Advertisment

Bus–Tanker collision: ଡିଜେଲ୍ ଟ୍ୟାଙ୍କର ସହ ଧକ୍କା … ଜଳିଗଲେ ୪୨ ଶ୍ରଦ୍ଧାଳୁ, ଟୋଲ ଫ୍ରି ନମ୍ବର ଜାରି

ସାଉଦି ଆରବ ମଦିନା ନିକଟରେ ଦୁର୍ଘଟଣା। ଡିଜେଲ୍ ଟ୍ୟାଙ୍କର ସହ ଧକ୍କା ପରେ ଜଳିଗଲା ବସ୍। ଜୀବନ୍ତ ଜଳିଗଲେ ୪୨ ହଜ୍ ଯାତ୍ରୀ। ସମସ୍ତ ମୃତକ ତେଲେଙ୍ଗାନାର ବାସିନ୍ଦା।

author-image
Chinmayee Sahoo
Bus Fire Accident

Bus Fire Accident Photograph: (OTV)

ହଜ୍ ଯାତ୍ରା ହେଲା ଜୀବନର ଶେଷ ଯାତ୍ରା। ସାଉଦି ଆରବରେ ଦୁର୍ଘଟଣାରେ ଜଳିଗଲା ବସ୍। ଜୀଅନ୍ତା ଜଳିଗଲେ ୪୨ ଭାରତୀୟ। ବସ୍-ଟ୍ୟାଙ୍କର ଭିତରେ ଧକ୍କାରୁ ୪୨ ହଜ୍ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି। ସାଉଦି ଆରବର ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ, ମଦିନା ନିକଟରେ ହଜ୍ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା।

Advertisment

ବସ ଭାରତୀୟ ତୀର୍ଥଯାତ୍ରୀଙ୍କୁ ମକ୍କାରୁ ମଦିନାକୁ ନେଇ ଯିବା ବେଳେ ଡିଜେଲ୍ ଟ୍ୟାଙ୍କର ସହ ମୁହାଁମୁହିଁ ପିଟି ହୋଇଥିଲା। ଏହାପରେ ବସରେ ଲାଗିଥିଲା ନିଆଁ। ସମସ୍ତ ମୃତକମାନେ ତେଲେଙ୍ଗାନାର ବାସିନ୍ଦା। ମୃତକଙ୍କ ଭିତରେ ୨୦ ମହିଳା ଓ ୧୧ ଶିଶୁ ଥିବା ସୂଚନା ମିଳିଛି।

ତେଲେଙ୍ଗାନା ସରକାର କହିଛନ୍ତି, ରିୟାଦରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ଅଛନ୍ତି। ସୋସିଆଲ୍ ମିଡିଆ ଏକ୍ସରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୂଚନା ଦେଇ କହିଛନ୍ତି ଯେ, ରିୟାଦରେ ଦୂତାବାସ ଓ ଜେଦା କନସୁଲେଟ୍ ଅଧିକାରୀ ଦୁର୍ଘଟଣାରେ ପ୍ରଭାବିତ ଭାରତୀୟଙ୍କୁ ସମ୍ପୂର୍ଣ୍ଣ ସହାୟତା କରୁଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଏସ୍. ଜୟଶଙ୍କର।  

Advertisment

ଜେଦ୍ଦାହରେ ଭାରତୀୟ କନସୁଲେଟ୍ ଜେନେରାଲ ପ୍ରଭାବିତ ପରିବାରଗୁଡ଼ିକୁ ସହାୟତା କରିବା ପାଇଁ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସ୍ଥାପନ କରିଛନ୍ତି। ‌ଏଥି ସହ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି: 8002440003।
•    ସାଉଦିରେ ଜଳିଗଲା ବସ୍: ୪୨ ଭାରତୀୟ ମୃତ
•    ସାଉଦି ଆରବ ମଦିନା ନିକଟରେ ଦୁର୍ଘଟଣା
•    ଡିଜେଲ୍ ଟ୍ୟାଙ୍କର ସହ ଧକ୍କା ପରେ ଜଳିଗଲା ବସ୍
•    ଜୀବନ୍ତ ଜଳିଗଲେ ୪୨ ହଜ୍ ଯାତ୍ରୀ
•    ସମସ୍ତ ମୃତକ ତେଲେଙ୍ଗାନାର ବାସିନ୍ଦା
•    ମୃତକଙ୍କ ଭିତରେ ୨୦ ମହିଳା ଓ ୧୧ ଶିଶୁ ଥିବା ସୂଚନା
•    ମକ୍କାରୁ ମଦିନା ଯିବା ବାଟରେ ଦୁର୍ଘଟଣା
•    ସାଉଦିରେ ଜଳିଗଲା ବସ୍
•    ୪୨ ଭାରତୀୟ ଜୀବନ୍ତ ଦଗ୍ଧ
•    ବସ୍-ଡିଜେଲ୍ ଟ୍ୟାଙ୍କର ଧକ୍କା
•    ମଦିନା ନିକଟରେ ଦୁର୍ଘଟଣା
•    ମୃତକଙ୍କ ଭିତରେ ୨୦ ମହିଳା
•    ଜିଅନ୍ତା ଜଳିଗଲେ ୧୧ ଶିଶୁ

Passenger Bus Fire
Advertisment