Advertisment

Ceasefire Takes Effect: ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ, ଆସନ୍ତାକାଲି ରହିଛି ଶାନ୍ତି ଆଲୋଚନା

ଋଷିଆ ୟୁକ୍ରେନ ମଧ୍ୟରେ ବନ୍ଦ ହେଲା ଯୁଦ୍ଧ। ଆସନ୍ତାକାଲି ପର୍ଯ୍ୟନ୍ତ ଯୁଦ୍ଧବିରତି ଘୋଷଣା କରିଛି ଋଷିଆ। ୟୁକ୍ରେନ ଉପରେ ଜାରି ରହିଥିବା ଆକ୍ରମଣ ସାମୟିକ ଭାବେ ଆସନ୍ତାକାଲି ପର୍ଯ୍ୟନ୍ତ ବନ୍ଦ ରଖବାକୁ ଘୋଷଣା କରିଛି ଋଷିଆ।

author-image
Tapan Swain
RUSSIA-UKRAINE

RUSSIA-UKRAINE Photograph: (OTV)

ଋଷିଆ ୟୁକ୍ରେନ ମଧ୍ୟରେ ବନ୍ଦ ହେଲା ଯୁଦ୍ଧ। ଆସନ୍ତାକାଲି ପର୍ଯ୍ୟନ୍ତ ଯୁଦ୍ଧବିରତି ଘୋଷଣା କରିଛି ଋଷିଆ। ୟୁକ୍ରେନ ଉପରେ ଜାରି ରହିଥିବା ଆକ୍ରମଣ ସାମୟିକ ଭାବେ ଆସନ୍ତାକାଲି ପର୍ଯ୍ୟନ୍ତ ବନ୍ଦ ରଖବାକୁ ଘୋଷଣା କରିଛି ଋଷିଆ। 

Advertisment

ତେବେ ଗତକାଲି ସପ୍ତାହ ବ୍ୟାପୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି। ଭିଡିଓ ଜରିଆରେ ସମ୍ବୋଧନ କରି ଏହି ଘୋଷଣା କରିଥିଲେ ଜେଲେନସ୍କି। ୟୁକ୍ରେନ ଏବଂ ଋଷ ଉଭୟ ପରସ୍ପରର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ଏକ ସପ୍ତାହ ଧରି ବନ୍ଦ ରଖିବାକୁ ଅସ୍ତ୍ରବିରତି ଆରମ୍ଭ କରିଛନ୍ତି ବୋଲି କହିଛନ୍ତି। 

ଶୁକ୍ରବାର ରାତିରୁ ଶକ୍ତି ପ୍ରକଳ୍ପ ଗୁଡିକ ଉପରେ କୌଣସି ଆକ୍ରମଣ ହୋଇନାହିଁ । କେବଳ ଡୋନେସ୍କ ଅଞ୍ଚଳରେ ଥିବା ଏକ ଗ୍ୟାସ ପ୍ରକଳ୍ପ ଉପରେ ଗୋଟିଏ ଆକ୍ରମଣ ହୋଇଥିବା ଜଣାପଡିଛି। ଋଷିଆ ପକ୍ଷରୁ କ୍ରେମଲିନ୍ ମୁଖପାତ୍ର ଦିମିତ୍ରି ପେସକୋଭ୍ କହିଛନ୍ତି ଯେ, ମସ୍କୋ କେବଳ ରବିବାର ପର୍ଯ୍ୟନ୍ତ ଆକ୍ରମଣ ବନ୍ଦ କରିବାକୁ ରାଜି ହୋଇଛି।

Advertisment

ଶାନ୍ତି ଆଲୋଚନା ମଧ୍ୟରେ ଆସନ୍ତା ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ଗୋଟିଏ ସପ୍ତାହ ଲାଗି କିଭ୍ ଉପରେ ଆକ୍ରମଣ ନକରିବାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବ୍ୟକ୍ତିଗତ ଭାବେ ରାଷ୍ଟ୍ରପତି ଟ୍ରମ୍ପ ଅନୁରୋଧ କରିଥିବା କହିଥିଲେ ପେସକୋଭ।

ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ମସ୍କୋ ନିମନ୍ତ୍ରଣ କରିଥିଲେ ରାଷ୍ଟ୍ରପତି ପୁଟିନ। ଆସନ୍ତାକାଲି ଋଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା ନେଇ ପ୍ରତିନିଧି ମଣ୍ଡଳୀସ୍ତରୀୟ ଆଲୋଚନାର କାର୍ଯ୍ୟକ୍ରମ ରହିଛି.... 

ରୁଷିଆ-ୟୁକ୍ରେନ ଅସ୍ତ୍ରବିରତି 

ଆସନ୍ତା ରବିବାର ପର୍ଯ୍ୟନ୍ତ ବନ୍ଦ ରହିଛି ଆକ୍ରମଣ 
ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ଘୋଷଣା 
ସପ୍ତାହବ୍ୟାପୀ ଆକ୍ରମଣ ବନ୍ଦ ରହିବ କହିଲେ ଜେଲେନସ୍କି 
ରବିବାର ପର୍ଯ୍ୟନ୍ତ ଆକ୍ରମଣ ବନ୍ଦ ନେଇ ଋଷର ଘୋଷଣା 
ଅସ୍ତ୍ରବିରତକୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ୱାଗତ 

UAE ଆବୁଧାବିରେ ରହିଛି ଆଲୋଚନା 

Russia Ukraine War
Advertisment
Related Articles
Advertisment