/odishatv-khabar/media/media_files/2025/11/01/hum-radio-2025-11-01-20-16-03.jpg)
HUM-RADIO Photograph: (OTV)
ଅଲରା ବଲରା କେଶ, ନିଶଦାଢି କେବେଠୁ କଟା ହୋଇନି। ପୂରା ପାଗଳପ୍ରାୟ ଜୀବନ। ଆଉ ଏମିତି ଅବସ୍ଥାରେ ଢେର୍ ବର୍ଷ ଧରି ସେ ବୁଲୁଥିଲେ ବାଙ୍ଗଲାଦେଶର ଗୋଲବେରୀ ରେଳ ଷ୍ଟେସନ ନିକଟରେ। ନାଁ ସୁଦାମ ହେମ୍ରମ୍। ବୟସ ପାଖାପାଖି ୪୧ ।
ଘର ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଜଗନ୍ନାଥପୁର ଗାଁରେ। ଆଜିକୁ ପ୍ରାୟ ୧୦ ବର୍ଷ ତଳେ ବାପାଙ୍କ ମୃତ୍ୟୁପରେ ହଠାତ ମାନସିକ ଭାରସାମ୍ୟ ହରାଇ ବସି, ଘରୁ କେଉଁଆଡ଼େ ଚାଲି ଯାଇଥିଲେ। ସେ ବାଙ୍ଗଲାଦେଶ କେମିତି ଗଲେ, କାହା ସହ ଗଲେ ତାର ଖବର ନାହିଁ, ହେଲେ ଏବେ ସେ ବାଙ୍ଗଲଦେଶରୁ ନିଜ ଗାଁ ଜଗନ୍ନାଥପୁରକୁ ଫେରି ଆସିବାର ସୁଯୋଗ ପାଇଛନ୍ତି। ଆଉ ଏହା କେବଳ ସମ୍ଭବ ହୋଇଛି ସେହି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ। କାରଣ ସେ ବାଂଲାଦେଶରେ କେବଳ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ବୋଲି କହି ବୁଲୁଥିଲେ।...
ସୌଭାଗ୍ୟକୁ ସେଠାର ଏକ ସ୍ୱେଚ୍ଛାସେବୀ ସଙ୍ଗଠନ 'ମାନବିକ ସହାୟତା କେନ୍ଦ୍ର' ସୁଦାମଙ୍କୁ ଗତ ୨୦ ତାରିଖରେ ଉଦ୍ଧାର କରିଥିଲା। ସଫାସୁତରା ହେଲା ପରେ ସୁଦାମ ତାଙ୍କ ପୂର୍ବ ଚେହେରା ଫେରି ପାଇଛନ୍ତି। ମାନବିକ ସହାୟତା କେନ୍ଦ୍ରଟି ସୁଦାମଙ୍କ ଠାରୁ ଜୟଜଗନ୍ନାଥ ଶବ୍ଦ ଶୁଣିବା ପରେ ସେମାନେ ଅନୁମାନ କରିଥିଲେ ବ୍ୟକ୍ତି ଜଣକ ନିଶ୍ଚୟ ଭାରତୀୟ ହୋଇଥିବେ। ପରେ ତାଙ୍କ ସହ ଜଡିତ ଥିବା କଲିକତାର ଆଉ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ଭାରତ ବାଂଲାଦେଶ ମୈତ୍ରୀ ସମିତି ସହ ଯୋଗାଯୋଗ କରି ଗୃହ ମନ୍ତ୍ରଣାଳୟ, ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ଦୂତାବାସକୁ ସୁଦାମଙ୍କ ସମ୍ପର୍କରେ ତଥ୍ୟ ଦେଇଥିଲେ। ଢାକା ସ୍ଥିତ କମିଶନ୍ ଅଫ୍ ଇଣ୍ଡିଆ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ସବିଶେଷ ତଥ୍ୟ ମାଗିବା ପରେ ଜିଲ୍ଲାପାଳ ସୁଦାମଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ଯୋଗାଡ଼ କରି ଚିଠି ଲେଖିଛନ୍ତି।
ଏବେ ସୁଦାମ ହେମ୍ବ୍ରମଙ୍କ ପରିବାର ଲୋକେ ତାଙ୍କ ସହ ଫୋନରେ କଥା ହେଉଛନ୍ତି। ଭିଡିଓ କଲରେ ସୁଦାମ ସମସ୍ତଙ୍କୁ ଚିହ୍ନି ମଧ୍ୟ ପାରୁଛନ୍ତି। ଏପଟେ ଘରେ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ପରିବାର ବର୍ଗ ସରକାରଙ୍କ ଉପରେ ସବୁ ଛାଡ଼ି ଦେଇଛନ୍ତି।...
Mother Turns Monster: ଇନସୁରାନ୍ସ୍ ପଇସା ପାଇଁ ରାକ୍ଷସୀ ସାଜିଲା ମାଆ, ପ୍ରେମିକ ସହ ମିଶି ପୁଅକୁ ପିଟି ପିଟି ମାରିଲା

Dharmendra Hospitalised: ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ , ମୁମ୍ବାଇ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

Gunfire Erupts at Komana: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଫୁଟିଲା ଗୁଳି , ହୋଟେଲରେ ବଚସାରୁ ଫାଙ୍କା ଗୁଳି ଚାଳନା

Big Revelation: ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ମିଳିବା ଘଟଣାରେ ବଡ଼ ଖୁଲାସା , ପୂର୍ବ ଶତ୍ରୁତାରୁ ମାରି ଦେଇଥିବା ସନ୍ଦେହ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)