Advertisment

4 Years of Bloodshed: ଆଜି ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପୂରିଲା ୪ ବର୍ଷ, ଯୁଦ୍ଧ ସମାପ୍ତି ନେଇ କେବେ ଫିଟିବ ବାଟ ?

ୟୁକ୍ରେନ୍ ସହ ରୁଷର ଯୁଦ୍ଧ ୨୦୨୨ ମସିହାରୁ ଜାରି ରହିଛି। ଏହି ଯୁଦ୍ଧରେ ଅଦ୍ୟାବଧି ୟୁକ୍ରେନ୍ ର ୫୫,୦୦୦ ସୈନ୍ୟ ନିହତ ହୋଇଛନ୍ତି ବୋଲି ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ସ୍ବୀକାର କରିଛନ୍ତି।

author-image
Tapan Swain
WAR

WAR Photograph: (OTV)

ଆଜି ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପୂରିଲା ୪ ବର୍ଷ। ଯୁଦ୍ଧ ସମାପ୍ତି ନେଇ କେବେ ଫିଟିବ ବାଟ ? ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ସବୁଠାରୁ ଭୟଙ୍କର ଚିତ୍ର। ବିନାଶମୁହାଁ ମାନବ ସମାଜ । ଧ୍ୱଂସାବଶେଷରେ ପରିଣତ ହେଲେଣି ଉଭୟ ଦେଶ। ଅନେକ ଥର ଯୁଦ୍ଧ ବିରତି ନେଇ ଆଲୋଚନ ହୋଇଥିଲେ ମଧ୍ୟ ବାଟ ଫିଟି ପାରୁନି। 

Advertisment

ୟୁକ୍ରେନ୍ ସହ ରୁଷର ଯୁଦ୍ଧ ୨୦୨୨ ମସିହାରୁ ଜାରି ରହିଛି। ଏହି ଯୁଦ୍ଧରେ ଅଦ୍ୟାବଧି ୟୁକ୍ରେନ୍ ର ୫୫,୦୦୦ ସୈନ୍ୟ ନିହତ ହୋଇଛନ୍ତି ବୋଲି ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ସ୍ବୀକାର କରିଛନ୍ତି। ସେପଟେ ଜାତିସଂଘର ଆକଳନ ଅନୁଯାୟୀ, ଯୁଦ୍ଧରେ ଯାଏଁ ୟୁକ୍ରେନରେ ଦେଢ଼ ଲକ୍ଷରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ପ୍ରାୟ ୫୯ ଲକ୍ଷରୁ ଅଧିକ ଲୋକ ଦେଶ ଛାଡିଛନ୍ତି । ସେମାନଙ୍କ ମଧ୍ୟରୁ ୫୪ ଲକ୍ଷ ବିଭିନ୍ନ ୟୁରୋପୀୟ ଦେଶରେ ଆଶ୍ରୟ ନେଇଛନ୍ତି। ପ୍ରାୟ ୪୪% ଶରଣାର୍ଥୀ ମହିଳା ଏବଂ ୩୦% ଶିଶୁ ରହିଛନ୍ତି।

ଯୁଦ୍ଧ ବିରତିକୁ ନେଇ ବଡ ସର୍ତ୍ତ ରଖିଛି ୟୁକ୍ରେନ୍ । ଜେଲେନସ୍କି କହିଛନ୍ତି, ମତେ ଏକ ପ୍ରତିଶ୍ରୁତି ଦିଆଯାଉ, ଯଦି ଭବିଷ୍ୟତରେ ଋଷ ପୁଣି ୟୁକ୍ରେନ୍ ଉପରେ ଆକ୍ରମଣ କରେ ତେବେ ଆମେରିକା ଏବଂ ତାର ଅନ୍ୟ ସହଯୋଗୀ ରାଷ୍ଟ୍ର ୟୁକ୍ରେନର ସାଥ ଦେବେ । କିନ୍ତୁ ୟୁକ୍ରେନର ଏହି ସର୍ତ୍ତ ଉପରେ କୌଣସି ପ୍ରତିକ୍ରିୟା ରଖିନି ଆମେରିକା । ଅନ୍ୟପଟେ, ଋଷ ସ୍ପଷ୍ଟ କରି କହିଛି, କୌଣସି ପରିସ୍ଥିତିରେ ଅସ୍ଥାୟୀ ଯୁଦ୍ଧବିରତି ଚାହେଁ ନାହିଁ। ତେବେ କେବେ ଦୁଇ ଦେଶ ଯୁଦ୍ଧ ସମାପ୍ତି ନେଇ ଏକମତ ହେବେ ତାହାକୁ ବିଶ୍ବବାସୀଙ୍କ ଅପେକ୍ଷା।

Advertisment

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ସବୁଠାରୁ ଭୟଙ୍କର ଚିତ୍ର

ରୁଷିଆ-ୟୁକ୍ରେନ୍ ବିନାଶମୁହାଁ ମାନବ ସମାଜ
ଧ୍ୱଂସାବଶେଷରେ ପରିଣତ ହେଲାଣି ଉଭୟ ଦେଶ
ଏଯାଏଁ ୟୁକ୍ରେନରେ ଦେଢ଼ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ
 ଅଦ୍ୟାବଧି ୟୁକ୍ରେନ୍ ର ୫୫,୦୦୦ ସୈନ୍ୟ ନିହତ 
ପ୍ରାୟ ୫୯ ଲକ୍ଷରୁ ଅଧିକ ଲୋକ ଦେଶ ଛାଡ଼ିଥିବା ସୂଚନା 

Ukraine Russia War
Advertisment
Related Articles
Advertisment