Advertisment

Nandahandi BDO: ‍ବିଡିଓ କରୁଛନ୍ତି ଏଭଳି କାମ , ଲୋକେ କହୁଛନ୍ତି ଧନ୍ୟ ଧନ୍ୟ

କିଛି ମାସ ତଳେ ଆପଣ ଏକ ଭିଡିଓ ଦେଖିଥିବେ, ଯେଉଁଥିରେ ବିଡିଓ ଝାଡାବାନ୍ତି ଆକ୍ରାନ୍ତ ଜଣେ ନାବାଳକକୁ ଟେକି ନେଇ ଗାଡିରେ ବସାଇ ମେଡିକାଲ ପଠାଇଥିଲେ । ଆଉ ଏବେ ୩ କିଲୋମିଟର ପାହାଡ ଚଢି ଦୁର୍ଗମ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ନେଇ ପୁଣିଥରେ ଚର୍ଚ୍ଚାରେ ।

author-image
Manas Ranjan Mohanty
NABARANGPUR-BDO-HUMANITY

NABARANGPUR-BDO-HUMANITY Photograph: (OTV)

'ମାଆ ଭଲ ଅଛନ୍ତି, କିଛି ସମସ୍ୟା ଅଛି କି ? ପକ୍କା ଘର ପାଇଛନ୍ତି ତ ?' ପାହାଡ ଚଢି ଦୁର୍ଗମ ଗାଁ ଗାଁ ବୁଲି ଲୋକଙ୍କ ସୁଖ ଦୁଃଖ ବୁଝୁଛନ୍ତି । ଆଉ କାହାର କିଛି ସମସ୍ୟା ଜାଣିବା ମାତ୍ରେ ତୁରନ୍ତ ତାର ସମାଧାନ ଦିଗରେ ପଦକ୍ଷେପ ବି ନେଉଛନ୍ତି । ଆପଣ ଏମିତି ଖୁବ୍ କ୍ୱଚିତ୍ ପ୍ରଶାସନିକ ଅଧିକାରୀ ଦେଖିଥିବେ ଯିଏକି ଲୋକଙ୍କ ଗହଣକୁ ଯାଇ ସେମାନଙ୍କର ସମସ୍ୟା ବୁଝନ୍ତି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ । ଯାହାଙ୍କ କାମ ଦେଖି ଲୋକେ କହୁଛନ୍ତି, ବିଡିଓ ହେବ ତ ଏମିତି... 

କିଛି ମାସ ତଳେ ଆପଣ ଏକ ଭିଡିଓ ଦେଖିଥିବେ, ଯେଉଁଥିରେ ବିଡିଓ ଝାଡାବାନ୍ତି ଆକ୍ରାନ୍ତ ଜଣେ ନାବାଳକକୁ ଟେକି ନେଇ ଗାଡିରେ ବସାଇ ମେଡିକାଲ ପଠାଇଥିଲେ । ଆଉ ଏବେ ୩ କିଲୋମିଟର ପାହାଡ ଚଢି ଦୁର୍ଗମ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ନେଇ ପୁଣିଥରେ ଚର୍ଚ୍ଚାରେ ।

Advertisment

ସରକାର କେତେ କଣ ଜନକଲ୍ୟାଣକାରୀ ଯୋଜନା ଆଣୁଛନ୍ତି । ସେହି ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇ ତାର ସଫଳ ରୂପାୟନ କରିବାର ମୁଖ୍ୟ ଦାୟିତ୍ୱ ସରକାରୀ ଅଧିକାରୀଙ୍କ ଉପରେ ଥାଏ । ଆଉ ଏହି ଦାୟିତ୍ୱକୁ ଖୁବ୍ ଭଲ ଭାବରେ ବୁଝିଛନ୍ତି ନନ୍ଦାହାଣ୍ଡି ବିଡିଓ । ଝାଡବନ୍ଧଗୁଡା ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଫୁଟଘର ଗାଁ, ଯେଉଁଠି କାହାରି ପାଦ ପଡେନି ବିଡିଓ ନିଜେ ଚାଲି ଚାଲି ସେଠି ପହଞ୍ଚିଛନ୍ତି । ଆଉ ଗାଁରେ ଥିବା ସମାଧାନ ବି କରିଛନ୍ତି ।

ଫୁଟଘର ଗାଁରେ ୫୦ରୁ ଅଧିକ ଲୋକେ ବସବାସ କରନ୍ତି, ୨୦୨୩ରେ କ୍ଷୀରୋଦ ଚନ୍ଦ୍ର ସାହୁ ନନ୍ଦାହାଣ୍ଡି ବ୍ଲକର ବିଡ଼ିଓ ଭାବେ କାର୍ଯ୍ୟଭାର ଗ୍ରହଣ କରିବାର ଅଳ୍ପ ଦିନ ପରେ ସେଠାକୁ ଯାଇ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଗାଁରେ କୌଣସି ବି ଲୋକେ ଯେମିତି ସରକାରୀ ଯୋଜନାରୁ ବଞ୍ଚିତ ନ ହୁଅନ୍ତି ଓ ଆଉ ସମସ୍ୟା ରହିଯାଇଛି କି ତାହା ଜାଣିବା ପାଇଁ ସେ ପୁଣିଥରେ ବ୍ଲକର ସମସ୍ତ ବିଭାଗର ଅଧିକାରୀଙ୍କୁ ସାଙ୍ଗରେ ନେଇ ଫୁଟଘର ଗାଁକୁ ଚାଲି ଚାଲି ଯାଇଛନ୍ତି । 

ଗାଁରେ ରହିଯାଇଥିବା ଅନ୍ୟ କିଛି ସମସ୍ୟାର ଖୁବଶୀଘ୍ର ସମାଧାନ ହୋଇଯିବ ବୋଲି ଲୋକଙ୍କ ପ୍ରତିଶ୍ରୁତି ଦେଇଛନ୍ତି । ବିଡ଼ିଓଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ଖୁବ୍ ପ୍ରଶଂସା କରାଯାଇଛି । 

Advertisment
Advertisment
Related Articles
Advertisment