/odishatv-khabar/media/media_files/2025/11/01/chandaka-2025-11-01-17-28-39.jpg)
CHANDAKA Photograph: (OTV)
ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ମିଳିବା ଘଟଣାରେ ବଡ଼ ଖୁଲାସା। ମୃତକ ଜଣକ ୭୦ ବର୍ଷୀୟ ବୃଦ୍ଧ ବଳରାମ ଦେଓଗାମ ବୋଲି ଜଣାପଡ଼ିଛି। ତାଙ୍କୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଛି। ଏନେଇ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ୍। ଅଭିଯୁକ୍ତକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ପୋଲିସ୍।
ମିଳିଥିବା ସୂଚନା ମୁତାବକ, ପୂର୍ବ ଶତ୍ରୁତାରୁ ବୃଦ୍ଧଙ୍କୁ ମାରି ଜଙ୍ଗଲରେ ଫିଙ୍ଗି ଦିଆଯାଇଛି। ଗତକାଲି ଛତୁ ଆଣିବାକୁ ଯାଇଥିବା ବେଳେ ନରକଙ୍କାଳ ଦେଖିଥିଲେ ସ୍ଥାନୀୟ ଯୁବକ। କଙ୍କାଳ ସହ ମୁଣ୍ଡ, ଖପୁରୀ, ମାଢି, ଜଙ୍ଘ ହାଡ଼ ଏଣେତେଣେ ଛିଟିକି ପଡିଥିବା ଦେଖିବାକୁ ମିଳିଥିଲା।
ଖବର ପାଇ ସ୍ଥାନୀୟ ପୋଲିସ ଓ ବନବିଭାଗ ସେଠାରେ ପହଞ୍ଚିଥିଲା। ଅଧା ଦେହ ମାଟି ତଳେ ଥିବା ସନ୍ଦେହ କରାଯାଉଥିଲା। ମାସେ ତଳେ ହୋଇଥିବା ଏକ ମିସିଂ କେସକୁ ନେଇ ତଦନ୍ତକୁ ବ୍ୟାପକ କରିଥିଲା ପୋଲିସ ।
ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ମିଳିବା ଘଟଣାରେ ବଡ଼ ଖୁଲାସା
ମୃତକ ଜଣକ ୭୦ ବର୍ଷୀୟ ବୃଦ୍ଧ ବଳରାମ ଦେଓଗାମ
ଜଣେ ଅଭିଯୁକ୍ତ ଅଟକ, କ୍ରାଇମ ସିନ୍ ରିକ୍ରିଏସନ୍
ପୂର୍ବ ଶତ୍ରୁତାରୁ ବୃଦ୍ଧଙ୍କୁ ମାରି ଜଙ୍ଗଲରେ ଫିଙ୍ଗି ଦେଇଥିବା ସନ୍ଦେହ
Video Goes Viral: ବିଚ୍ ରାସ୍ତାରେ ହଟହଟା ହେଲେ ପୋଲିସ ବାବୁ... ଭିଡିଓ ହେଉଛି ଭାଇରାଲ

Target Jammu Kashmir: ପାକିସ୍ତାନ କରୁଛି ପୁଣି ଚକ୍ରାନ୍ତ, ଟାର୍ଗେଟରେ ଜମ୍ମୁ-କଶ୍ମୀର ....ଆଉ ଏକ ଆକ୍ରମଣ ଯୋଜନା !

Online Scam Shock: ପାର୍ସଲ ଖୋଲିଲେ, ହାର୍ଟ ଆଟାକ୍ ହେଲା...ମଗାଇଥିଲେ ଏହି ଦାମୀ ଜିନିଷ

Subhadra Yojana Portal: ଆଜିଠୁ ପୁଣି ସୁଭଦ୍ରା ଆବେଦନ, ୨୧ ବର୍ଷ ହୋଇଥିଲେ ମିଳିବ ସୁଭଦ୍ରା ଟଙ୍କା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)