murder Case: କିନ୍ନର ଅଞ୍ଜଳି ହତ୍ୟା ମାମଲାରେ ବଡ଼ ଖୁଲାସା, ସାମ୍ନାକୁ ଆସିଲା ସତ

Consumed Alcohol Inside School: ସ୍କୁଲରେ ମାତାଲ୍ ଦୁଇ ଛାତ୍ର, ମଦ ପିଇ ଚେତାଶୂନ୍ୟ

AI Summit Impact: ଗୋଟିଏ ରାତି ପାଇଁ ୩୦ ଲକ୍ଷ, ରାତାରାତି ରାଜଧାନୀରେ ଆକାଶଛୁଆଁ ହୋଟେଲ ଭଡ଼ା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)