Advertisment

Mother Turns Monster: ଇନସୁରାନ୍ସ୍ ପଇସା ପାଇଁ ରାକ୍ଷସୀ ସାଜିଲା ମାଆ, ପ୍ରେମିକ ସହ ମିଶି ପୁଅକୁ ପିଟି ପିଟି ମାରିଲା

କଥାରେ ଅଛି ମାଆ ପାଇଁ ତା ଜନ୍ମକଲା ସନ୍ତାନ ସଭିଙ୍କ ଠାରୁ ଅତି ଆପଣାର। ତାରି ପାଇଁ ସେ କଷ୍ଟ ସହେ, ନିଜେ ନଖାଇ ନିଜ ଛୁଆର ପେଟ ଭରେ। ଆଉ ତାରି ପାଇ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ହୋଇଯାଏ। ଜଣେ ମାଆର କୋଳକୁ ସନ୍ତାନ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି ବିବେଚନା କରାଯାଏ।

author-image
Manas Ranjan Mohanty
Kanpur-Mother-Killed-Son

Kanpur-Mother-Killed-Son Photograph: (OTV)

କଥାରେ ଅଛି ମାଆ ପାଇଁ ତା ଜନ୍ମକଲା ସନ୍ତାନ ସଭିଙ୍କ ଠାରୁ ଅତି ଆପଣାର। ତାରି ପାଇଁ ସେ କଷ୍ଟ ସହେ, ନିଜେ ନଖାଇ ନିଜ ଛୁଆର ପେଟ ଭରେ। ଆଉ ତାରି ପାଇ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ହୋଇଯାଏ। ଜଣେ ମାଆର କୋଳକୁ ସନ୍ତାନ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି ବିବେଚନା କରାଯାଏ। ହେଲେ ଦର୍ଶକବନ୍ଧୁ ଭଲକରି ଦେଖନ୍ତୁ ଏଇ ମାଆକୁ, ନାଁ ସିନା ମମତା ହେଲେ ଇଏ ରାକ୍ଷସୀ ଠାରୁ ମଧ୍ୟ କମ ନୁହଁ। କାରଣ ଟଙ୍କା ଓ ପରୁ ପୁରୁଷ ପ୍ରେମରେ ସେ ଯେପରି ପାଲଟି ଯାଇଥିଲା ପାଗଳୀ। ଆଉ ଏଇଥିପାଇଁ ନିଜର ଜନ୍ମକଲା ପୁଅକୁ ହତ୍ୟା କରି ଲଗାଇଦେଲା ମାଆ-ପୁଅର ପବିତ୍ର ସମ୍ପର୍କରେ କଳଙ୍କ। 

Advertisment

ଉତ୍ତର ପ୍ରଦେଶର କାନପୁର ଦେହାତରୁ ଏହି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ, ମମତା ନାମକ ଏହି ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ୬ ବର୍ଷ ପୂର୍ବେ ହୋଇଯାଇଥିଲା। ଏହି ସମୟ ମଧ୍ୟରେ ମମତା ଗ୍ରାମର ମୟଙ୍କ କଟିୟାରଙ୍କ ସହ ପ୍ରେମରେ ପଡ଼ିଗଲେ। ମମତାଙ୍କ ପୁଅ ପ୍ରଦୀପ ଆନ୍ଧ୍ରପ୍ରଦେଶରେ କାମ କରୁଥିଲେ ଏବଂ ଦୀପାବଳି ପାଇଁ ଗାଁକୁ ଆସିଥିଲେ। ଫେରିବା ପରେ, ସେ ତାଙ୍କ ମାଆ ଏବଂ ମୟଙ୍କଙ୍କ ସମ୍ପର୍କ ବିଷୟରେ ଗାଁ ଲୋକଙ୍କଠାରୁ ଜାଣିପାରି ପ୍ରତିବାଦ କରିଥିଲେ। ପ୍ରେମ ସମ୍ପର୍କରେ ବାଧା ଆସିବାରୁ ରକ୍ତ ଚାଉଳ ଚୋବାଉଥିଲେ ମମତା। ଆଉ ପ୍ରଦୀପଙ୍କୁ ହତ୍ୟା କରିବା ପାଇଁ ଏକ ମୟଙ୍କ ସହ ମିଶି ଚଚିଥିଲେ ଷଡଯନ୍ତ୍ର। ହେଲେ ତା ସମ୍ପର୍କରେ ଜାଣିବା ପୂର୍ବରୁ ଶୁଣନ୍ତୁ କିଣ କହୁଛନ୍ତି ସେହି ରାକ୍ଷସୀ ମାଆ ମମତା।



ପ୍ରେମୀ ମୟଙ୍କ ସହ ରଚିଥିବା ପ୍ଲାନ ମୁତାବକ, ମମତା ତାଙ୍କ ପୁଅକୁ ହତ୍ୟା କରିବା ପୂର୍ବରୁ 40 ଲକ୍ଷ ଟଙ୍କାର ଜୀବନ ବୀମା କରିଥିଲେ। ଆଉ ଅକ୍ଟୋବର 26 ତାରିଖରେ ପ୍ରଦୀପଙ୍କୁ ଖାଇବାକୁ ଦେବା ବାହାନାରେ ମୟଙ୍କ ଏକ ହୋଟେଲକୁ ଡାକିଥିଲା। ଆଉ ବାଟରେ, ସେ ହାତୁଡ଼ିରେ ପ୍ରଦୀପଙ୍କ ମୁଣ୍ଡରେ ଅନେକ ଥର ଆଘାତ କରି ହତ୍ୟା କରିଥିଲେ ଏବଂ କାନପୁର-ଇଟାୱା ରାଜପଥର ଡେରାପୁର ଥାନା ଅଞ୍ଚଳରେ ମୃତଦେହକୁ ଫିଙ୍ଗି ଦେଇଥିଲେ। ପ୍ରଦୀପଙ୍କ ମୃତଦେହ ମିଳିବା ପରେ, ପୋଲିସ ପ୍ରଥମେ ଏହାକୁ ଏକ ଦୁର୍ଘଟଣା ବୋଲି ଖାରଜ କରିଥିଲା। ହେଲେ ଗାଁ ଲୋକଙ୍କ ହସ୍ତକ୍ଷପ ପରେ ପୋଲିସ ମୟଙ୍କ ଏବଂ ତା ଭାଇ ରିଷି ସମେତ ମମତାଙ୍କୁ ଗିରଫ କରିଥିଲା। ଏବଂ ହତ୍ୟାରେ ବ୍ୟବହୃତ ହାତୁଡ଼ି ମଧ୍ୟ ଜବତ କରିଥିଲା।

ବୀମା ଟଙ୍କା ପାଇଁ ପୁଅକୁ ମାରିଦେବା ଘଟଣା ଏବେ ସାରା ଅଞ୍ଚଳରେ ଖେଳାଇ ଦେଇଛି ଚାଞ୍ଚଲ୍ୟ। ଆଉ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଉଠିଛି ଦାବି ।        

Advertisment
Advertisment
Related Articles
Advertisment